loading...

ପ୍ରତିଟି ଓଡିଆ ମୁହଁରେ ‘ବନ୍ଦେ ଉତ୍କଳ ଜନନୀ' କୃତଜ୍ଞତା ଜଣାଇଲେ ମୁଖ୍ୟମନ୍ତ୍ରୀ, କହିଲେ ମୁଁ ଋଣୀ।

ପ୍ରତିଟି ଓଡିଆ ମୁହଁରେ ‘ବନ୍ଦେ ଉତ୍କଳ ଜନନୀ' କୃତଜ୍ଞତା ଜଣାଇଲେ ମୁଖ୍ୟମନ୍ତ୍ରୀ, କହିଲେ ମୁଁ ଋଣୀ।

 ପ୍ରତିଟି ଓଡିଆ ମୁହଁରେ ‘ବନ୍ଦେ ଉତ୍କଳ ଜନନୀ' କୃତଜ୍ଞତା ଜଣାଇଲେ ମୁଖ୍ୟମନ୍ତ୍ରୀ, କହିଲେ ମୁଁ ଋଣୀ।

ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ନିବେଦନ କ୍ରମେ ଆଜି ସଂଧ୍ୟାରେ ସମଗ୍ର ଓଡିଶାବାସୀ ତଥା ବିଶ୍ବର କୋଣ ଅନୁକୋଣରେ ରହୁଥିବା ଓଡ଼ିଆ ଭାଇଭଉଣୀମାନେ ଏକାସଂଗରେ ‘ବନ୍ଦେ ଉତ୍କଳ ଜନନୀ ଗାନ କରି କୋଭିଡ ଯୋଦ୍ଧାଙ୍କ ତ୍ୟାଗକୁ ସମ୍ମାନ ଜଣାଇବା ସହିତ ସେମାନଙ୍କୁ ଯେଭଳି ଉତ୍ସାହିତ କଲେ ତାହା ଥିଲା ଅଭୁତପୂର୍ବ । ସେଥିପାଇଁ ମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ ଆନ୍ତରିକ କୃତଜ୍ଞତା ଜଣାଇବା ସହ ସମସ୍ତଙ୍କ ନିକଟରେ ଏଥିପାଇଁ ସେ ଉଣୀ ବୋଲି କହିଛନ୍ତି । 

ଏହି ଅସାଧାରଣ ପରିସ୍ଥିତିରେ ଓଡ଼ିଆ ଜାତି ଆଜି ଏକଜୁଟ ହୋଇ କରୋନା ଯୋଦ୍ଧାଙ୍କୁ ସାହାସ ଯୋଗାଇଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଏଥିରେ ଛୋଟପିଲା ଠାରୁ ଆରମ୍ଭ କରି ବୁଢ଼ାବୁଢ଼ୀଙ୍କ ପର୍ଯ୍ୟନ୍ତ ସବୁ ବୟସର ତଥା ସବୁ ବର୍ଗର ଜନସାଧାରଣଙ୍କ ଯୋଗଦାନ କୋଭିଡ ବିରୁଦ୍ଧରେ ଆମ ସଂଗ୍ରାମକୁ ଆହୁରି ଦୃଢ଼ କରିବା ସହିତ ଆମକୁ ନୈତିକ ଶକ୍ତି ଯୋଗାଇଛି ।

ସେହିପରି ସମସ୍ତ ରାଜନୈତିକ ଦଳ ଯେଭଳି ଏହି ଉଦ୍ୟମକୁ ଅକୁଣ୍ଠ ସମର୍ଥନ ଯୋଗାଇ ଦେଇଥିଲେ, ସେଥିପାଇଁ ମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ କୃତଜ୍ଞତା ଜଣାଇଛନ୍ତି । ଓଡ଼ିଶା ମାଟିର ଗୌରବ ବୃଦ୍ଧି ସହିତ ଓଡ଼ିଆ ଜାତିର ସମ୍ମାନକୁ ସର୍ବୋତ୍ତମ ଶିଖରରେ ପହଞ୍ଚାଇବା ପାଇଁ ମୁଖ୍ୟମନ୍ତ୍ରୀ ସମସ୍ତଙ୍କର ସହଯୋଗ କାମନା କରିଛନ୍ତି ।

Tags

Post a Comment

[blogger][disqus][facebook][spotim]
Powered by Blogger.
Javascript DisablePlease Enable Javascript To See All Widget