loading...

ରାଜ୍ୟ ବ୍ୟାପି ଏବିଭିପି ଦ୍ବାରା କୋରନା ଯୋଦ୍ଧାଙ୍କୁ ସମ୍ବର୍ଦ୍ଧନା।

ରାଜ୍ୟ ବ୍ୟାପି ଏବିଭିପି ଦ୍ବାରା କୋରନା ଯୋଦ୍ଧାଙ୍କୁ ସମ୍ବର୍ଦ୍ଧନା।

ରାଜ୍ୟ ବ୍ୟାପି ଏବିଭିପି ଦ୍ବାରା କୋରନା ଯୋଦ୍ଧାଙ୍କୁ ସମ୍ବର୍ଦ୍ଧନା।

ଭୁବନେଶ୍ବର : ବର୍ତ୍ତମାନ ସାରା ଦେଶ ମହାମାରୀ କରୋନା ବିରୁଦ୍ଧରେ ଲଢେଇ କରୁଛି। ଏହି ମହାମାରୀ ସମୟରେ ଆମେ ସମସ୍ତେ ନିଜ ନିଜ ଘରେ ତାଲାବନ୍ଦ ରହିଥିବାବେଳେ,ଆମ ସମସ୍ତଙ୍କ ପାଇଁ ଏ ଯୁଦ୍ଧରେ ବିଜୟ ଲାଭ କରିବାକୁ ନିଃସ୍ୱାର୍ଥପର ଭାବେ ଅହରହ ପ୍ରଚେଷ୍ଟା ଜାରି ରଖୁଥୁବା କରୋନା ଯୋଦ୍ଧାଙ୍କୁ ବିଶ୍ବର ସର୍ବ ବୃହତ ଛାତ୍ର ସଙ୍ଗଠନ ଅଖୁଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ତରଫରୁ ଆଜି ରାଜ୍ୟବ୍ୟାପୀ ସମ୍ବର୍ଦ୍ଧିତ କରାଯାଇଛି। 

ସ୍ଥାନ ବିଶେଷ ରେ ପ୍ରଶାସନିକ ଅଧୁକାରୀ,ମିଡିଆ ବନ୍ଧୁ, ସଫେଇ କର୍ମଚାରୀ, ଡାକ ଡାକ୍ତର,ସ୍ବାସ୍ଥ୍ୟକର୍ମୀ,ଅଗ୍ନିଶମ ବାହିନୀ, ପୋଲିସ୍‌ କର୍ମଚାରୀ, ମେଡିକାଲ କର୍ମଚାରୀ, ସଂଗରୋଧ କେନ୍ଦ୍ର କର୍ମଚାରୀ, ମୁନିସିପାଲିଟି ସଭାପତି,ସରପଞ୍ଚ, ୱାର୍ଡ ମେମ୍ବରଙ୍କ ସମେତ ସମସ୍ତ କରୋନା ଯୋଦ୍ଧାଙ୍କୁ ଉତ୍ତରୀୟ, ପୁଷ୍ପ, ମାନପତ୍ର ଓ ମିଠା ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ସାରା ଓଡ଼ିଶାର ଆଜି ଗୋଟାଏ ଦିନ ରେ ୩୦ଟି ଜିଲ୍ଲାରେ ୪୦,୦୦୦ ରୁ ଉଦ୍ଧ କରୋନା ଯୋଦ୍ଧାଙ୍କୁ ୧୫,୦୦୦ରୁ ଉର୍ତ୍ତ ଛାତ୍ରଛାତ୍ରୀ ସମ୍ମାନିତ କରିଥିଲେ। ଏବିଭିପ ଓଡିଶା ପ୍ରଦେଶର ରାଜ୍ୟ ସମ୍ପାଦକ ଶଶିକାନ୍ତ ମିଶ୍ର କହିଛନ୍ତି, କୋରନା ଯୋଦ୍ଧା ମାନଙ୍କ ଭୂମିକା ଦେଶ ଭିତର ର ସୈନିକ ଭଳି,ଆଗକୁ ମଧ୍ୟ ଏହିଭଳି ସମ୍ମାନ ପ୍ରଦର୍ଶନ ପୂର୍ବକ କାର୍ଯ୍ୟକ୍ରମ ମାନ ଚାଲୁରହିବ। 

ମୁଖ୍ୟମନ୍ତ୍ରୀଙ୍କ ଆହ୍ବାନ କ୍ରମେ ଏବିଭିପର କାର୍ଯ୍ୟକର୍ତା ମାନେ ବହୁ ସଂଖ୍ୟାରେ ଆଜି ବନ୍ଦେ ଉତ୍କଳ ଜନନୀ ଗାନ କରିଥିଲେ । ଏବିଭିପି ର ପ୍ରାନ୍ତ କାର୍ଯ୍ୟାଳୟ ମଧ୍ୟ ବରମୁଣ୍ଡା ଅଂଚଳରେ କାମକରୁଥିବା ସମସ୍ତ ସଫେଇ କର୍ମଚାରୀ ମାନଙ୍କୁ ସମ୍ବର୍ଦ୍ଧିତ କରାଯିବା ସହ ସଂଧ୍ୟା ୫.୩୦ ସମୟରେ ବନ୍ଦେ ଉତ୍କଳ ଜନନୀ ଗାନ କରାଯାଇଥିଲା । ଏଥିରେ କ୍ଷେତ୍ରିୟ ସଂଗଠନ ସମ୍ପାଦକ ଗୋବିନ୍ଦ ନାୟକ, ପ୍ରାନ୍ତ ସଂଗଠନ ସମ୍ପାଦକ ଅଭିଳାଷ ପଣ୍ଡା, ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ସଦସ୍ୟ ସଞ୍ଜୟ ମଲିକ,ଭୁବନେଶ୍ବର ମହାନଗର ସମ୍ପାଦକ ସମ୍ବିତ ରାଉତ,ସୁଧ୍ୟଶୁ ସାହୁ,ପିଟୁ ପ୍ରତୀକ ନାୟକ, ଦେବରାଜ ମାଝା ପ୍ରମୁଖ ଉପସ୍ଥିତ ଥିଲେ । 

ବିଦ୍ୟାର୍ଥୀ ପରିଷଦ କାର୍ଯ୍ୟକର୍ତ୍ତାଙ୍କ ଦ୍ବାରା ସମସ୍ତ କୋରନା ଯୋଦ୍ଧାଙ୍କୁ ଦେଶପାଇଁ ଏହିପରି ନିଃସ୍ୱାର୍ଥପର ଭାବେ ସେବା କରିଚାଲିଥିବା କାରଣ ରୁ ଧନ୍ୟବାଦ ଜ୍ଞାପନ ସହ କୃତଜ୍ଞତା ପ୍ରକଟ କରାଯାଇଥିଲା।

Tags

Post a Comment

[blogger][disqus][facebook][spotim]
Powered by Blogger.
Javascript DisablePlease Enable Javascript To See All Widget