loading...

ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଶକ୍ତି, ନୂତନ ଓ ଅକ୍ଷୟ ଶକ୍ତି ମନ୍ତ୍ରଣାଳୟର କାର୍ଯ୍ୟ ସମୀକ୍ଷା ବୈଠକ।

ସଂଶୋଧୂତ ଶୁଳ୍ପ ନୀତି ତଥା ବିଦ୍ୟୁତ ସଂଶୋଧନ ବିଲ 2020 ଦ୍ବାରା ଉପୁଜୁଥିବା ସମସ୍ୟାର ସମାଧାନ ନେଇ ସମୀକ୍ଷା ।

ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଶକ୍ତି, ନୂତନ ଓ ଅକ୍ଷୟ ଶକ୍ତି ମନ୍ତ୍ରଣାଳୟର କାର୍ଯ୍ୟ ସମୀକ୍ଷା ବୈଠକ।
google

ନୁଆଦିଲ୍ଲୀ : କେନ୍ଦ୍ର ଶକ୍ତି, ନୂତନ ଓ ଅକ୍ଷୟ ଶକ୍ତି ମନ୍ତ୍ରଣାଳୟର କାର୍ଯ୍ୟକାରିତା, ସଂଶୋଧୂତ ଶୁଳ୍ପ ନୀତି ତଥା ବିଦ୍ୟୁତ ସଂଶୋଧନ ବିଲ 2020 ଦ୍ବାରା ଉପୁଜୁଥିବା ସମସ୍ୟାର ସମାଧାନ ନେଇ ପ୍ରଧାନମନ୍ତ୍ରୀ ସମୀକ୍ଷା କରିଛନ୍ତି । ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଖାଉଟିମାନଙ୍କର ହିତକୁ ଧ୍ୟାନରେ ରଖୁ କାର୍ଯ୍ୟ ଦକ୍ଷତା ବୃଦ୍ଧି ସହ ଶକ୍ତି କ୍ଷେତ୍ରରେ ଆର୍ଥିକ ସ୍ଥାୟିତ୍ବ ଉପରେ ଗୁରୁତ୍ବ ଦେଇଛନ୍ତି । ସେ କହିଛନ୍ତି ଯେ, ଶକ୍ତି କ୍ଷେତ୍ରରେ ବିଦ୍ୟୁତ ବଣ୍ଟନକୁ ନେଇ ଉପୁଜିଥିବା ସମସ୍ୟା ବିଭିନ୍ନ ଅଞ୍ଚଳ ଓ ରାଜ୍ୟରେ ଅଲଗା । 

ସେ ଦୃଷ୍ଟିରୁ ସମସ୍ୟାର ଏକୀକୃତ ସମାଧାନ ନକରି ରାଜ୍ୟଗୁଡ଼ିକର ଆବଶ୍ୟକତା ଅନୁସାରେ ସମସ୍ୟାର ସମାଧାନ କରିବା ସହ ଦକ୍ଷତା ବୃଦ୍ଧି କରାଯିବା ଆବଶ୍ୟକ । ଡ଼ିସକମ ଯେପରି ତାହାର କାର୍ଯ୍ୟଶୈଳୀ ସମ୍ପର୍କରେ ସମୟାନୁସାରେ ଲୋକମାନଙ୍କୁ ଅବଗତ କରାଇବ ତାହା ସୁନିଶ୍ଚିତ କରିବା ପାଇଁ ସେ ଶକ୍ତି ମନ୍ତ୍ରଣାଳୟକୁ ପରାମର୍ଶ ଦେଇଛନ୍ତି । ସେ ଶକ୍ତି କ୍ଷେତ୍ରରେ ବ୍ୟବହୃତ ଯନ୍ତ୍ରପାତି ଦେଶୀ ହେବା ଉପରେ ଗୁରୁତ୍ବାରୋପ କରିଛନ୍ତି । କୃଷି କ୍ଷେତ୍ରରେ ନୂତନ ଓ ଅକ୍ଷୟ ଶକ୍ତିର ପ୍ରୟୋଗ ଉପରେ ମଧ୍ୟ ପ୍ରଧାନମନ୍ତ୍ରୀ ଗୁରୁତ୍ବାରୋପ କରିଛନ୍ତି । 

କୃଷି କ୍ଷେତ୍ରର ସୌରଚାଳିତ ପମ୍ପଠାରୁ ଆରମ୍ଭ କରି ଶୀତଳ ଭଣ୍ଡାରଗୁଡିକୁ ସୌରଚାଳିତ କରିବା ଉପରେ ସେ ଜୋର ଦେଇଛନ୍ତି । ସେ ପ୍ରତ୍ୟେକ ରାଜ୍ୟର ରାଜଧାନୀ । ଅଥବା ପର୍ଯ୍ୟଟନ ସ୍ଥଳୀକୁ ସଂପୂର୍ଣ୍ଣ ସୌରଶକ୍ତି ପରିଚାଳିତ ନଗରୀରେ ପରିଣତ କରିବା ଉପରେ ଗୁରୁତ୍ବାରୋପ କରିଛନ୍ତି । ଛାତ ଉପରେ ସୋଲାର ପ୍ୟାନେଲମାନ ବସାଇ ସୌର ଶକ୍ତି ଆହରଣ କରାଯାଇପାରିବ ବୋଲି ସେ କହିଛନ୍ତି । ଦେଶରେ ପରିବେଶ ବିକାଶ ସହିତ ଇନଗଟ,  ଓ ସେଲ ପ୍ରଭୃତିର ଉତ୍ପାଦନ ହୋଇପାରିଲେ, ଏହା କର୍ମ ସଂସ୍ଥାନ ବୃଦ୍ଧି କରିବା ସହିତ ଅନେକ ଆନୁଷଙ୍ଗିକ ସୁବିଧା ସୁଯୋଗ ପ୍ରଦାନ କରିବ ବୋଲି ସେ କହିଛନ୍ତି । 

ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ଲଦାଖକୁ କାର୍ବନ ବିହୀନ କରିବା ପାଇଁ ଯୋଜନା ତ୍ବରାନ୍ବିତ କରିବା ସହ ସୌର ଓ ପବନ ଚାଳିତ ଶକ୍ତିର ଉପଯୋଗ କରି ଉପକୁଳ ଅଞ୍ଚଳରେ ପାନୀୟ ଜଳ ଉପଲବ୍ଧ କରାଇବା ପାଇଁ ପରାମର୍ଶ ଦେଇଛନ୍ତି ।

Tags

Post a Comment

[blogger][disqus][facebook][spotim]
Powered by Blogger.
Javascript DisablePlease Enable Javascript To See All Widget