loading...

ଉତ୍କଳିକାର ହାତ ତିଆରି, ପରିବେଶ ଅନୁକୂଳ ମାସ୍କ ପ୍ରତି ଲୋକଙ୍କ ଆଗ୍ରହ ବଢ଼ିଚାଲିଛି।

ଦେଶ ବିଦେଶରେ ଉନ୍ନତ ମାନର ହସ୍ତ ତଥା ବୟନ ସାମଗ୍ରୀ ବିକ୍ରୟରେ ‘ ଉତ୍କଳିକା’ ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି ।

ଉତ୍କଳିକାର ହାତ ତିଆରି, ପରିବେଶ ଅନୁକୂଳ ମାସ୍କ ପ୍ରତି ଲୋକଙ୍କ ଆଗ୍ରହ ବଢ଼ିଚାଲିଛି।

ଭୁବନେଶ୍ୱର : ଦେଶ ବିଦେଶରେ ଉନ୍ନତ ମାନର ହସ୍ତ ତଥା ବୟନ ସାମଗ୍ରୀ ବିକ୍ରୟରେ ‘ ଉତ୍କଳିକା’ ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି । ସଂପ୍ରତି କୋଭି ଭୂତାଣୁ ସଂକ୍ରମଣ ରୋକିବା ନିମନ୍ତେ ମାସ୍କ ପିନ୍ଧିବା ଅତ୍ୟନ୍ତ ଜରୁରୀ । ଏହି ପରିପ୍ରେକ୍ଷୀରେ ‘ଉତ୍କଳିକା’ ପକ୍ଷରୁ ଏହାର ତାଲିକାଭୁକ୍ତ କାରିଗର ବୁଣାକାରମାନଙ୍କ ଦ୍ଵାରା ପ୍ରସ୍ତୁତ ‘ମାସ୍କ’ ବିକ୍ରୟ ହେଉଛି । ଲକ୍ ଡାଉନ୍ ସମୟରେ କାରିଗର ବୁଣାକାରମାନେ କୋଟପାଡ୍, ସମ୍ବଲପୁରୀ ସୂତା କନାରେ ଗ୍ରାହକମାନଙ୍କ ନିମନ୍ତେ ଆକର୍ଷଣୀୟ ମାସ୍କ ପ୍ରସ୍ତୁତ କରିଛନ୍ତି । 

ଏହିସବୁ ମାସ୍କର ବିଶେଷତା ହେଉଛି ଏହା ହାତ ତିଆରି, ହସ୍ତତନ୍ତ ସୂତାରେ ପ୍ରସ୍ତୁତି, ପ୍ରାକୃତିକ ବା ଜୈବିକ ରଙ୍ଗଯୁକ୍ତ କୋଟପାଡ୍ ବୁଣା ସହିତ ଏଗୁଡ଼ିକ ପରିବେଶ ଅନୁକୂଳ ଏବଂ ଘରେ ସଫା ହୋଇପାରିବ । ପ୍ରାକୃତିକ ରଙ୍ଗଯୁକ୍ତ କପଡ଼ା ହେତୁ ଏହା ସ୍ଵାସ୍ଥ୍ୟ ଉପଯୋଗୀ ଓ ଏହାର ବ୍ୟବହାର ବେଶ୍ ସୁବିଧାଜନକ । ଏ ପର୍ଯ୍ୟନ୍ତ ‘ଉତ୍କଳିକା’ ପକ୍ଷରୁ ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ ସହିତ ବିଭିନ୍ନ ସଂସ୍ଥାକୁ ପ୍ରାୟ ଦୁଇ ହଜାର ମାସ୍କ ଯୋଗାଇ ଦିଆଯାଇଛି । 

ଗ୍ରାହକମାନଙ୍କ ଚାହିଦା ଅନୁସାରେ ଆଗାମୀ ଦିନରେ ବିଭିନ୍ନ ପ୍ରକାରର ପ୍ରାକୃତିକ ରଙ୍ଗଯୁକ୍ତ ନୂତନ ଡିଜାଇନ୍ ସହିତ ସବୁବର୍ଗଙ୍କୁ ଆକର୍ଷିତ କରିବା ଭଳି ଅଧୁକ ମାସ୍କ ପ୍ରସ୍ତୁତ କରାଯିବ ବୋଲି ‘ ଉତ୍କଳିକା’ର ଏମ୍.ଡି ଶ୍ରୀମତୀ ଅଂଜନା ପଣ୍ଡା ପ୍ରକାଶ କରିଛନ୍ତି । ଏହି ମାସ୍କର ପ୍ରସ୍ତୁତି ଓ ବଜାରକରଣ ଦ୍ଵାରା ମହିଳା ସ୍ଵୟଂ ସହାୟକ ଗୋଷ୍ଠୀର ସଦସ୍ୟମାନେ ଅଧୁକ ଉପକୃତ ହୋଇପାରିବେ ।

Tags

Post a Comment

[blogger][disqus][facebook][spotim]
Powered by Blogger.
Javascript DisablePlease Enable Javascript To See All Widget