ଭୂବନେଶ୍ୱର : ରକ୍ତ ଦାନ, ମହା ପୂଣ୍ୟ । ବୈଶ୍ୱିକ ମହାମାରୀ କରୋନା ଭୂତାଣୁଜନିତ ଲଡାଉନ୍ କାରଣରୁ ସାଧାରଣ ସ୍ୱାସ୍ଥ୍ୟ ସେବା ବହୁ ବାଧାପ୍ରାପ୍ତ ହୋଇଛି । ବିଶେଷ ଭାବେ ସ୍ୱାସ୍ଥ୍ୟସେବାରେ ନିହାତି ଓ ଗୁରୁତ୍ଵପୂର୍ପ ଆବଶ୍ୟକ ରକ୍ତର ଡାକ୍ତରଖାନାମାନଙ୍କରେ ଘୋର ଅଭାବ ପରିଲକ୍ଷିତ ହେଉଛି । ଏହାକୁ ଅତ୍ୟନ୍ତ ଗୁରୁତ୍ଵପୂର୍ଡ ପ୍ରସଙ୍ଗ ଭାବେ ଗ୍ରହଣ କରି ଭାରତୀୟ ଯୁବ ମୋର୍ଚ୍ଚା ତରଫରୁ ରାଜ୍ୟର ବିଭିନ୍ନ ସ୍ଥାନରେ ରକ୍ତ ସଂଗ୍ରହ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି ।
ଯୁବମୋର୍ଚ୍ଚା ରାଷ୍ଟ୍ରୀୟ ଅଧ୍ୟକ୍ଷା ତଥା ସାଂସଦ ଶ୍ରୀମତୀ ପୁନମ ମହାଜନଙ୍କ ଆହ୍ବାନକ୍ରମେ ରାଜ୍ୟ ସଭାପତି ଶ୍ରୀ ଟଙ୍କଧର ତ୍ରିପାଠୀଙ୍କ ନେତୃତ୍ବରେ ଯୁବମୋର୍ଚ୍ଚାର କାର୍ଯ୍ୟକର୍ତ୍ତାମାନେ ରାଜ୍ୟର ବିଭିନ୍ନ ସ୍ଥାନରେ ସାମାଜିକ ଦୂରତା ଏବଂ ଲଢାଉନ୍ ନିୟମକୁ ପାଳନ କରି ରକ୍ତଦାନ ଶିବିରର ଆୟୋଜନ କରୁଛନ୍ତି । ଯୁବମୋର୍ଚା ତରଫରୁ ରାଜ୍ୟରେ ଏକ ହେଳ୍ପ ଲାଇନ ନମ୍ବର ୭୮୭୮୬୯୨୦୨୦ ଖୋଲାଯାଇ ଏହି ମହାନ କାର୍ଯ୍ୟକ୍ରମରେ ଯୋଡି ହେବା ଯୁବକ ଯୁବତୀମାନଙ୍କୁ ଅନୁରୋଧ କରାଯାଇଛି । ରାଜଧାନୀ ଭୁବନେଶ୍ବର ସମେତ ସମ୍ବଲପୁର, ବ୍ରହ୍ମପୁର, ବାଲେଶ୍ୱର, କେନ୍ଦୁଝର, ମୟୂରଭଞ୍ଜ, ଭଦ୍ରକ, ବରଗଡ ସମେତ ରାଜ୍ୟର ବିଭିନ୍ନ ସ୍ଥାନମାନଙ୍କରେ ରକ୍ତଦାନ ଶିବିର ମାଧ୍ୟମରେ ଆଜି ପର୍ଯ୍ୟନ୍ତ ୧୦ ୫ ୦ ୟୁନିଟରୁ ଅଧୁକ ରକ୍ତ ସଂଗ୍ରହ ହୋଇସାରିଛି ବୋଲି ଯୁବମୋର୍ଚ୍ଚା ରାଜ୍ୟ ।
ସଭାପତି ଶ୍ରୀ ତ୍ରିପାଠୀ ସୁଚନା ଦେଇଛନ୍ତି । ଆଜିର ଏଭଳି ସଂକଟ ସମୟରେ ରକ୍ତ ଅଭାବଜନିତ ସ୍ବାସ୍ଥ୍ୟ ସମସ୍ୟାକୁ ଦୂର କରିବା ପାଇଁ ଯୁବମୋର୍ଚ୍ଚା କାର୍ଯ୍ୟକର୍ତ୍ତାମାନେ ସଂକଳ୍ପ ନେବା ସହ ଆପ୍ରାଣ ଉଦ୍ୟମ କରୁଥିବାରୁ ରାଜ୍ୟ ସଭାପତି ସମସ୍ତ କାର୍ଯ୍ୟକର୍ତ୍ତାମାନଙ୍କୁ ସାଧୁବାଦ ଜଣାଇଛନ୍ତି । ସାଧାରଣ ଜନତାଙ୍କ ସ୍ବାର୍ଥ ଦୃଷ୍ଟିରୁ ଏହି ରକ୍ତ ଦାନ କାର୍ଯ୍ୟକ୍ରମ ଆଗାମୀ ଦିନରେ ମଧ୍ୟ ଜାରୀ ରହିବ । ଏହି ସେବା କାର୍ଯ୍ୟରେ ରାଜ୍ୟର ଯୁବଶକ୍ତି ସ୍ୱେଚ୍ଛାକୃତ ଭାବେ ସାମିଲ ହୋଇ ରକ୍ତ ଅଭାବ ସମସ୍ୟାକୁ ଦୂର କରିବାରେ ସହାୟକ ହେବାକୁ ଶ୍ରୀ ତ୍ରିପାଠୀ ଅନୁରୋଧ କରିଛନ୍ତି ।
Post a Comment