![]() |
ନୁଆଦିଲ୍ଲୀ : ଦେଶର ସର୍ବାକ ସଂକ୍ରମିତ 13ଟି ମହାନଗରୀର କୋଭିଡ-19 ସ୍ଥିତି ସମ୍ପର୍କରେ ପୌରାୟୁକ୍ତ ଓ ଜିଲ୍ଲା ମାଜିଷ୍ଟ୍ରେଟଙ୍କ ସହ କ୍ୟାବିନେଟ ସଚିବ ସମୀକ୍ଷା କରିଛନ୍ତି । ଏଥିରେ ସମ୍ପୃକ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ମୁଖ୍ୟ ଶାସନ ସଚିବମାନେ ମଧ୍ୟ ଉପସ୍ଥିତ ଥିଲେ । ଦେଶର ପ୍ରାୟ ଶତକଡା 70 ଭାଗ କରୋନା ସଂକ୍ରମଣ ମାମଲା ଏହି 13ଟି ମହାନଗରୀରୁ ଆସିଥିବା ଦୃଷ୍ଟିରୁ ଏପରି ବୈଠକ ବିଶେଷ ଗୁରୁତ୍ୱ ବହନ କରୁଛି ।
ଏହି 13ଟି ମହାନଗରୀ ହେଉଛି ମୁମ୍ବାଇ, ଚେନ୍ନାଇ, ଦିଲ୍ଲୀ/ନୂଆଦିଲ୍ଲୀ, ଅହମଦାବାଦ, ଥାଣେ, ପୁଣେ, ହାଇଦ୍ରାବାଦ, କୋଲକାତା/ ହାଡା, ଇନ୍ଦୋର, ଜୟପୁର, ଯୋଧପୁର, ଚେଙ୍ଗଲପାଙ୍କୁ ଏବଂ ଥିରୁଭାଲୁର । ଏହି ବୈଠକରେ ପୌର ମହାନିଗମର କର୍ମଚାରୀ ଓ ଅଧୁକାରୀମାନଙ୍କ ଦ୍ବାରା କୋଭିଡ-19 ପରିଚାଳନାଗତ ପଦକ୍ଷେପ ସମ୍ପର୍କରେ ସମୀକ୍ଷା କରାଯାଇଥିଲା । କେନ୍ଦ୍ର ସରକାର ସହରାଞ୍ଚଳରେ କୋଭିଡ଼-19 ପରିଚାଳନା ସମ୍ପର୍କିତ ମାର୍ଗଦର୍ଶିକା ଜାରି କରିସାରିଛନ୍ତି । ଏହି ମାର୍ଗଦର୍ଶିକାରେ ହାଇ ରିସ୍କ ଫାକ୍ଟର, ସଂକ୍ରମଣ ହାରର ପୃଷ୍ଟି, ମୃତ୍ୟୁହାର, ଦିଗୁଣିତ ହେବା ହାର ଏବଂ ଏକ ନିୟୁତରେ ନମୁନା ପରୀକ୍ଷା ହାର ଉପରେ ମୁଖ୍ୟତଃ ଗୁରୁତ୍ବାରୋପ କରାଯାଇଛି ।
ସ୍ଥାନର ଭୌଗଳିକ ଅବସ୍ଥିତ, ସଂକ୍ରମଣ ମାମଲା, ସଂସ୍ପର୍ଶଗତ ସଂକ୍ରମଣ ଇତ୍ୟାଦିକୁ ବିଚାରକୁ ନେଇ ଆବଧାଞ୍ଚଳ ଘୋଷଣା କରିବାକୁ କେନ୍ଦ୍ର ସରକାର ଗୁରୁତ୍ବ ଦେଇଛନ୍ତି । ଏହା ଫଳରେ ସେ ଅଞ୍ଚଳରେ ଲକଡ଼ାଉନ ଜନିତ ନିୟମାବଳିଗୁଡିକୁ କଡାକଡି ପାଳନ କରାଯାଇପାରିବ । ପୌର ନିଗମ, ଆବାସିକ କଲୋନୀ, ମୋହଲା, ୱାର୍ଡ, ଥାନାଞ୍ଚଳ, ପୌରାଞ୍ଚଳ ବା ସହରକୁ ଆବଶ୍ୟକତା ଅନୁସାରେ ଆବଧାଞ୍ଜଳ ଭାବେ ଘୋଷଣା କରିପାରିବେ । ସ୍ଥାନୀୟ ସ୍ତରରୁ । ବୈଷୟିକ ତଥ୍ୟ ନେଇ ବିଭିନ୍ନ ଅଞ୍ଚଳ କେଉଁ ଜୋନରେ ଯିବ ତାହା ସ୍ଥିର କରାଯିବ ।
Post a Comment