loading...

ରାଜୀବ ଭବନଠାରେ ବନ୍ଦେ ଉତ୍କଳ ଜନନୀ ସମବେତ ଗାନ ବନ୍ଦେ ଉତ୍କଳ ଜନନୀ ସମବେତ ଗାନ କୋଭିଡ୍ ଯୋଦ୍ଧାଙ୍କର ମନବଳ ବୃଦ୍ଧି କରିବ।

ଆଜି ଅପରାହ୍ନ ଘ.୫.୩୦ ମି ସମୟରେ ସ୍ଥାନୀୟ ରାଜୀବ ଭବନଠାରେ ବନ୍ଦେ ଉତ୍କଳ ଜନନୀ ସମବେତ ଗାନ କରାଯାଇଛି ।

ରାଜୀବ ଭବନଠାରେ ବନ୍ଦେ ଉତ୍କଳ ଜନନୀ ସମବେତ ଗାନ ବନ୍ଦେ ଉତ୍କଳ ଜନନୀ ସମବେତ ଗାନ କୋଭିଡ୍ ଯୋଦ୍ଧାଙ୍କର ମନବଳ ବୃଦ୍ଧି କରିବ।

ଭୁବନେଶ୍ବର : ଆଜି ଅପରାହ୍ନ ଘ.୫.୩୦ ମି ସମୟରେ ସ୍ଥାନୀୟ ରାଜୀବ ଭବନଠାରେ ବନ୍ଦେ ଉତ୍କଳ ଜନନୀ ସମବେତ ଗାନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ରାଜ୍ୟ ଜଳ ସଂପଦ ବିଭାଗ ସମେତ ଏହି କୋଠାରେ କାର୍ଯ୍ୟ କରୁଥିବା ସ୍ବତନ୍ତ୍ର ରିଲିଫ୍ କମିଶନର, ଓସଡମା, ଦକ୍ଷତା ବିକାଶ ପ୍ରାଧୀକରଣ ଅପକ୍ଷଙ୍କ କାର୍ଯ୍ୟାଳୟ, ପଶ୍ଚିମ ଓଡିଶା ବିକାଶ ପରିଷଦ ଆଦି କାର୍ଯ୍ୟାଳୟ ଆଦିରେ କାର୍ଯ୍ୟରତ ୨୦୦ ରୁ ଅଧିକ ବିଭାଗୀୟ ବରିଷ୍ଠ ଅଧିକାରୀ ଓ କର୍ମଚାରୀମାନେ ସାମାଜିକ ଦୂରତ୍ବ ବଜାୟ ରଖି ମାସ୍କ ପରିଧାନ ପୂର୍ବକ ବନ୍ଦେ ଉତ୍କଳ ଜନନୀ ସମବେତ ସଂଗୀତ ଗାନ କରିଥିଲେ।

ଏହି କାର୍ଯ୍ୟକ୍ରମରେ ଯୋଗଦେଇ ରାଜ୍ୟ ଜଳ ସଂପଦ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ସୁରେନ୍ଦ୍ର କୁମାର କହିଲେ ଯେ, ବନ୍ଦେ ଉତ୍କଳ ଜନନୀ ସମବେତ ଗାନ କୋଭିତ୍ ଯୋଦ୍ଧାଙ୍କର ମନବଳ ବୃଦ୍ଧି କରିବ । ସେ କହିଥିଲେ ଯେ, ଲକ୍ ଡାଉନ୍ ସମୟରେ ମଧ୍ୟ ନିଜ ଜୀବନକୁ ବାଜି ଲଗାଇ ଡାକ୍ତର, ପୋଲିସ୍, ସ୍ବାସ୍ଥ୍ୟ କର୍ମୀ, ଅଙ୍ଗନୱାଡି କର୍ମୀ ଓ ସେଚ୍ଛାସେବୀ ଭଳି କର୍ମଚାରୀମାନେ କରୋନା ଯୋଦ୍ଧା ସାଜି ଆମ୍ଭମାନଙ୍କ ସ୍ବାସ୍ଥ୍ୟ ଓ ସୁରକ୍ଷା ପାଇଁ ଅହରହ କାର୍ଯ୍ୟ କରିଆସୁଛନ୍ତି । ସେହିପରି ଅସ୍ଥାୟୀ ସ୍ବାସ୍ଥ୍ୟ କେନ୍ଦ୍ର ପରିଚାଳନା ହେଉ ଅବା କୋଭିତ୍ ପରିଚାଳନା ଏବଂ ରେଳ ଷ୍ଟେସନରେ ଅନ୍ୟ ରାଜ୍ୟରୁ ଫେରୁଥିବା ପ୍ରବାସୀମାନଙ୍କୁ ଗ୍ରହଣ କରିବା ହେଉ, ପ୍ରତିଟି କ୍ଷେତ୍ରରେ ସେମାନଙ୍କର ସେବା ପ୍ରଶଂସନୀୟ ହୋଇଛି । 

ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନିବେଦନ କ୍ରମେ ଆମେ ସମସ୍ତେ ଏହି ସମବେତ ବନ୍ଦେ ଉତ୍କଳ ଜନନୀ ଗାନ କରି ସେମାନଙ୍କ ପ୍ରତି ଯେଉଁ କୃତଜ୍ଞତା ଜଣାଉଛେ, ତାହା ସେମାନଙ୍କର ଅବଦାନର ନିମତ୍ତ ମାତ୍ର ଆମର ଏହି ସମର୍ଥନ ସେମାନଙ୍କ ମନୋବଳକୁ ଆହୁରି ସୃଦୁଢ କରିବ ବୋଲି ଶ୍ରୀ କୁମାର କହିଥିଲେ । ସୂଚନା ଓ ଲୋକ ସଂପର୍କ ବିଭାଗ ଯୁଗ୍ମ ନିର୍ଦ୍ଦେଶକ ଶ୍ରୀ ବରଦା ପ୍ରସନ୍ନ ଦାସ କାର୍ଯ୍ୟକ୍ରମ ସଂଯୋଜନା ପୂର୍ବକ ପ୍ରାରମ୍ଭିକ ସୂଚନା ଦେଇ ଓଡିଶା ମାଟି ସହ ସଂପର୍କ ଥିବା ସାଢେ ଚାରିକୋଟି ଓଡ଼ିଆ ଭାଇଭଉଣୀମାନଙ୍କୁ ସାମାଜିକ ଦୂରତ୍ବ ବଜାୟ ରଖି ଆମର କୋଭିଡ୍ ଯୋଦ୍ଧାମାନଙ୍କୁ ଉତ୍ସାହିତ କରିବା ଓ ସେମାନଙ୍କର ତ୍ୟାଗକୁ ସମ୍ମାନ ଜଣାଇବା ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନିବେଦନ ସଂପର୍କରେ କହିଥିଲେ । ସୂଚନା ଓ ଲୋକ ସଂପର୍କ ବିଭାଗ ତରଫରୁ ସମସ୍ତ ଆନୁଷଙ୍ଗିକ ବ୍ୟବସ୍ଥା କରାଯାଇଥିଲା ।

Post a Comment

[blogger][disqus][facebook][spotim]
Powered by Blogger.
Javascript DisablePlease Enable Javascript To See All Widget