ଭୁବନେଶ୍ଵର : ନୋବେଲ୍ କୋଭିଜ୍-୧୯ ଭାଇରସ ସଂକ୍ରମଣରେ ଭାରତ ତଥା ସମଗ୍ର ବିଶ୍ଵ ସଂକ୍ରମିତ ଯୋଗୁଁ, ସରକାରଙ୍କ ନିର୍ଦ୍ଦେଶନାମା ଏବଂ ସାମାଜିକ ଦୂରତା ବଜାୟକୁ ଦୃଷ୍ଟିରେ ରଖ୍ ଆଜିର ୪୧ ତମ ସଂସ୍କୃତି ଚର୍ଚ୍ଚା ସମ୍ମାନ ଇଣ୍ଟରନେଟ୍ର ଦୃଶ୍ୟଶ୍ରାବ ମାଧ୍ୟମରେ ଓଡ଼ିଶା ରାଜ୍ୟ ଅଭିଲେଖାଗାରରେ ଅନୁଷ୍ଠିତ ହୋଇ ଯାଇଅଛି । ଉକ୍ତ ଉତ୍ସବରେ ମୁଖ୍ୟ ବକ୍ତା ଭାବରେ ଡ.ଭାସ୍କର ମିଶ୍ର, ସମ୍ପାନର ମୁଖ୍ୟ ଅତିଥି ଭାବରେ ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀଯୁକ୍ତ ମନୋରଂଜନ ପାଣିଗ୍ରାହୀ ଯୋଗଦାନ କରିଥିଲେ । ସମ୍ମାନରେ ସ୍ଵାଗତ ଭାଷଣ ଏବଂ ଧନ୍ୟବାଦ ଅର୍ପଣ କରିଥିଲେ ଓଡ଼ିଶା ରାଜ୍ୟ ଅଭିଲେଖାଗାରର ଅଧୀକ୍ଷକ ଡ. ଶେଖ ସୋଲେମାନ ଅଲ୍ଲୀ ।
ସଭାର ପ୍ରାରମ୍ଭରେ ମୁଖ୍ୟ ବକ୍ତା ଏବଂ ସମ୍ମାନନୀୟ ଅତିଥିଙ୍କ ଦ୍ଵାରା ଶ୍ରୀଜଗନ୍ନାଥଙ୍କ ନିକଟରେ ପ୍ରଦୀପ ପ୍ରଜ୍ଜଳନପରେ ଅତିଥିମାନଙ୍କୁ ଉପଢୌକନ ଏବଂ ପୁଷ୍କଚାରା ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି ଅବସରରେ ମୁଖ୍ୟ ବକ୍ତା ଡ. ଭାସ୍କର ମିଶ୍ରଙ୍କ ପୁସ୍ତକ "Shreemandir Terminology"ର ଉନ୍ମୋଚନ କରାଯାଇଥିଲା । ଏହାପରେ ଡ. ମିଶ୍ର ‘ଶ୍ରୀମନ୍ଦିରରେ ଅଣସର ପରମ୍ପରା’ ଉପରେ ନିଜର ବକ୍ତବ୍ୟ ରଖୁ ସୂଚିତ କରିଥିଲେ ଯେ ଏହି ପରମ୍ପରା ଅନ୍ତତଃ ୫୦୦ ବର୍ଷର ପୁରୁଣା ଏହାକୁ ଅଣସର ବା ଅନବସର ମଧ୍ୟ କୁହାଯାଏ । ଏହି ବିବିଧାନ ସମ୍ପୂର୍ଣ୍ଣ ଗୁପ୍ତ ଶ୍ରୀମନ୍ଦିରର ପ୍ରଶାସନ ଆଇନ୍ ୧୯୫୨ ଅନୁଯାୟୀ ଏହି ବିବିଧାନ ସମ୍ପୂର୍ଣ୍ଣ ଗୋପୋନୀୟ ହେତୁ ପ୍ରକାଶଯୋଗ୍ୟ ନୁହେଁ । ଏହି ସମୟରେ ପ୍ରଭୁ ୧୫ ଦିନ ଧରି ଅଣସରରେ ରୁହନ୍ତି । ଏହା ମଧ୍ୟ ଏକ ପ୍ରକାର ସଙ୍ଘରୋଧ । ୧୧୯ ପ୍ରକାର ସେବା ମଧ୍ୟରୁ କେବଳ ତିନି ପ୍ରକାର ସେବକ ସଙ୍ଘରୋଧ ବା ଅଣସର ଗୃହ ମଧ୍ୟକୁ ଯାଇ ପାରିବେ ।
ଏପରିକି ଗଜପତି ମହାରାଜ ମଧ୍ୟ ସେ ସମୟରେ ସେ ଗୃହ ମଧ୍ୟକୁ ପ୍ରବେଶ କରିପାରିବେ ନାହିଁ । ଏହି ଅଣସର କ’ଣ, କିପରି ଏବଂ କାହିଁକି ପାଳନ କରାଯାଏ ଏବଂ ତତ୍ ସମ୍ପର୍କିତ ବହୁ ବିଧୂ ବିଧାନ ଡ. ମିଶ୍ର ବିଶଦ୍ ଭାବରେ ବର୍ଣ୍ଣନା କରିଥିଲେ । ସମ୍ପାନର ସମ୍ମାନନୀୟ ଅତିଥ- ବିଭାଗୀୟ ପ୍ରମୁଖ ଶାସନ ସଚିବ, ଶ୍ରୀଯୁକ୍ତ ମନୋରଂଜନ ପାଣିଗ୍ରାହୀ ମହୋଦୟ ସରକାରଙ୍କ ନିର୍ଦ୍ଦେଶନାମାକୁ ପାଳନ ପୂର୍ବକ ନୋବେଲ୍ କୋଭିଜ୍-୧୯ ଭାଇରସକୁ ଦୃଷ୍ଟିରେ ରଖ୍ ଅନ୍ଲାଇନ୍ ମାଧ୍ୟମରେ ଶ୍ରୋତାମାନଙ୍କ ମଧ୍ୟରେ ସଂସ୍କୃତି ଚର୍ଚ୍ଚା କାର୍ଯ୍ୟକ୍ରମକୁ ପହଁଚାଇବା ଅବସରରେ ସଂସ୍କୃତି ପ୍ରେମୀ ମାନଙ୍କୁ ଧନ୍ୟବାଦ ପୂର୍ବକ ସହଯୋଗର ଆଶା ରଖୁଥିଲେ ଏବଂ ଓଡ଼ିଆ ଜାତିର ଜୀବନଚର୍ଯ୍ୟାରେ ଶ୍ରୀଜଗନ୍ନାଥ ସଂସ୍କୃତି କିପରି ପ୍ରତି ଫଳିତ ସେ ବିଷୟରେ ସମ୍ୟକ ସୂଚନା ପ୍ରଦାନ କରିଥିଲେ । ଏହି ଅବସରରେ ବିଭାଗୀୟ ନିର୍ଦ୍ଦେଶକ ତଥା ଅତିରିକ୍ତ ଶାସନ ସଚିବ, ଶ୍ରୀଯୁକ୍ତ ବିଜୟ କୁମାର ନାୟକଙ୍କ ପୂର୍ବ ରେକର୍ଡେଡ୍ ଭିଡିଓ ବାର୍ଭା ପ୍ରସାରଣ କରାଯାଇଥିଲା । ଏଥିରେ ଶ୍ରୀଜଗନ୍ନାଥ ଦର୍ଶନ, ଶ୍ରୀଜଗନ୍ନାଥ ସଂସ୍କୃତି ବିଷୟରେ ସୂଚନା ଦେବା ସହ ଏହି ଅନଲାଇନ୍ ପ୍ରୟାସକୁ ସଫଳ କରିବାକୁ ସେ କାମନା କରିଥିଲେ ।
Post a Comment