loading...

ଛାତ୍ର କଂଗ୍ରେସ ଧଉଳି ଅଞ୍ଚଳରେ ଜାଯାବରଙ୍କୁ ବାଣ୍ଟିଲେ ଶୁଖିଲା ଖାଦ୍ୟସାମଗ୍ରୀ ।

ଛାତ୍ର କଂଗ୍ରେସ ଧଉଳି ଅଞ୍ଚଳରେ ଜାଯାବରଙ୍କୁ ବାଣ୍ଟିଲେ ଶୁଖିଲା ଖାଦ୍ୟସାମଗ୍ରୀ ।

ଛାତ୍ର କଂଗ୍ରେସ ଧଉଳି ଅଞ୍ଚଳରେ ଜାଯାବରଙ୍କୁ ବାଣ୍ଟିଲେ ଶୁଖିଲା ଖାଦ୍ୟସାମଗ୍ରୀ ।

ଭୁବନେଶ୍ୱର : ସମଗ୍ର ବିଶ୍ୱରେ ତଥା ଦେଶ ଓ ରାଜ୍ୟରେ ଦେଖାଦେଇଥିବା କୋରୋନା ମହାମାରିକୁ ପ୍ରତିହତ କରିବାପାଇଁ ନିୟମ ଲାଗୁହୋଇଥିବା ଲକଡାଉନ କୁ ମାନି ଅଧିକାଂଶ ଗରିବ ଶ୍ରେଣୀର ଲୋକେ ଖାଦ୍ୟବିନା ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏମାନଙ୍କୁ ସରକାରଙ୍କ ପକ୍ଷରୁ ଯୋଗାଇଦିଆଯାଉଥିବା ଖାଦ୍ୟ ପ୍ରଯ୍ୟାପ୍ତ ହେଉନଥିବାରୁ ଦୀର୍ଘ  ଦିନରୁ ଉର୍ଦ୍ଧ ଦିନ ଧରି  ଓଡିଶା ଛାତ୍ର କଂଗ୍ରେସ ପକ୍ଷରୁ ରାଜ୍ୟ ସଂଯୋଜକ ଆଦିତ୍ୟ ପ୍ରୀତମ ଦାସଙ୍କ ନେତୃତ୍ୱରେ  ଶୁଖିଲା ଖାଦ୍ୟ ବଣ୍ଟନ ଜାରୀରହିଛି । 

ଏହି ଅବସରରେ  ଆଜି ଭୁବନେଶ୍ୱରର ଧଉଳି ଅଞ୍ଚଳରେ ରାସ୍ତାକଡ଼ରେ ତମ୍ବୁ ପକେଇ ରହିଥିବା  ବାହାର ରାଜ୍ୟର ଯାଯାବର ଲୋକଙ୍କୁ ଆଦିତ୍ୟ ପ୍ରୀତମ ଦାସ ଓ ଅନ୍ୟ ଛାତ୍ର ନେତାମାନେ ମାସ୍କ ପିନ୍ଧି ଓ ସାମାଜିକ ଦୂରତା ନିଯମକୁ ମାନି  ଅତ୍ୟାବ୍ୟଶ୍ୟକ ଶୁଖିଲା ଖାଦ୍ୟ (ଚାଉଳ,ଡାଲି,ଆଳୁ,ପିଆଜ,ସାବୁନ,ତେଲ) ସହ ମାସ୍କ ଓ ସାନିଟାଇଜର ବାଣ୍ଟିଥିଲେ । ବାରମ୍ବାର ହାତ ଧୋଇବା ଓ ମାସ୍କ ପିନ୍ଧି ସଫାସୁତୁରା ରହିବାକୁ ସଚେତନସଚେତନ ମଧ୍ୟ  କରିଥିଲେ। ଏହି ବଣ୍ଟନ କାର୍ଯ୍ୟକର୍ମରେ ଅନ୍ୟମାନଙ୍କ ମଧ୍ୟରେ ନିରଞ୍ଜନ ନାୟକ, ସମ୍ଭବ ପଟ୍ଟନାୟକ, ସୌମ୍ୟରଂଜନ ଜେନା, ମଣିରତ୍ନ ସ୍ୱାଇଁ ପ୍ରମୁଖ ସହଯୋଗ କରିଥିଲେ ।

Tags

Post a Comment

[blogger][disqus][facebook][spotim]
Powered by Blogger.
Javascript DisablePlease Enable Javascript To See All Widget