ଭୁବନେଶ୍ବର : ସମବାୟ ଉପ ସହକାରୀ ନିବନ୍ଧକ ଏବଂ ସମବାୟ ନିରୀକ୍ଷକ ସଂଘ (ଓଡ଼ିଶା ସମବାୟ ନିର୍ବାହୀ ଅଧୁକାରୀ ସଂଘ) ତରଫରୁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠି କୁ ୬(ଛଅ) ଲକ୍ଷ ଟଙ୍କା ପ୍ରଦାନ। ବିଶ୍ଵ ମହାମାରୀ କୋଭିଡ-୧୯ (କରୋନା) ର କରାଳ ଓ ମାରାତ୍ମକ ପ୍ରକୋପରୁ ରାଜ୍ୟବାସୀଙ୍କୁ ସୁରକ୍ଷିତ ରଖୁବା ପାଇଁ ଓଡିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଏବଂ ଓଡ଼ିଶା ସରକାରଙ୍କ ନିରନ୍ତର ପ୍ରଚେଷ୍ଟା ପରିପ୍ରେକ୍ଷୀରେ ରାଜ୍ୟର ସମସ୍ତ କରୋନା ଯୋଦ୍ଧାମାନଙ୍କୁ ରାଜ୍ୟ ସମବାୟ ଉପ ସହକାରୀ ନିବନ୍ଧକ ଏବଂ ସମବାୟ ନିରୀକ୍ଷକ ସଂଘ(ଓଡିଶା ସମବାୟ ନିର୍ବାହୀ ଅଧୁକାରୀ ସଂଘ), ତା'ର ସଭ୍ୟ/ସଭ୍ୟ ମାନଙ୍କ ତରଫରୁ ଅନ୍ତରର ପ୍ରଶଂସା ଏବଂ ପ୍ରଣାମ ଜଣାଇବା କରୋନା ଯୁଦ୍ଧରେ ନିମିତ୍ତ ସହାୟକ ସ୍ଵରୂପ ଆଜି ତା ୨୭. ୦୫,୨୦୨୦ରିଖରେ ମାନନୀୟ ନିବନ୍ଧକ, ସମବାୟ ସମିତି ସମୂହ, ଓଡିଶା ଙ୍କ ଉପସ୍ଥିତିରେ ମାନ୍ୟବର ମନ୍ତ୍ରୀ, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ, ସମବାୟ, ଓଡ଼ିଶା ଶ୍ରୀଯୁକ୍ତ ରଣେନ୍ଦ୍ର ପ୍ରତାପ ସ୍ବାଇଁ କ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠି କୁ ୬(ଛଅ) ଲକ୍ଷ ଟଙ୍କା ପ୍ରଦାନ କରିଅଛନ୍ତି। ସଂଘର ଏହି କାର୍ଯ୍ୟ କଳାପକୁ ମାନ୍ୟବର ମନ୍ତ୍ରୀ, ମାନନୀୟ ନିବନ୍ଧକ, ସମବାୟ ସମିତି ସମୁହ, ଓଡ଼ିଶା ତଥା ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି।
Post a Comment