ଭୁବନେଶ୍ୱର : ଶ୍ରୀ ଶ୍ରୀ ବିଶ୍ବନାଥ ମହାଦେବ ଶୈବପୀଠ, ସ୍ଥାନୀୟ ଚନ୍ଦ୍ରଶେଖରପୁର, ଡିଷ୍ଟ୍ରିକ୍ ସେଣ୍ଟର, ଭୁବନେଶ୍ୱରଠାରେ ଶ୍ରୀ ମହାଦେବ ବିଶ୍ଵନାଥଙ୍କ ମନ୍ଦିର ପ୍ରାଙ୍ଗଣରେ ୧୧ ତମ ଶିଦ ପାବତୀ ବିବାହ କାର୍ଯ୍ୟ ସମାପନ ହୋଇଯାଇଛି । ସର୍ବପ୍ରଥମେ କୁଆଖାଇ ନଦୀରୁ କଳସ ପାତ୍ରରେ ପାଣି ଆଣି ଘଟ ବସାଯାଇଥିଲା । ସରକାରଙ୍କର ପ୍ରଶାସନିକ ଆଇନ୍ ପାଳନ ପୂର୍ବକ ମୁଖା (ମାସ୍କ) ପିନ୍ଧ ୭ଜଣ ଉପସ୍ଥିତ ଦେବ ଦମ୍ପଭିଙ୍କୁ ବିବାହ ପୂଜାର୍ଚ୍ଚନା କରାଯାଇଥିଲା ।
ଉକ୍ତ ପ୍ରାଙ୍ଗର, ଶୈବପୀଠରେ ଦୁଇଦିନ ବ୍ୟାପୀ ଶିବ ପାର୍ବତୀଙ୍କ ବିବାହ ପର୍ବ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଦିବା ୫ ଘଟିକାରେ ଦେବ ଦମ୍ପଭିଙ୍କର ହସ୍ତଗଣ୍ଡି ହରିହର ସମେତ ସର୍ବ ଦେବାଦେବୀଙ୍କୁ ଭେଟ, ଖଇ କଉଡ଼ି ଖେଳାଯାଇଥିଲା । ଏହି ଉତ୍ସବରେ ନନାଦ୍ୟ ଶ୍ରୀ ଶାରଦା ପ୍ରସନ୍ନ ପଣ୍ଡା, ଶ୍ରୀ ସରୋଜ କୁମାର ପାଢୀ ପୂଜକ ରୂପେ କାର୍ଯ୍ୟ କରି ବିବାହ ସମ୍ପନ୍ନ କରିଥିଲେ । ବରପିତା ଶ୍ରୀ ବିଶ୍ବନାଥ ମହାନ୍ତି (ମ୍ୟାନେଜିଙ୍ଗ ଟ୍ରଷ୍ଟି), ସ୍ତ୍ରୀ ରେବତୀ , କନ୍ୟାପିତା ଶ୍ରୀ ରବିନ୍ଦ୍ର କୁମାର ଜେନା ଓ ରଶ୍ମିତା ଜେନା, ସୁଚିସ୍ମିତା, କଳ୍ପନା ଇତ୍ୟାଦି ଦେବ ଦମ୍ପତ୍ତିଙ୍କୁ ବନ୍ଦାପନା କରିଥିଲେ । ତା ୨୮.୦୫.୨୦୨୦ରିଖ ଆଜି ଶୀତଳଷଷ୍ଠୀ ଉପଲକ୍ଷେ ରୁଦ୍ରାଭିଷେକ, ୧୦୮ ବେଲପତ୍ର ପ୍ରଦାନ ପୂର୍ବକ ଅପରାହ୍ନ ୫ଟା ସମୟରେ ୫ ଜଣ ମୁଖା ପିନ୍ଧି ସାମାଜିକ ଦୂରତା ସହିତ ହାତ ଘଣ୍ଟି, ଶଙ୍ଖ ବଜାଇ ନଗର ପରିକ୍ରମା କରି ନିରାଡ଼ମ୍ବର ଭାବରେ ଦୁଇଦିନ ଶୀତଳଷଷ୍ଠୀ କାର୍ଯ୍ୟ ସମାପନ କରିଥିଲେ।
Post a Comment