loading...

ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ରାଜ୍ୟ ପାଲାକାରମାନଙ୍କ ୧ ଲକ୍ଷ ଟଙ୍କା ସହାୟତା ପ୍ରଦାନ ପାଲା।

କଳାକାରମାନଙ୍କ ସମସ୍ୟା ନେଇ ସଂସ୍କୃତି ବିଭାଗ ପ୍ରମୁଖ ଶାସନ ସଚିବଙ୍କ ସହିତ ସାକ୍ଷାତ ଆଲୋଚନା ।

ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ରାଜ୍ୟ ପାଲାକାରମାନଙ୍କ ୧ ଲକ୍ଷ ଟଙ୍କା ସହାୟତା ପ୍ରଦାନ ପାଲା। ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ରାଜ୍ୟ ପାଲାକାରମାନଙ୍କ ୧ ଲକ୍ଷ ଟଙ୍କା ସହାୟତା ପ୍ରଦାନ ପାଲା।

ଭୁବନେଶ୍ବର : ଆଜି ରାଜ୍ୟ ଲୋକସେବା ଭବନ କାର୍ଯ୍ୟାଳୟରେ ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀଯୁକ୍ତ ମନୋରଞ୍ଜନ ପାଣିଗ୍ରାହୀଙ୍କୁ ରାଜ୍ୟ ପାଲାଗାୟକ ପରିଷଦର ସଭାପତି ମଦନ ମୋହନ ଜେନା, ପରିଷଦର ନିର୍ଦ୍ଦେଶକ ଅମୀୟ କୁମାର ପଟ୍ଟନାୟକ ଏବଂ ରାଜ୍ୟ ପାଲା କଲ୍ୟାଣ ପାଣ୍ଠିର କୋଷାଧ୍ୟକ୍ଷ ଯୁଧୁଷ୍ଠିର ପରିଜା ସାକ୍ଷାତ ଆଲୋଚନା କରି ଗତ ବର୍ଷ ଫନିଠାରୁ ଏବର୍ଷର କରୋନା ତାଲାବନ୍ଦ ଜନିତ ପାଲା ବନ୍ଦ ଯୋଗୁଁ ସହସ୍ରାଧୁକ ପାଲା କଳାକାରମାନଙ୍କର ଦୟନୀୟ ପରିସ୍ଥିତି ସମ୍ବନ୍ଧରେ ବିସ୍ତୃତ ଆଲୋଚନା କରିଥିଲେ । 

ପାଲାକୁ ଜୀବୀକା କରି ଚଳୁଥିବା ସମସ୍ତ କଳାକାରଙ୍କ ପରିବାର ଆର୍ଥିକ ଅନାଟନରେ ରହି ପୁଣି କେବେ ସାଧାରଣ ସମୟ ଆସିବ ଓ ସେମାନଙ୍କର ରୋଜଗାର ସ୍ୱଭାବିକ ହେବ ତା’କୁ ଚାହିଁ ବସିଛନ୍ତି । ତେଣୁ ସଂସ୍କୃତି ବିଭାଗ ପକ୍ଷରୁ ରାଜ୍ୟ ସରକାର ଏପରି ଦୁଃସ୍ଥିତି ସମୟରେ କଳାକାରମାନଙ୍କୁ ସ୍ୱତନ୍ତ୍ର ଆର୍ଥିକ ସହାୟତା ପ୍ରଦାନ କରିବାକୁ ପ୍ରମୁଖ ଶାସନ ସଚିବଙ୍କ ନିକଟରେ କର୍ମକର୍ତ୍ତାମାନେ ଅନୁରୋଧ ପୂର୍ବକ ଦାବି ଉପସ୍ଥାପନ କରିଛନ୍ତି ।

ଓଡ଼ିଶାର ସାଂସ୍କୃତିକ ସ୍ବାଭିମାନ ପାଲା କଳାକାରଙ୍କ ସର୍ବ ପୂରାତନ ଏକମାତ୍ର ପ୍ରକୃତ ଅନୁଷ୍ଠାନ ଶ୍ରୀନୀଳାଚଳ ନିଖୁଳାତ୍କଳ ପାଲାଗାୟକ ପରିଷଦଭୁକ୍ତ ସମସ୍ତ ବଦାନ୍ୟ ପାଲାକାର, ପାଲାମଞ୍ଚର କର୍ମକର୍ତ୍ତା ଓ ପାଲାପ୍ରେମୀମାନଙ୍କଠାରୁ ସଂଗୃହୀତ ୮୦ ହଜାର ଟଙ୍କା ସାଧାରଣ ପ୍ରଶାସନ ବିଭାଗର କାର୍ଯ୍ୟରତ ସ୍ବତନ୍ତ୍ର ଅଧୁକାରୀଙ୍କ ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ପ୍ରଦାନ କରାଯାଇଛି । ଏଥିପୂର୍ବରୁ ଗତ ଏପ୍ରିଲ ମାସରେ ପରିଷଦ ତରଫରୁ ଖୋର୍ଦ୍ଧା ଅତିରିକ୍ତ ଜିଲ୍ଲାପାଳଙ୍କ ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ୨୧ ହଜାର ଟଙ୍କା ପ୍ରଦାନ କରାଯାଇଥିବା ପରିଷଦର ସଭାପତି ଶ୍ରୀ ଜେନା ଏକ
ପ୍ରେସ ବିଜ୍ଞପ୍ତିରେ ଜଣାଇଛନ୍ତି ।

Post a Comment

[blogger][disqus][facebook][spotim]
Powered by Blogger.
Javascript DisablePlease Enable Javascript To See All Widget