loading...

ସିଭିଲ ସର୍ଭିସ ପ୍ରିଲିମିନାରୀ ପରୀକ୍ଷା ଅନିର୍ଦ୍ଦିଷ୍ଟ କାଳ ପାଇଁ ଘୁଞ୍ଚିଲା ।

ସିଭିଲ ସର୍ଭିସ ପ୍ରିଲିମିନାରୀ ପରୀକ୍ଷା ଅନିର୍ଦ୍ଦିଷ୍ଟ କାଳ ପାଇଁ ଘୁଞ୍ଚିଲା

ସିଭିଲ ସର୍ଭିସ ପ୍ରିଲିମିନାରୀ ପରୀକ୍ଷା ଅନିର୍ଦ୍ଦିଷ୍ଟ କାଳ ପାଇଁ ଘୁଞ୍ଚିଲା ।
ସିଭିଲ ସର୍ଭିସ ପ୍ରିଲିମିନାରୀ ପରୀକ୍ଷା ଅନିର୍ଦ୍ଦିଷ୍ଟ କାଳ ପାଇଁ ଘୁଞ୍ଚିଲା ଦିତୀୟ ପର୍ଯ୍ୟାୟ ଲକଡାଉନ ସମାପ୍ତ ହେବା ପରେ ଆଜି କେନ୍ଦ୍ରୀୟ ଲୋକସେବା  ଆୟୋଗ (UPSC) ଏକ ସମୀକ୍ଷା ବୈଠକର ଆୟୋଜନ କରିଥିଲା । ତୃତୀୟ ପର୍ଯ୍ୟାୟ ଲକଡାଉନକୁ ଦୃଷ୍ଟିରେ ରଖ୍ ଉଭୟ ପରୀକ୍ଷା ଓ ସାକ୍ଷାତକାରର ଆୟୋଜନ ବର୍ତ୍ତମାନ ପରିସ୍ଥିତିରେ ସମ୍ଭବ ନୁହେଁ ବୋଲି ମତ ପ୍ରକାଶ ପାଇଥିଲା । 

ସେଥ୍ୟପାଇଁ ମେ 31, 2020ରେ ହେବାକୁ ଥିବା ସିଭିଲ ସର୍ଭିସ ପ୍ରିଲିମିନାରୀ ପରୀକ୍ଷାକୁ ଘୁଞ୍ଚାଇ ଦିଆଯାଇଛି । ଯେହେତୁ ଏହି ପରୀକ୍ଷା ଇଣ୍ଡିଆନ ଫରେଷ୍ଟ ସର୍ଭିସ ପରୀକ୍ଷା ପାଇଁ ମଧ୍ୟ ଏକ ସ୍କ୍ରିନ୍ୟ ପରୀକ୍ଷା ସେଥ୍ୟପାଇଁ ତାକୁ ମଧ୍ୟ ଘୁଞ୍ଚାଇ ଦିଆଯାଇଛି । ମେ 20, 2020 ପରେ ପରିସ୍ଥିତିକୁ ପୁନଃ ସମୀକ୍ଷା କରାଯିବ ଏବଂ ଏହି ପରୀକ୍ଷାର ତାରିଖ ନିର୍ଦ୍ଧାରିତ ହେବ । ଆୟୋଗ ପୂର୍ବରୁ ସିଭିଲ ସର୍ଭିସ ପରୀକ୍ଷା - 2019ର ବଳକା ଛାତ୍ରଙ୍କ ସାକ୍ଷାତକାର, ଇଣ୍ଡିଆନ ଇକୋନମିକ୍ସ ସର୍ଭିସ ଏବଂ ଇଣ୍ଡିଆନ ଷ୍ଟାଟିଷ୍ଟିକାଲ ସର୍ଭିସ – 2020ର ବିଜ୍ଞପ୍ତି, କମ୍ବାଇନ ମେଡିକାଲ ସର୍ଭିସ ପରୀକ୍ଷା -202୦ର ବିଜ୍ଞପ୍ତି, ସେଣ୍ଡାଲ ଆର୍ମଡ ପୁଲିସ ଫୋର୍ସ ପରୀକ୍ଷା -202୦ର ବିଜ୍ଞପ୍ତି ଏବଂ ଏନଡିଏ ଓ ନାଭାଲ ଏକାଡେମୀ ପରୀକ୍ଷା -202୦କୁ ଘୁଞ୍ଚାଇ ସାରିଛନ୍ତି । ପରୀକ୍ଷା ହେବାର 30 ଦିନ ପୂର୍ବରୁ ପରୀକ୍ଷାର୍ଥୀମାନଙ୍କୁ ନୂତନ ତାରିଖ ସମ୍ପର୍କରେ ସୂଚୀତ କରିଦିଆଯିବ ।

Post a Comment

[blogger][disqus][facebook][spotim]
Powered by Blogger.
Javascript DisablePlease Enable Javascript To See All Widget