![]() |
ନୁଆଦିଲ୍ଲୀ : ସର୍ଦାର ପଟେଲ ଜାତୀୟ ଏକତା ପୁରସ୍କାର ପାଇଁ ବ୍ୟକ୍ତିବିଶେଷ ଓ ଅନୁଷ୍ଠାନଙ୍କ ନାମ ମନୋନୟନ କରିବା ନିମନ୍ତେ ଥିବା ସମୟସୀମାକୁ କେନ୍ଦ୍ର ସରକାର ଚଳିତ ମାସ 30 ତାରିଖ ଯାଏ ବଢ଼ାଇ ଦେଇଛନ୍ତି । ଏଥୁପାଇଁ 2019 ସେପ୍ଟେମ୍ବର 20ରେ ସରକାର ବିଜ୍ଞପ୍ତି ପ୍ରକାଶ କରି ଉପଯୁକ୍ତ ଓ ଯୋଗ୍ୟ ନାମ ପ୍ରସ୍ତାବ କରିବାକୁ ଆହ୍ବାନ କରିଥିଲେ ।
www.nationalunityawards.mha.gov.in ରେ ଉପଲବ୍ଧ ଏହି ପୋର୍ଟାଲରେ ଚଳିତ ବର୍ଷ ଜୁନ ୩୦ ତାରିଖ ପର୍ଯ୍ୟନ୍ତ ଅନଲାଇନରେ ଏହି ପୁରସ୍କାର ପାଇଁ ବ୍ୟକ୍ତିବିଶେଷଙ୍କ ନାମ ସୁପାରିଶ କରାଯାଇପାରିବ । ଭାରତ ସରକାର ଦେଶର ପ୍ରଥମ ସ୍ବରାଷ୍ଟ୍ରମନ୍ତ୍ରୀ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ନାମରେ ଏହି ଜାତୀୟ ପୁରସ୍କାର ପ୍ରଦାନ ବ୍ୟବସ୍ଥା କରିଛନ୍ତି । ଦେଶର ଏକତା ଓ ସଂହତି ରକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ ଓ ପ୍ରେରଣାଦାୟୀ ଅବଦାନ ରଖୁବା ବ୍ୟକ୍ତିବିଶେଷଙ୍କ ନାମ ଏଥପାଇଁ ସୁପାରିଶ କରିବାର ବ୍ୟବସ୍ଥା କରାଯାଇଛି । ବ୍ୟକ୍ତି ବିଶେଷଙ୍କ ବ୍ୟତୀତ ସଂଗଠନ ଓ ପ୍ରତିଷ୍ଠାନ ଯଦି ଏ କ୍ଷେତ୍ରରେ ସେପରି କିଛି ମହତ୍ଵପୂର୍ଣ୍ଣ କାର୍ଯ୍ୟ କରିଥାନ୍ତି ସେ ସବୁଙ୍କ ନାମ ମଧ୍ୟ ସୁପାରିଶ କରାଯାଇପାରିବ ।
Post a Comment