ନୂଆଦିଲ୍ଲୀ/ ଭୁବନେଶ୍ଵର : କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ତାଙ୍କର ନୂଆଦିଲ୍ଲୀସ୍ଥିତ ସରକାରୀ ବାସଭବନରେ ସପରିବାର ବନ୍ଦେ ଉତ୍କଳଜନନୀ ସଙ୍ଗୀତ ଗାଇ କରୋନା ଯୋଦ୍ଧା ମାନଙ୍କୁ ସମ୍ମାନିତ କରିବା ସହ ସେମାନଙ୍କର ଉତ୍ସାହ ବଢାଇଛନ୍ତି ।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶନିବାର ଅପରାହ୍ନ ୫.୩୦ ଘଟା ସମୟରେ ବନ୍ଦେ ଉତ୍କଳ ଜନନୀ ଗାନ କରିବାକୁ ଓଡିଶା ଓ ଓଡିଶା ବାହାରେ ଓ ସାରା ବିଶ୍ୱରେ ଥିବା ଓଡିଆ ମାନଙ୍କୁ ଆହ୍ବାନ ଦେଇଥିଲେ । ମୁଖ୍ୟମନ୍ତ୍ରୀଙ୍କ ଆହ୍ବାନରେ ସାମିଲ ହୋଇ ଶ୍ରୀ ପ୍ରଧାନ ସପରିବାର ବନ୍ଦେ ଉତ୍କଳ ଜନନୀ ଗାନ କରିଛନ୍ତି ।
ଶ୍ରୀ ପ୍ରଧାନ କହିଛନ୍ତି ଆଜିର ପରିସ୍ଥିତିରେ କରୋନା ବିରୁଦ୍ଧରେ ଲଢେଇ ଲଢି ଦେଶବାସୀଙ୍କୁ ବଂଚାଇବା ହିଁ ଦେଶପ୍ରେମ । ଡାକ୍ତର, ନର୍ସ, ପୋଲିସ କର୍ମୀ ଓ ସମାଜସେବୀମାନେ ଦେଶପ୍ରେମର ନିଦର୍ଶନ ଦେଖାଇଛନ୍ତି । ପ୍ରତିଟି ଓଡିଆ ଏହି ଯୋଦ୍ଧାମାନଙ୍କୁ ସମ୍ମାନ ଓ ଶ୍ରଦ୍ଧା କରୁଛି ବୋଲି ଶ୍ରୀ ପ୍ରଧାନ ପ୍ରକାଶ କରିଛନ୍ତି ।
Post a Comment