loading...

ବିରୋଧୀ ଦଳ ନେତା ଶ୍ରୀ ପ୍ରଦୀପ୍ତ ନାଏକଙ୍କ ମୁଖ୍ୟମନ୍ତ୍ରୀଙ୍କୁ ପତ୍ର ଅଣ-କୋଭିଡ୍ ରୋଗୀମାନଙ୍କ ଚିକିତ୍ସାକୁ ମଧ୍ୟ ପ୍ରାଧାନ୍ୟ ଦିଆଯାଉ ।

ଡାକ୍ତରଖାନା କର୍ତ୍ତୃପକ୍ଷ ଅଣ-କୋଭିଡ୍‌ ରୋଗୀଙ୍କୁ ପ୍ରଥମେ କୋଭିତ୍ ହସପିଟାଲ ଯାଇ କୋଭିଡ୍ ପରୀକ୍ଷା କରିବାକୁ ବାଧ୍ୟ କରୁଥିବାର ବହୁ ଅଭିଯୋଗ ।

ବିରୋଧୀ ଦଳ ନେତା ଶ୍ରୀ ପ୍ରଦୀପ୍ତ ନାଏକଙ୍କ ମୁଖ୍ୟମନ୍ତ୍ରୀଙ୍କୁ ପତ୍ର ଅଣ-କୋଭିଡ୍ ରୋଗୀମାନଙ୍କ ଚିକିତ୍ସାକୁ ମଧ୍ୟ ପ୍ରାଧାନ୍ୟ ଦିଆଯାଉ ।
google

ଭୁବନେଶ୍ୱର  :  ଡାକ୍ତରଖାନା କର୍ତ୍ତୃପକ୍ଷ ଅଣ-କୋଭିଡ୍‌ ରୋଗୀଙ୍କୁ ପ୍ରଥମେ କୋଭିତ୍ ହସପିଟାଲ ଯାଇ କୋଭିଡ୍ ପରୀକ୍ଷା କରିବାକୁ ବାଧ୍ୟ କରୁଥିବାର ବହୁ ଅଭିଯୋଗ । ହୃଦରୋଗୀ, ଦୁର୍ଘଟଣା ଜନିତ ଆଘାତପ୍ରାପ୍ତ ରୋଗୀ, ସାଧାରଣ ଜ୍ବର ଯୁବା ରୋଗୀମାନେ ଘରୋଇ ଏବଂ ସରକାରୀ ଡାକ୍ତରଖାନାମାନଙ୍କରେ ସଠିକ୍ ଚିକିତ୍ସା ସୁବିଧା ନପାଇ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । 

ଉଭୟ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ବଳିଷ୍ଟ, ତ୍ବରାନ୍ବିତ ଓ ବିହୀତ ପଦକ୍ଷେପ କାରଣରୁ ରାଜ୍ୟରେ ବର୍ତ୍ତମାନ ସୁଦ୍ଧା କରୋନା ଭୁତାଣୁ ଜନିତ ସଂକଟକୁ ଦୁରେଇ ରଖିବାରେ ଓଡିଶା ସଫଳ ହୋଇଛି । ରାଜ୍ୟର ପ୍ରାୟ ସମସ୍ତ ଡାକ୍ତରମାନେ କୋଭିଡ୍ ରୋଗ ଚିକିତ୍ସା ପାଇଁ ନିୟୋଜିତ ହୋଇଥିବା କାରଣରୁ ଅଣ-କୋଭିଡ୍ ରୋଗୀମାନେ ସଠିକ୍ ଓ ପ୍ରକୃତ ଚିକିତ୍ସା ପାଇବାରୁ ବଂଚିତ ହେଉଛନ୍ତି । ଏଭଳି ସ୍ପର୍ଶକତା ପ୍ରସଙ୍ଗକୁ ହୃଦବୋଧ କରି ଯଥାଶୀଘ ହସ୍ତକ୍ଷେପ କରିବାକୁ ବିରୋଧୀ ଦଳ ନେତା ଶ୍ରୀ ପ୍ରଦୀପ୍ତ ନାଏକ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରି ପତ୍ର ଲେଖୁଛନ୍ତି । ଏହା ଦ୍ଵାରା ରାଜ୍ୟର ସମସ୍ତ ପ୍ରକାରର ରୋଗୀ ନିଜ ନିଜ ପାଖ ଅଂଚଳରେ ଥିବା ଡାକ୍ତରଖାନାକୁ ଯାଇ ଉପଯୁକ୍ତ ଚିକିତ୍ସାର ସୁବିଧା ପ୍ରାପ୍ତ କରିପାରିବେ ବୋଲି ଶ୍ରୀ ନାଏକ ପତ୍ର ମାଧ୍ୟମରେ କହିଛନ୍ତି ।

ପତ୍ର ମାଧ୍ୟମରେ ଶ୍ରୀ ନାଏକ ମୁଖ୍ୟମନ୍ତ୍ରୀଙ୍କୁ କହିଛନ୍ତି ଯେ, ସାଧାରଣ ରୋଗୀ ତଥା ଅଣ କୋଭିଡ୍ ରୋଗୀଟି ଚିକିତ୍ସା ପାଇଁ ବିଭିନ୍ନ ଡାକ୍ତରଖାନା, ହସପିଟାଲ ଗଲେ କର୍ତ୍ତୃପକ୍ଷ ସେମାନଙ୍କୁ ପ୍ରଥମେ କୋଭିଡ୍ ହସପିଟାଲ ଯାଇ କୋଭିଡ୍ ପରୀକ୍ଷା କରିବାକୁ ବାଧ୍ୟ କରୁଥିବାର ବହୁ ଅଭିଯୋଗ ପ୍ରାପ୍ତ ହୋଇଛି । ବିଶେଷ ଭାବେ ହୃଦରୋଗୀ, ଦୁର୍ଘଟଣା ଜନିତ ଆଘାତପ୍ରାପ୍ତ ରୋଗୀ, ସାଧାରଣ ଜ୍ବର ବା ରୋଗୀମାନେ ଘରୋଇ ଏବଂ ସରକାରୀ ଡାକ୍ତରଖାନା ମାନଙ୍କରେ ସଠିକ୍ ଚିକିତ୍ସା ସୁବିଧା ନପାଇ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ବିଶେଷ କରି ଗ୍ରାମାଂଚଳରେ କରୋନା ଭୂତାଣୁ ପରୀକ୍ଷାଗାର ନଥିବା କାରଣରୁ ବହୁ ସମସ୍ୟା ପରିଲକ୍ଷିତ ହେଉଛି । 

ରାଜ୍ୟର ପ୍ରାୟ ସମସ୍ତ ଡାକ୍ତରମାନେ କୋଭିଡ୍ ରୋଗ ଚିକିତ୍ସା ପାଇଁ ନିୟୋଜିତ ହୋଇଥିବା କାରଣରୁ ଅଣ କୋଭିଡ୍ ରୋଗୀ ମାନେ ପ୍ରକୃତ ଚିକିତ୍ସା ନପାଇ ନାନଦି ହଇରାଣର ଶିକାର ହେବା ସହ ଅକାଳ ମୃତ୍ୟୁବରଣ କରୁଥିବାର ଅଭିଯୋଗ ପ୍ରାପ୍ତ ହେଉଛି । ରାଜ୍ୟର ସର୍ବବୃହତ ମେଡିକାଲ କଲେଜ କଟକସ୍ଥିତ ଏସସିଭି ମେଡିକାଲ କଲେଜର ହୃଦରୋଗ ବିଭାଗର ଡାକ୍ତରମାନଙ୍କୁ କୋଭିଡ୍ ଚିକିତ୍ସା ପାଇଁ ନିୟୋଜିତ କରାଯାଇଥିବା କାରଣରୁ ଉକ୍ତ ବିଭାଗଟି ସଂପୂର୍ଣ୍ଣ ଅଚଳ ହୋଇପଡିଛି । 

ଅତ୍ୟନ୍ତ ଗୁରୁତ୍ଵପୂର୍ଣ୍ଣ ବିଭାଗ ଭାବେ ଏହା ସଠିକ କାର୍ଯ୍ୟକାରୀ ହେଉନଥିବା କାରଣରୁ ହୃଦରୋଗୀ ମାନେ ନାହିଁ ନଥିବା ହଇରାଣର ଶିକାର ହେଉଛନ୍ତି । ଏଭଳି ଅଚଳାବସ୍ଥା କାରଣରୁ ଏହି ବିଭାଗ ଉପରେ ନିର୍ଭରଶୀଳ ଗରୀବ ସାଧାରଣ ରୋଗୀଟି ବାଧ୍ୟ ହୋଇ ଘରୋଇ ଡାକ୍ତରଖାନାରେ ଚିକିତ୍ସିତ ହୋଇ ଅଯଥା ଖର୍ଚ୍ଚାନ୍ତ ହେଉଛନ୍ତି । ତେଣୁ ମୁଖ୍ୟମନ୍ତ୍ରୀ ତୁରନ୍ତ ହସ୍ତକ୍ଷେପ କରିବାକୁ ଶ୍ରୀ ନାଏକ ଅନୁରୋଧ କରିଛନ୍ତି ।

Tags

Post a Comment

[blogger][disqus][facebook][spotim]
Powered by Blogger.
Javascript DisablePlease Enable Javascript To See All Widget