loading...

ଓଡ଼ିଶା ଡିପ୍ଲୋମା ଇଂଜିନିୟର ସେବା ସଂଘ ତରଫରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠି ପାଇଁ ୩୦ ଲକ୍ଷ ଟଙ୍କାର ଚେକ୍ ପ୍ରଦାନ ।

ଓଡ଼ିଶା ଡିପ୍ଲୋମା ଇଂଜିନିୟର ସେବା ସଂଘ ତରଫରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠି ପାଇଁ ୩୦ ଲକ୍ଷ ଟଙ୍କାର ଚେକ୍ ପ୍ରଦାନ ।

Odisha-Diploma-Engineers-service-Association-presented-a-cheque-of-Rs-30-00000-to-Relief-Fund

ଭୁବନେଶ୍ୱର : ଆଜି ଓଡ଼ିଶା ଡିପ୍ଲୋମା ଇଂଜିନିୟର ସେବା ସଂଘ ତରଫରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠି ପାଇଁ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ରଙ୍କୁ ରାଜ୍ୟ ଲୋକସେବା ଭବନରେ ୩୦ ଲକ୍ଷ ଟଙ୍କାର ଚେକ୍ ପ୍ରଦାନ କରାଯାଇଛି । 

ଚେକ୍ ପ୍ରଦାନବେଳେ ସଂଘର ଆକ୍ସନ୍‌ କମିଟି ଚେୟାରମ୍ୟାନ ଇଂ. ନିର୍ମଳ ଚନ୍ଦ୍ର ସ୍ବାଇଁ, ଉପଦେଷ୍ଟା ଇଂ. ନରେନ୍ଦ୍ର କୁମାର ନାୟକ, ସଭାପତି ଇଂ. ପ୍ରଦୀପ କୁମାର ପାତ୍ର, ସାଧାରଣ ସଂପାଦକ ଇଂ. ଯଶୋବନ୍ତ ନାୟକ, ଉପସଭାପତି ଇଂ. ଶ୍ରୀଧର ବାରିକ ଏବଂ ଭୁବନେଶ୍ୱର ଶାଖା ସଭାପତି ଇଂ, ଶ୍ରୀକାନ୍ତ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।

ଉଲ୍ଲେଖ ଥାଉ କି ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଆହ୍ବାନରେ ଅନୁପ୍ରାଣିତ ହୋଇ ସାରା ରାଜ୍ୟରେ କାର୍ଯ୍ୟରତ ସଂଘର ସଭ୍ୟ ସଭ୍ୟମାନେ ସ୍ବତଃସ୍ଫୁର୍ତ୍ତ ଭାବେ ଏହା ପ୍ରଦାନ କରିଛନ୍ତି । ଦ୍ଵିତୀୟ ଦଫାରେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠି ପାଇଁ ଅନୁଦାନ ସଂଗ୍ରହ ଜାରି ରହିଛି, ଯାହାକି ପରବର୍ତ୍ତୀ ସମୟରେ ପ୍ରଦାନ କରାଯିବ । କୋଭିଡ୍ –୧୯କୁ ନିୟନ୍ତ୍ରଣ କରିବା ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଆନ୍ତରିକ ପ୍ରଚେଷ୍ଟାକୁ ସଂଘ ସର୍ବୋଉ ଭାବେ ସମର୍ଥନ କରି ଧନ୍ୟବାଦ୍ ଅର୍ପଣ କରିଛନ୍ତି ।

Tags

Post a Comment

[blogger][disqus][facebook][spotim]
Powered by Blogger.
Javascript DisablePlease Enable Javascript To See All Widget