ଭୁବନେଶ୍ୱର : ୧୫୮ତମ ଏବଂ ୧୫୯ ତମ ରାଜ୍ୟ ସ୍ତରୀୟ ବ୍ୟାଙ୍କର୍ସ କମିଟି ବୈଠକ ଲୋକସେବା ଭବନଠାରେ ଭିଡ଼ିଓ କନ୍ଫରେନ୍ସ ମାଧ୍ୟମରେ ଅନୁଷ୍ଠିତ ହୋଇଯାଇଛି । ଅର୍ଥ, ଅବକାରୀ ମନ୍ତ୍ରୀ ଶ୍ରୀ ନିରଞ୍ଜନ ପୂଜାରୀ ଏହି ବୈଠକରେ ଯୋଗଦେଇ କହିଥିଲେ ଯେ କୋଭିଡ୍ –୧୯ ମହାମାରୀ ଯୋଗୁଁ ସମଗ୍ର ବିଶ୍ୱ ମାନବ ଇତିହାସରେ ଏକ କଠିନ ସମୟରେ ଗତି କରୁଛି । ଏହି ପରିପ୍ରେକ୍ଷୀରେ ଆମର ଆର୍ଥିକ ଅବସ୍ଥା ଏବଂ ସ୍ବାସ୍ଥ୍ୟ ବ୍ୟବସ୍ଥା ପ୍ରତି ଏହି ମହାମାରୀ ଆହ୍ବାନ ସୃଷ୍ଟି କରିଛି ।
ସାଂପ୍ରତିକ ସମୟରେ ଆର୍ଥିକ ବ୍ୟବସ୍ଥାର ପୁନଃପ୍ରବର୍ତ୍ତନ ଏବଂ ଶ୍ରମଜୀବୀ, ଗ୍ରାମୀଣ ଗରିବ ଜନସାଧାରଣଙ୍କୁ ଜୀବନଜୀବିକା ଉନ୍ନତି କ୍ଷେତ୍ରରେ ବ୍ୟାଙ୍କମାନଙ୍କର ଗୁରୁତ୍ଵପୂର୍ଣ୍ଣ ଭୂମିକା ରହିଛି । ପ୍ରତିବର୍ଷ ଆମ ରାଜ୍ୟ ଅର୍ଥୀନ ଭଳି ପ୍ରାକୃତିକ ବିପର୍ଯ୍ୟୟର ସମ୍ମୁଖୀନ ହେଉଛି ଏବଂ ବିପର୍ଯ୍ୟୟର ପରବର୍ତ୍ତୀ ସମୟରେ ଯେପରି ଆଧାର ପ୍ରମାଣଭିତ୍ତିକ ଭ୍ରାମ୍ୟମାଣ ଏଟିଏମ୍ ସେବା ଜନସାଧାରଣଙ୍କୁ ଉପଲବ୍ଧ କରିବେ ସେ ଦିଗରେ ପଦକ୍ଷେପ ନେବାକୁ ବ୍ୟାଙ୍କଗୁଡ଼ିକୁ ମନ୍ତ୍ରୀ ଶ୍ରୀ ପୂଜାରୀ କହିଲେ । ବାସ୍ତବତାକୁ ଦୃଷ୍ଟିରେ ରଖୁ ଚଳିତ ବର୍ଷ ଏକ ଉଚ୍ଚାଭିଳାଷ ବାର୍ଷିକ ଋଣ ଯୋଜନା ମାଧ୍ୟମରେ କୃଷି । ଏବଂ ଆନୁଷଙ୍ଗିକ କ୍ଷେତ୍ରକୁ ବ୍ୟାଙ୍କମାନେ ପ୍ରାଥମିକତା ଦେବା ପାଇଁ ମନ୍ତ୍ରୀ ପରାମର୍ଶ ଦେବା ସହ ଭାଗଚାଷୀଙ୍କୁ ଋଣ ଯୋଗାଇ ଦେବା ପାଇଁ ଅଧାଦେଶ ଜାରି ହୋଇଥୁବା ବିଷୟରେ ସୂଚନା ଦେଇଥିଲେ । କେନ୍ଦ୍ର ସରକାର କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ କ୍ଷେତ୍ରକୁ ପୁନର୍ବାର କାର୍ଯ୍ୟକ୍ଷମ କରାଇବା ପାଇଁ ସ୍ବତନ୍ତ୍ର ପ୍ୟାକେଜ୍ ଘୋଷଣା କରିଛନ୍ତି । ସ୍ୱୟଂ ସହାୟକ ଗୋଷ୍ଠୀମାନେ ଆର୍ଥିକ ସହାୟତା ପାଇବା ଜରୁରୀ ଯୁବେଳେ ବ୍ୟାଙ୍କମାନେ ହିତାଧୁକାରୀଙ୍କ ଆଶା ଆକାଂକ୍ଷା ପୂରଣ ପାଇଁ ଆଗଧାଡ଼ିର ଭୂମିକା ନେବାର ସମୟ ଆସିଛି ।
ବର୍ତ୍ତମାନ । ଭାରତୀୟ ଡାକସେବା ବ୍ୟାଙ୍କ ଗ୍ରାମାଞ୍ଚଳରେ ଲୋକମାନଙ୍କୁ ନଗଦ ଅର୍ଥ ଦେବା କାର୍ଯ୍ୟ ସକ୍ରିୟ ଭାବେ ତୁଲାଉଛନ୍ତି । ଆଧାର ପ୍ରମାଣ ଭିତ୍ତିକ ବ୍ୟବସ୍ଥା ମାଧ୍ୟମରେ ଡାକ ବିଭାଗର କର୍ମଚାରୀମାନେ ଲୋକମାନଙ୍କୁ ନଗଦ ଅର୍ଥ ଯୋଗାଉଛନ୍ତି । ବୈଠକରେ ଯୋଗଦେଇ ମୁଖ୍ୟ ଶାସନ ସଚିବ ଶ୍ରୀ ଅସିତ ତ୍ରିପାଠୀ କହିଲେ ଯେ ଓଡ଼ିଶାରେ ବ୍ୟାଙ୍କି ସେକ୍ଟରରେ ବ୍ରାଞ୍ଚ ସଂଖ୍ୟା ବହୁ କମ ରହିଛି । ତେଣୁ ଚଳିତ ଆର୍ଥିକ ବର୍ଷରେ ବ୍ୟାଙ୍କ ନଥୁବା ପଞ୍ଚାୟତଗୁଡ଼ିକରେ ନୂଆ ବ୍ରାଞ୍ଚ ଖୋଲିବା ପାଇଁ ଶ୍ରୀ ତ୍ରିପାଠୀ ପରାମର୍ଶ ଦେଇଥଲେ । ମୁଖ୍ୟ ଶାସନ ସଚିବ ଆହୁରି ମଧ୍ୟ କହିଲେ ଯେ ଓଡ଼ିଶା ଏକ ଉତ୍ତମ ପ୍ରଶାସିତ ରାଜ୍ୟ ରାଜ୍ୟରେ ଉଦ୍ୟୋଗ ସୃଷ୍ଟିର ପର୍ଯ୍ୟାପ୍ତ ସୁଯୋଗ ରହିଛି । ମତ୍ସ୍ୟଚାଷ, ଖାଦ୍ୟ ପ୍ରକ୍ରିୟାକରଣ ଏବଂ ମାନ୍ୟୁଫାକଚରିଂ ଆଦି କ୍ଷେତ୍ରରେ ଅଧୁକରୁ ଅଧୁକ ଋଣ ଯୋଗାଣ କରିବାକୁ ଶ୍ରୀ ତ୍ରିପାଠୀ ବ୍ୟାଙ୍କମାନଙ୍କୁ କହିଥିଲେ । ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ର କହିଲେ । ଯେ ଓଡ଼ିଶାରେ କୃଷି, ପଶୁପାଳନ, ଉଦ୍ୟାନକୃଷି, ମତ୍ସ୍ୟ ଚାଷ, କୁକୁଡ଼ା ଚାଷ ଆଦି ଯେତ୍ରରେ ପ୍ରଚୁର ସମ୍ଭାବନା ରହିଛି ଏବଂ ବ୍ୟାଙ୍କମାନେ ଏସବୁ କ୍ଷେତ୍ରକୁ ପ୍ରାଧାନ୍ୟ ଦେଲେ ମହାମାରୀ ଯୋଗୁଁ ଉପୁଜୁଥିବା ଆର୍ଥିକ ସ୍ଥିତିର ପୁନରୁଦ୍ଧାର ହୋଇପାରିବ ।
ଅର୍ଥ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ଅଶୋକ କୁମାର ମୀନା କହିଲେ ଯେ କୋଇଡ୍- ୧୯ ମହାମାରୀ ଆରମ୍ଭରୁ ଅର୍ଥ ବିଭାଗ ସୁଚାରୁ ରୂପେ ବ୍ୟାଙ୍କି କାର୍ଯ୍ୟ ଚାଲିବା ପାଇଁ ସମସ୍ତ ବ୍ୟାଙ୍କ ପୋଷ୍ଟ ଅଫିସ୍ ଏସ୍ ଏଲ୍ବିସି ଆର୍ବିଆଇକୁ ବିଭିନ୍ନ ସମୟରେ ମାର୍ଗଦର୍ଶିକା ତଥା ନୀତିନିୟମ ଜାରି କରିଆସିଛି । ୨୦୨୦-୨୧ ବର୍ଷ ପାଇଁ ବାର୍ଷିକ ଋଣ ଯୋଗାଣ ଧାର୍ଯ୍ୟ ହୋଇଛି, ଯାହାକି ପୂର୍ବ ବର୍ଷ ତୁଳନାରେ ୧୫ ହଜାର କୋଟି ଟଙ୍କା ଅଧ୍ବକ । ଅଗ୍ରାକାର କ୍ଷେତ୍ରଗୁଡ଼ିକ ଚଳିତ ୨୦୨୦ ମାର୍ଚ୍ଚ ମାସ ସୁଦ୍ଧା ବାର୍ଷିକ ଧାର୍ଯ୍ୟ ଗଣ ଯୋଜନା କ୍ଷେତ୍ରରେ ପ୍ରାୟ ୯୫.୩୭ ପ୍ରତିଶତ ଧାର୍ଯ୍ୟ ଲକ୍ଷ୍ୟ ହାସଲ କରିଛନ୍ତି । କୃଷି ଏବଂ ଅନ୍ୟାନ୍ୟ ମତ୍ସ୍ୟ ଚାଷ, ଦୁଗ୍ଧ ଉତ୍ପାଦନ କ୍ଷେତ୍ରଗୁଡ଼ିକୁ ବ୍ୟାଙ୍କମାନେ ଅଧୁକ ଦୃଷ୍ଟି ଦେବାର ଆବଶ୍ୟକତା ରହିଛି । ପ୍ରତି ବ୍ୟାଙ୍କ ତିନୋଟି ଲେଖାଏଁ ଭ୍ରାମ୍ୟମାଣ ଏଟିଏମ୍ ରଖୁବେ, ଯାହାକି ସମସ୍ତ ସାଧାରଣ ଓ ଅସାଧାରଣ ପରିସ୍ଥିତିରେ ଜନସାଧାରଣଙ୍କୁ ସେବା ପ୍ରଦାନ କରିବେ । ସିଧାସଳଖ ହିତାକାରୀଙ୍କ ଆକାଉଣ୍ଟକୁ ଅର୍ଥ ପ୍ରଦାନ ବ୍ୟବସ୍ଥା ଯୋଗୁଁ ଗ୍ରାମାଞ୍ଚଳରେ ଜନସାଧାରଣ ଓ ସରକାରଙ୍କ ଯୋଜନାର ସୁଫଳ ପାଇପାରୁଛନ୍ତି । ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କୁ ଅତିକମ୍ରେ ୨ ଲକ୍ଷ ଟଙ୍କାର ଋଣ ପ୍ରଦାନ ତଥା ଯେଉଁମାନେ ଋଣ ପାଇଁ ଆବେଦନ କରିଛନ୍ତି ତାଙ୍କୁ ଶୀଘ୍ର ଋଣ ପ୍ରଦାନ ପାଇଁ ପ୍ରମୁଖ ଶାସନ ସଚିବ କହିଛନ୍ତି । ପ୍ରବାସୀ ଶ୍ରମିକମାନଙ୍କ ପାଇଁ ନୂଆ ଆକାଉଣ୍ଟ ଖୋଲିବା ପାଇଁ ସେ କହିଲେ । ଲକ୍ ଡାଉନ୍ ଅବଧୂରେ ବ୍ୟାଙ୍କମାନେ ଜନସାଧାରଣଙ୍କୁ ଉପଯୁକ୍ତ ସେବା ଯୋଗାଇ ଦେଇଥୁବାରୁ ସେ ସନ୍ତୋଷ ପ୍ରକାଶ କରିଲେ ।
ଆଜିର ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ହେମନ୍ତ ଶର୍ମା, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ବିଭାଗର ଶାସନ ସଚିବ ଶ୍ରୀ ଆର୍. ରେଘୁ, ଅର୍ଥ ବିଭାଗର ସତନ୍ତ ଶାସନ ସଚିବ ଶ୍ରୀ ପି.କେ. ବିଶ୍ଵଳ, ୟୁକୋ ବ୍ୟାଙ୍କର ପରିଚାଳନା ନିର୍ଦ୍ଦେଶକ ତଥା ମୁଖ୍ୟ କାର୍ଯ୍ୟନିର୍ବାହୀ ଶ୍ରୀ ଗୋଏଲ, ଭାରତ ସରକାରଙ୍କ ଉପସଚିବ ଶ୍ରୀ ତୋଗ୍ରା, ଭାରତୀୟ ରିଜର୍ଭ ବ୍ୟାଙ୍କର ଆଞ୍ଚଳିକ ନିର୍ଦ୍ଦେଶକ ଶ୍ରୀ ମଲ୍ଲ, ନାବାର୍ଡର ମୁଖ୍ୟ ପରିଚାଳନା ନିର୍ଦ୍ଦେଶକ ଶ୍ରୀ ଚନ୍ଦ୍ରଶେଖର, ଏସବିଆଇର ମୁଖ୍ୟ ପରିଚାଳନା ନିର୍ଦ୍ଦେଶକ ଶ୍ରୀମତୀ ପ୍ରବୀଣୀ କାଲା ଏବଂ ୟୁକୋ ବ୍ୟାଙ୍କ ପରିଚାଳନା ନିର୍ଦ୍ଦେଶକ ତଥା ଆବାହକ ଶ୍ରୀ ସଂଜୟ କୁମାର ଏବଂ ୧୦ ଜଣ ଲିଡ୍ ବ୍ୟାଙ୍କ ମ୍ୟାନେଜର ପ୍ରମୁଖ ଉପସ୍ଥିତ ଥିଲେ ।
Post a Comment