loading...

ଚଳିତ ରବି ଧାନ ସଂଗ୍ରହ କାର୍ଯ୍ୟକୁ ତ୍ବରାନ୍ବିତ କରାଯାଇଛି-ମନ୍ତ୍ରୀ ଶ୍ରୀ ସ୍ୱାଇଁ

ଆଜି ସୁଦ୍ଧା ୪ ଲକ୍ଷ ୩୦ ହଜାର ୩୦୦ ଟନ୍ ଧାନ ସଂଗ୍ରହ । ଗତବର୍ଷ ଆଜିର ତୁଳନାରେ ୪୭ ପ୍ରତିଶତ ଅଧିକ ଧାନ ସଂଗ୍ରହ ହୋଇଛି।

ଚଳିତ ରବି ଧାନ ସଂଗ୍ରହ କାର୍ଯ୍ୟକୁ ତ୍ବରାନ୍ବିତ କରାଯାଇଛି-ମନ୍ତ୍ରୀ ଶ୍ରୀ ସ୍ୱାଇଁ
google

ଭୁବନେଶ୍ୱର : କରୋନା ଭୂତାଣୁ (କୋ ଭିଡ୍ – ୧୯) ସଂକ୍ରମଣ ରୋକିବା ନିମନ୍ତେ ସାରା ରାଜ୍ୟରେ ଲକ୍ ଡାଉନ୍ ଜାରି କରାଯାଇଥୁବାବେଳେ ଚାଷୀମାନଙ୍କଠାରୁ ରବିଧାନ ସଂଗ୍ରହ ପ୍ରକ୍ରିୟାକୁ ତ୍ବରାନ୍ବିତ କରାଯାଇପାରିଛି । ଗତବର୍ଷ ଆଜି ଦିନ ତୁଳନାରେ ୪୭ ପ୍ରତିଶତ ଅଧୁକ ଧାନ ସଂଗ୍ରହ ହୋଇପାରିଛି ବୋଲି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ଶ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ କହିଛନ୍ତି । 

ଆଜି ସୁଦ୍ଧା ରାଜ୍ୟର ୧୭ଟି ଜିଲ୍ଲାରେ ୫୨,୦୨୧ ଜଣ ଚାଷୀଙ୍କଠାରୁ ସମୁଦାୟ ୪ ଲକ୍ଷ ୩୦ ହଜାର ୩୦୦ ଟନ ଧାନ ସଂଗ୍ରହ କରାଯାଇଛି । ଗତବର୍ଷ ଆଜି ତାରିଖରେ ୨ ଲକ୍ଷ ୯୩ ହଜାର ୪୮୯ ଟନ ଧାନ ସଂଗ୍ରହ କରାଯାଇଥୁଲା । ୬୨୭ଟି ଧାନ ସଂଗ୍ରହ କେନ୍ଦ୍ରରେ ଧାନ କିଣିବା କାର୍ଯ୍ୟ ଆରମ୍ଭ ହୋଇଛି । ପିପାସ୍ ଏବଂ ଆଗୁଆ ଟୋକେନ୍ ଜରିଆରେ ପଞ୍ଜିକୃତ ଚାଷୀମାନଙ୍କ ଠାରୁ ଧାନ ସଂଗ୍ରହ କରାଯାଉଛି । ରବିଧାନ ବିକ୍ରି ନିମନ୍ତେ ମୋଟ ୨ ଲକ୍ଷ ୫୮ ହଜାର ୧୧୭ ଜଣ ଚାଷୀ ନାମ ପଞ୍ଜିକରଣ କରିଥିବାବେଳେ ଆଜି ପର୍ଯ୍ୟନ୍ତ ୨ ଲକ୍ଷ ୨୭ ହଜାର ୧୨୨ ଜଣ ଚାଷୀଙ୍କ ନାମ ପଞ୍ଜିକରଣ ତଥ୍ୟକୁ ଯାଞ୍ଚ କରାଯାଇଛି । 

ଗତବର୍ଷ ତୁଳନାରେ ଚଳିତ ରବିଧାନ ସଂଗ୍ରହ ନିମନ୍ତେ ୨୦ ପ୍ରତିଶତ ଅଧୁକ ଚାଷୀ ସେମାନଙ୍କ ନାମ ପଞ୍ଜିକରଣ କରିଛନ୍ତି । ଅଧୁକ ଧାନ ସଂଗ୍ରହ ହୋଇଥୁବା ଜିଲ୍ଲାଗୁଡ଼ିକ ମଧ୍ୟରେ ବରଗଡ଼ରେ ୨ ଲକ୍ଷ ୨୮ ହଜାର ୩୦୨ ଟନ୍ ଧାନ ସଂଗ୍ରହ ହୋଇଥୁବାବେଳେ ସୁବର୍ଣ୍ଣପୁର ଜିଲ୍ଲାରୁ ୫୪ ହଜାର ୯୧୬ ଟନ୍, ସମ୍ବଲପୁରରୁ ୫୦ ହଜାର ୮୩୯ ଟନ୍, କଳାହାଣ୍ଡିରେ ୩୧ ହଜାର ୯୩୩ ଟନ୍, ନୂଆପଡ଼ାରେ ୧୬ ହଜାର ୨୪୮ ଟନ୍ ଏବଂ ପୁରୀ ଜିଲ୍ଲାରୁ ୧୧ ହଜାର ୯୮୯ ଟନ୍ ଧାନ ସଂଗ୍ରହ କରାଯାଇଛି ।

Tags

Post a Comment

[blogger][disqus][facebook][spotim]
Powered by Blogger.
Javascript DisablePlease Enable Javascript To See All Widget