ଭୁବନେଶ୍ବର : ରାଜ୍ୟ ବାହାରୁ ଓଡ଼ିଶାକୁ ଆସିଥିବା ଓଡ଼ିଆ ଲୋକମାନଙ୍କ ପାଇଁ କ୍ବୋରେଣ୍ଟାଇନ୍ ବାଧ୍ୟତାମୂଳକ ବୋଲି ମୁଖ୍ୟ ଶାସନ ସଚିବ ଶ୍ରୀ ଅସିତ ତ୍ରିପାଠୀ କହିଛନ୍ତି । ଆଜି ସ୍ଥାନୀୟ ଗୀତଗୋବିନ୍ଦ ସଦନରୁ ସାମ୍ବାଦିକମାନଙ୍କୁ ସୂଚନା ଦେଇ ମୁଖ୍ୟ ଶାସନ ସଚିବ କହିଛନ୍ତି ଯେ କ୍ବୋରେଣ୍ଟାଇନ୍ ଏକ ଆଇନଗତ ଆବଶ୍ୟକତା, କାହାର ଇଚ୍ଛାଧୀନ ବିଷୟ ନୁହେଁ । ତେଣୁ କ୍ବୋରେଣ୍ଟାଇନ୍ ର ନିୟମ ପାଳନ ନକରିବା ବା କ୍ବୋରେଣ୍ଟାଇନ୍ କେନ୍ଦ୍ରରୁ ଲୁଚି ପଳାଇବା ଏକ ଆଇନଗତ ଅପରାଧ ।
ଠିକ୍ ସେହିପରି ଦ୍ବାରାଣ୍ଟାଇନ୍ ସେଣ୍ଟରରେ ଗଣ୍ଡଗୋଳ ଓ ଶୃଙ୍ଖଳାଭଂଗ କାର୍ଯ୍ୟ ମଧ୍ୟ ବେଆଇନ୍ । ତେଣୁ ନିଜର, ନିଜ ପରିବାରର ତଥା ଜନସାଧାରଣଙ୍କ ସ୍ବାସ୍ଥ୍ୟ ଦୃଷ୍ଟିରୁ ଏ ପ୍ରକାର କାର୍ଯ୍ୟରୁ ନିବୃତ୍ତ ରହିବା ପାଇଁ ଶ୍ରୀ ତ୍ରିପାଠୀ ଓଡ଼ିଶାକୁ ଫେରୁଥିବା ଲୋକମାନଙ୍କୁ ପରାମର୍ଶ ଦେଇଥିଲେ । ଏଥୁରେ ଅବହେଳା ବା ବିଶୃଙ୍ଖଳା ସୃଷ୍ଟିକାରୀଙ୍କ ବିରୁଦ୍ଧରେ ଦୃଢ଼ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମୁଖ୍ୟ ଶାସନ ସଚିବ ଚେତେଇ ଦେଇଲେ । ମୁଖ୍ୟ ଶାସନ ସଚିବ କହିଲେ ଯେ କରୋନା ଏକ ବିଶ୍ଵ ବିପତ୍ତି । ଏହାର ପ୍ରତିରୋଧ ପାଇଁ ଲଗାଯାଇଥିବା ଲକ୍ ଡାଉନ୍ ସମୟ ମଧ୍ୟରେ ବି ଅନ୍ୟ ରାଜ୍ୟରେ ଅଟକି ରହିଥିବା ଓଡ଼ିଆ ଲୋକମାନଙ୍କୁ ସୁସଂଗଠିତ ଭାବେ ଫେରାଇ ଆଣିବା ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ରାଜ୍ୟ, ଜିଲ୍ଲା, ବ୍ଲକ୍ ଓ ପଞ୍ଚ।ୟତ ସ୍ତର ଅଧୁକାରୀ ଓ ସରପଞ୍ଚ ଅହରହ କାମ କରୁଛନ୍ତି ।
ଅତିକମ୍ ସମୟ ମଧ୍ୟରେ ରାଜ୍ୟର ସମସ୍ତ ପଞ୍ଚ।ୟତରେ କ୍ବୋରେଣ୍ଟାଇନ୍ ସେଣ୍ଟର ଓ ମେଡିକାଲ୍ କ୍ୟାମ୍ପ୍ ନିମନ୍ତେ ଭିତ୍ତିଭୂମି ତିଆରି କରିଛନ୍ତି । ଏସବୁ କେନ୍ଦ୍ରରେ ଯଥା ସମ୍ଭବ ସୁବିଧା ଯୋଗାଇବା ପାଇଁ ସରପଞ୍ଚ ଓ ପଞ୍ଚାୟତର କର୍ମଚାରୀମାନେ ଚେଷ୍ଟା କରୁଛନ୍ତି । ନିଜର ସ୍ବାସ୍ଥ୍ୟ ପ୍ରତି ଖାତିର ନକରି ସେମାନେ ଦିନରାତି କାମ କରୁଛନ୍ତି । ତେଣୁ ଅନ୍ୟ ରାଜ୍ୟରୁ ଫେରୁଥିବା ଓଡ଼ିଆ ଭାଇ ଭଉଣୀମାନେ ନିୟମ ମାନି ସହଯୋଗ କରିବା ନିହାତି ଦରକାର । ସ୍ଥାନୀୟ ଗ୍ରାମବାସୀ ଏହି କାର୍ଯ୍ୟରେ ସହଯୋଗ କରିବା ପାଇଁ ମଧ୍ୟ ମୁଖ୍ୟ ଶାସନ ସଚିବ ଶ୍ରୀ ତ୍ରିପାଠୀ ସେମାନଙ୍କୁ ଅନୁରୋଧ କରିଥିଲେ । କ୍ବୋରେଣ୍ଟାଇନ୍ ଶୃଙ୍ଖଳା ଭଙ୍ଗକାରୀଙ୍କୁ ନିଜ ପଞ୍ଚାୟତ କ୍ବୋରେଣ୍ଟାଇନ୍ କେନ୍ଦ୍ରରୁ ବାହାର କରି ଦୂର ଜିଲ୍ଲାର କେନ୍ଦ୍ରକୁ ପଠାଇ ଦିଆଯିବ । ସେମାନଙ୍କର ପ୍ରୋତ୍ସାହନ ରାଶି ମଧ୍ୟ ରଦ୍ଦ କରାଯିବ । ଆବଶ୍ୟକ ହେଲେ ବିପର୍ଯ୍ୟୟ ପରିଚାଳନା ଆଇନ୍ ଏବଂ ମହାମାରୀ ଆଇନ୍ ଅନୁସାରେ ସେମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ।
ମୁଖ୍ୟ ଶାସନ ସଚିବ ସ୍ପଷ୍ଟ କରିଦେଇଥିଲେ ଯେ ଅନ୍ୟ ରାଜ୍ୟରୁ ଆସୁଥିବା ବସ୍ କେବଳ ସୀମା ଚେକ୍ ପଏଣ୍ଟ ଦେଇ ଓଡ଼ିଶାକୁ ପ୍ରବେଶ କରିବେ ।ବସ୍ ରେ କିଏ କିଏ ଆସୁଛନ୍ତି ତାହାର ସଂପୂର୍ଣ୍ଣ ବିବରଣୀ ଆଗୁଆ ଓଡ଼ିଶା ସରକାରଙ୍କ ଦ୍ବାରା ଦିଆଯାଇଥିବା ଅନ୍ଲାଇନ୍ ପୋର୍ଟାଲ୍ରେ ପଞ୍ଜୀକୃତ କରିବେ । ବସ୍ ରେ ଲୋକମାନଙ୍କୁ ଆଣିବାବେଳେ ସାମାଜିକ ଦୂରତା’ ନିୟମ ବଜାୟ ରଖୁବେ । ଆସୁଥିବା ସ୍ଥାନର କ୍ଷମତାପ୍ରାପ୍ତ କର୍ତ୍ତୃପକ୍ଷଙ୍କଠାରୁ ଅନୁମତିପତ୍ର ଆଣି ଆସିବେ । ଚେକ୍ ପଏଣ୍ଟ ପାଖରେ ଏ ସବୁର ଯାଞ୍ଚ ହେବ । ସୀମା ନିକଟରେ ବସ୍ ଓଭରଲୋଡ଼ ଥିଲେ ବା କର୍ତ୍ତୁପକ୍ଷଙ୍କ ଅନୁମତି ନଥୁଲେ ବସ୍ଙ୍କୁ ଓଡ଼ିଶା ମଧ୍ୟକୁ ପ୍ରବେଶ ଦିଆଯିବ ନାହିଁ ।
ମୁଖ୍ୟ ଶାସନ ସଚିବ ଆହୁରି ମଧ୍ୟ କହିଥିଲେ ଯେ ରାଜ୍ୟବାସୀଙ୍କ ସେଚ୍ଛାକୃତ ସହଯୋଗ ଓ ତ୍ୟାଗ ଏବଂ ସରକାରୀ କର୍ମଚାରୀମାନଙ୍କର ନିଷ୍ଠାପର ଉଦ୍ୟମ ଯୋଗୁ ଆମେ କେନ୍ଦ୍ରୀୟ ସ୍ବରାଷ୍ଟ୍ର ମନ୍ତ୍ରଣାଳୟର ନିର୍ଦ୍ଦେଶନାମା ଗୁଡ଼ିକୁ ରାଜ୍ୟରେ କାର୍ଯ୍ୟକାରୀ କରିଛନ୍ତି । ଏସବୁ ଫଳରେ ଆମ ରାଜ୍ୟକୁ ଅନେକ ଲାଭ ମିଳିଛି । ବର୍ତ୍ତମାନ ପର୍ଯ୍ୟନ୍ତ ଅନ୍ୟ ରାଜ୍ୟ ତୁଳନାରେ କରୋନା ସ୍ଥିତି ଆମର ନିୟନ୍ତ୍ରଣାଧୀନ ଅଛି । ଏହି ସ୍ଥିତିରୁ ଆଗକୁ ଉଠି ଆମକୁ ଏ ଯୁଦ୍ଧ ଜିତିବାକୁ ହେବ । ବ୍ୟବସ୍ଥାକୁ ଅନୁପାଳନ କରି ଅଦେଖା ଶତୁ ବିରୁଦ୍ଧ ଲଢ଼େଇରେ ଆମେ ବିଜୟୀ ହେବା ଏବଂ ରାଜ୍ୟର ସୁନାମ ବଜାୟ ରଖୁବା ବୋଲି ଶ୍ରୀ ତ୍ରିପାଠୀ କହିଥିଲେ ।
Post a Comment