![]() |
ନୁଆଦିଲ୍ଲୀ : ସରକାର ବସ ଓ କାର ଚାଳକମାନଙ୍କ ସମସ୍ତ ସମସ୍ୟା ସମ୍ପର୍କରେ ଅବଗତ ଅଛନ୍ତି ଏବଂ ତାହାକୁ ଦୂର କରିବା ପାଇଁ ସହାୟତା ପ୍ରଦାନ କରାଯିବ ବୋଲି କହିଛନ୍ତି କେନ୍ଦ୍ର ସଡକ ପରିବହନ ଓ ରାଜପଥ ତଥା ଲଘୁ ଓ ମଧ୍ୟମ ଉଦ୍ୟୋଗ ମନ୍ତ୍ରୀ ଶ୍ରୀ ନିତିନ ଗଡକରୀ ।
ସାରାଦେଶର ବସ ଓ କାର ଚାଳକମାନଙ୍କୁ ଆସନା ପ୍ରଦାନ କରି ଶ୍ରୀ ଗଡ଼କରୀ କହିଛନ୍ତି ଯେ, ସେ ନିୟମିତ ପ୍ରଧାନମନ୍ତ୍ରୀ ଓ ଅର୍ଥମନ୍ତ୍ରୀଙ୍କ ସହ ଯୋଗାଯୋଗରେ ଅଛନ୍ତି ଏବଂ କୋଭିଡ-19 ମହାମାରୀ ସମୟରେ ଅର୍ଥନୀତିରେ ସୁଧାର ଆଣିବା ଲାଗି ସମସ୍ତ ପ୍ରେଚେଷ୍ଟା ଜାରି ରହିଛି । ଭିଡ଼ିଓ କନଫରେନ୍ସ ଜରିଆରେ ଭାରତୀୟ ବସ ଓ କାର ଟାକକ ସଙ୍ଘକୁ ସମ୍ଭାତ କରି ଶ୍ରୀ ଗଡକରୀ କହିଲେ ଯେ, ଯାତାୟାତ ବ୍ୟବସ୍ଥାର ପୁନଃ ଆରମ୍ଭ ଦେଶବ୍ୟାପୀ ଜନସାଧାରଣଙ୍କ ଆତ୍ମବିଶ୍ବାସ ବୃଦ୍ଧି କରିବ ।
ସେ କହିଲେ ଯେ, ଖୁବ ଶୀଘ୍ର ନିର୍ଦ୍ଧାରିତ ମାର୍ଗଦର୍ଶିକା ସହ ସାର୍ବଜନୀନ ଯାତାୟାତ ସେବା ଆରମ୍ଭ ହେବ । ବସ ଏବଂ କାର ଯାତାୟାତି ସମୟରେ ସାମାଜିକ ଦୂରତା ରକ୍ଷା କରିବା ତଥା ଅନ୍ୟାନ୍ୟ ସୁରକ୍ଷା ପଦକ୍ଷେପ ଯେପରିକି, ମାସ୍କ୍ , ସାନିଟାଇଜର, ଆଦିର ବ୍ୟବହାର ଉପରେ ସେ ଗୁରୁତ୍ବାରୋପ କରିଲେ । ମନ୍ତ୍ରୀ ଶ୍ରୀ ଗଡ଼କରୀ କହିଲେ ଯେ, ସେ ଏହି ମହାମାରୀ ଯୋଗୁଁ ସୃଷ୍ଟି ହୋଇଥିବା ଅସୁବିଧା ସମ୍ପର୍କରେ ସେ ଅବଗତ ଅଛନ୍ତି ଏବଂ ଏସବୁ ସମସ୍ୟାର ସମାଧାନ ଲାଗି ସମସ୍ତ ଅଂଶୀଦାରଙ୍କୁ ଏକାଠି ହୋଇ କାମ କରିବାକୁ ପଡିବ । କରୋନା ସଂକ୍ରମଣ ଲାଗି ଚୀନରୁ ଅନେକ ନିବେଶକ ବିମୁଖ ହେଉଛନ୍ତି ଏବଂ ଏହା ଭାରତ ପାଇଁ ଏକ ଭଲ ବାଣିଜ୍ୟିକ ସୁଯୋଗ ସୃଷ୍ଟି କରିଛି ବୋଲି ସେ କହିଲେ ।
ଆନ୍ତର୍ଜାତିକ ନିବେଶକମାନଙ୍କୁ ଭାରତରେ ନିବେଶ କରିବା ଲାଗି ଆମନ୍ତ୍ରଣ କରିବାକୁ ସେ ଭାରତୀୟ ବସ ଓ କାର ସଂଘକୁ ପରାମର୍ଶ ଦେଇଥିଲେ । ଉଭୟ ସରକାର ଓ ଶିଳ୍ପ ଜଗତର ମିଳିତ ଉଦ୍ୟମରେ ଆମେ କରୋନାକୁ ପରାସ୍ତ କରିବା ଏବଂ ଦେଶର ଅର୍ଥନୈତିକ ଅଭିବୃଦ୍ଧି ଆଣିପାରିବା ବୋଲି ଶ୍ରୀ ଗଡକରୀ କହିଥିଲେ ।
Post a Comment