loading...

ବିଦେଶରେ ଫସି ରହିଥିବା ଭାରତୀୟଙ୍କୁ ଫେରାଇ ଆଣିବାର ବ୍ୟବସ୍ଥା କରିବେ ଭାରତ ସରକାର ।

ବିଦେଶରେ ଫସି ରହିଥିବା ଭାରତୀୟଙ୍କୁ ଫେରାଇ ଆଣିବାର ବ୍ୟବସ୍ଥା କରିବେ ଭାରତ ସରକାର ।

ବିଦେଶରେ ଫସି ରହିଥିବା ଭାରତୀୟଙ୍କୁ ଫେରାଇ ଆଣିବାର ବ୍ୟବସ୍ଥା କରିବେ ଭାରତ ସରକାର ।
google

ନୁଆଦିଲ୍ଲୀ : ବିଦେଶରେ ଫସି ରହିଥିବା ଭାରତୀୟମାନଙ୍କୁ ପର୍ଯ୍ୟାୟକ୍ରମେ ଫେରାଇ ଆଣିବା ଲାଗି ସୁବିଧା ପ୍ରଦାନ କରିବା ପ୍ରସ୍ତାବକୁ ଭାରତ ସରକାର ମଞ୍ଜୁର କରିଛନ୍ତି। ସେମାନଙ୍କୁ ଫେରାଇ ଆଣିବାର ପ୍ରକ୍ରିୟା ବିମାନ କିମ୍ବା ନୌସେନା ଜାହାଜ ଜରିଆରେ କରାଯିବା ଏ ସମ୍ପର୍କରେ ଏକ ମାନକ ପରିଚାଳନା ପ୍ରୋଟୋକଲ (ଏସଓପି) ପ୍ରସ୍ତୁତ କରାଯାଇଛି। 

ବୈଦେଶିକ ମନ୍ତ୍ରଣାଳୟ ଅଧୀନ ଦୂତାବାସ ଏବଂ ଉଚ୍ଚାୟୁକ୍ତଙ୍କ ପକ୍ଷରୁ ବିଦେଶରେ ଫସିଯାଇ ଚାପରେ ଥିବା ଭାରତୀୟଙ୍କ ତାଲିକା ପ୍ରସ୍ତୁତ କରାଯାଉଛି। ଏହି ସୁବିଧା ନିମନ୍ତେ ଯାତ୍ରୀଙ୍କୁ ଆବଶ୍ୟକ ଅର୍ଥ ପଇଠ କରିବାକୁ ହେବ। ବିମାନ ଯାତ୍ରା ଲାଗି ଅଣ-ଅନୁସୂଚୀତ ବାଣିଜ୍ୟିକ ଉଡ଼ାଣ ବ୍ୟବସ୍ଥା କରାଯିବ। ଏହି ଯାତ୍ରା 7 ମେ ଠାରୁ ପର୍ଯ୍ୟାୟକ୍ରମେ ଆରମ୍ଭ କରାଯିବ। ତେବେ ଭାରତକୁ ଫେରିବା ଲାଗି ଯାତ୍ରା କରିବା ପୂର୍ବରୁ ପ୍ରଥମେ ଯାତ୍ରୀଙ୍କର ମେଡ଼ିକାଲ ଯାଞ୍ଚ କରାଯିବ। କେବଳ କୌଣସି ଲକ୍ଷଣ ନଥୁବା ଯାତ୍ରୀଙ୍କୁ ହିଁ ଫେରିବାକୁ ଅନୁମତି ମିଳିବ ।  ଯାତ୍ରା ସମୟରେ ଏ ସମସ୍ତ ଯାତ୍ରୀମାନଙ୍କୁ ସ୍ଵାସ୍ଥ୍ୟ ମନ୍ତ୍ରଣାଳୟ ଏବଂ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ପକ୍ଷରୁ ଜାରି କରାଯାଇଥିବା ସମସ୍ତ ପ୍ରୋଟୋକଲକୁ ପାଳନ କରିବାକୁ ପଡ଼ିବ । ଗନ୍ତବ୍ୟସ୍ଥଳରେ ପହଞ୍ଚିବା ପରେ ସମସ୍ତ ଯାତ୍ରୀଙ୍କୁ ଆରୋଗ୍ୟ ସେତୁ ଆପରେ ପଞ୍ଜୀକରଣ କରିବାକୁ ପଡ଼ିବ ।  

ସମସ୍ତଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯିବା ପରୀକ୍ଷା ପରେ ସମ୍ପୃକ୍ତ ରାଜ୍ୟ ସରକାରଙ୍କ ଦ୍ବାରା ସେମାନଙ୍କୁ ସଂସ୍ଥାଗତ କ୍ବରେଣ୍ଟାଇନରେ 14 ଦିନ ପର୍ଯ୍ୟନ୍ତ ରହିବାକୁ ପଡ଼ିବ। ତେବେ ଏଥ୍ୟପାଇଁ ସେମାନଙ୍କୁ ଅର୍ଥ ପଇଠ କରିବାକୁ ହେବ। 14 ଦିନ ପରେ ପୁଣିଥରେ ସେମାନଙ୍କର କୋଭିଡ-19 ପରୀକ୍ଷା କରାଯିବ ଏବଂ ସ୍ବାସ୍ଥ୍ୟ ପ୍ରୋଟୋକଲ ଅନୁଯାୟୀ ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରାଯିବ। ଖୁବଶୀଘ୍ର ବୈଦେଶିକ ବ୍ୟାପାର ଏବଂ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ପକ୍ଷରୁ ଏ ସମ୍ପର୍କରେ ବିସ୍ତୁତ ସୂଚନା ୱେବସାଇଟରେ ଉପଲବ୍ଧ କରାଯିବ ଫେରୁଥିବା ଭାରତୀୟଙ୍କ ସ୍ବାସ୍ଥ୍ୟ ପରୀକ୍ଷା, କ୍ବରେଣ୍ଟାଇନ ଏବଂ ନିଜ ରାଜ୍ୟରେ ଯାତାୟାତ ବ୍ୟବସ୍ଥା କରିବା ଲାଗି ରାଜ୍ୟ ସରକାରମାନଙ୍କୁ ପରାମର୍ଶ ଦିଆଯାଇଛି।

Post a Comment

[blogger][disqus][facebook][spotim]
Powered by Blogger.
Javascript DisablePlease Enable Javascript To See All Widget