![]() |
ନୁଆଦିଲ୍ଲୀ : ଫିଚର ଫୋନ ଓ ଲ୍ୟାଣ୍ଡଲାଇନ ବ୍ୟବହାର କରୁଥିବା ନାଗରିକମାନଙ୍କୁ ଆରୋଗ୍ୟ ସେତୁର ସୁରକ୍ଷା ମିଳିପାରିବ। ଏମାନଙ୍କ ପାଇଁ “ଆରୋଗ୍ୟ ସେତୁ ଇଣ୍ଟରଆକ୍ଟିଭ ଭଏସ ରେସପନ୍ସ ସିଷ୍ଟମ (ଆଇଭିଆରଏସ) କାର୍ଯ୍ୟକାରୀ କରାଯାଇଛି । ଏହି ସେବା ସାରା ଦେଶରେ ଉପଲବ୍ଧ ହେଉଛି। ଏହା ଏକ ଶୁଳ୍କମୁକ୍ତ ସେବା, ଯେଉଁଠି ନାଗରିକମାନେ 1921କୁ ମିସଡ କଲ ଦେବା ପରେ । ସେମାନଙ୍କୁ କଲ ବ୍ୟାକ କରାଯିବ। ସେମାନଙ୍କ ସ୍ବାସ୍ଥ୍ୟ ସମ୍ପର୍କରେ କେତେକ ପ୍ରଶ୍ନ ପଚରାଯାଇ ତା'ର ଉତ୍ତର ସଂଗ୍ରହ କରାଯିବ। ଏହି ପ୍ରଶ୍ନ ଆରୋଗ୍ୟ ସେତୁ ଆପ ଭଳି ଏବଂ ନାଗରିକମାନେ ଯେଉଁ ସୂଚନା ପ୍ରଦାନ କରିବେ ସେହି ଆଧାରରେ ଭବିଷ୍ୟତରେ ସେମାନଙ୍କର ସ୍ବାସ୍ଥ୍ୟ ସମ୍ପର୍କରେ ଏସଏମଏସ ଆଲର୍ଟ ମିଳିବ ।
ଏହି ସେବାକୁ ମୋବାଇଲ ଆପ୍ଲିକେସନ ଭଳି 11ଟି ଆଞ୍ଚଳିକ ଭାଷାରେ କାର୍ଯ୍ୟକାରୀ କରାଯାଉଛି । ନାଗରିକମାନେ ଦେଇଥିବା ସୂଚନାକୁ ଆରୋଗ୍ୟ ସେତୁ ଡାଟାବେସରେ ସାମିଲ କରାଯିବ। ଏହି ସୂଚନାକୁ ଆଧାର କରି ନାଗରିକମାନଙ୍କ ସୁରକ୍ଷା ନିମନ୍ତେ ସେମାନଙ୍କୁ ସତର୍କତା ଏସଏମଏସ ଜାରି କରାଯିବ। । ଉଲ୍ଲେଖଯୋଗ୍ୟ ଯେ ରାଜ୍ୟ ଓ କେନ୍ଦ୍ରଶାସିତ ପ୍ରଦେଶ ସରକାରଙ୍କ ସହଯୋଗରେ କୋଭିଡ-19 ମୁକାବିଲା ଲାଗି ଭାରତ ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଛନ୍ତି। ଏଥିମଧ୍ୟରୁ ଗୋଟିଏ ହେଉଛି ଆରୋଗ୍ୟ ସେତୁ ଆପର ପ୍ରଚଳନ ଆରୋଗ୍ୟ ସେତୁ ମୋବାଇଲ ଆପକୁ ଇଲେକ୍ଟ୍ରୋନିକ୍ସ ସୂଚନା ପ୍ରଯୁକ୍ତି ମନ୍ତ୍ରଣାଳୟ ପକ୍ଷରୁ ବିକଶିତ କରାଯାଇଛି। ଏହା ଲୋକମାନଙ୍କୁ କରୋନା ଭୂତାଣୁ ସଂକ୍ରମଣ ଠାରୁ ସୁରକ୍ଷା ଦେବାରେ ସହାୟକ ହେଉଛି। ଏହି ଆପ ଅତ୍ୟାଧୁନିକ
ବୁଥ ପ୍ରଯୁକ୍ତି, ଆଲଗୋରିଦମ ଏବଂ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଉପଯୋଗ କରି କାମ କରୁଛି। ଆପ ଡାଉନଲୋଡ କରୁଥିବା ଉପଯୋଗକାରୀଙ୍କୁ କେତେକ ପ୍ରଶ୍ନ ପଚରାଯାଉଛି, ସେହି ପ୍ରଶ୍ନର ଉତ୍ତର ଆଧାରରେ ସେମାନଙ୍କ ଠାରେ କରୋନା ଭୂତାଣରୁ କୌଣସି ଲକ୍ଷଣ ଥିଲେ ତାଙ୍କୁ ଆବଶ୍ୟକ ସହଯୋଗ ଯୋଗାଇ ଦେବା ଉଦ୍ଦେଶ୍ୟରେ ସରକାରୀ ସର୍ଭରକୁ ବାର୍ତ୍ତା ଯାଉଛି ।
ଏହି ଆପକୁ ଆନଡ୍ଏଡ ଫୋନ ପାଇଁ ଗୁଗଲ ପ୍ଲେଷ୍ଟୋର ଏବଂ ଆଇଫୋନ ପାଇଁ ଆଇଓଏସ ଆପ ଷ୍ଟୋରରୁ ଡାଉନଲୋଡ କରାଯାଇପାରିବ । ଏହା ଇଂରାଜୀ ସମେତ ଦଶଟି ଆଞ୍ଚଳିକ ଭାରତୀୟ ଭାଷାରେ ଉପଲବ୍ଧ ହେଉଛି। କୋଭିଡ଼-19 ସଂକ୍ରାନ୍ତରେ ସମସ୍ତ ପ୍ରକାରର ଭରସାଯୋଗ୍ୟ ଓ ସଦ୍ୟତମ ବୈଷୟିକ ସୂଚନା, ଗାଇଡଲାଇନ ଏବଂ ମାର୍ଗଦର୍ଶିକା ନିମନ୍ତେ ନିୟମିତ ଭାବେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ https://www.mohfw.gov.in/ କୋଭିଡ଼-19 ସମ୍ପର୍କରେ କୌଣସି ବୈଷୟିକ ସନ୍ଦେହର ସମାଧାନ ଲାଗି technicalquery.covid19@gov.inରେ ଏବଂ ଅନ୍ୟ କିଛି ବିଷୟରେ ଜାଣିବାକୁ ଚାହୁଁଥିଲେ ncov2019@gov.in ରେ ଇମେଲ କରନ୍ତୁ କିମ୍ବା @CovidIndiaSeva ରେ ଝିଟ କରନ୍ତୁ । କୋଭିଡ-19 ସଂକ୍ରାନ୍ତରେ କୌଣସି ସୂଚନା ପାଇବାକୁ ଚାହୁଁଥିଲେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟର ହେଳ୍ପଲାଇନ ନଂ : : +91-11-23978046 or 1075 (ଶୁଳ୍କମୁକ୍ତ)ରେ କଲ କରନ୍ତୁ। କୋଭିଡ-19 ସଂକ୍ରାନ୍ତରେ ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶଗୁଡ଼ିକର ହେଳ୍ପଲାଇନ ନଂ https:// www.mohfw.gov.in/ pdf/coronvavirus helpline number.pdf ଉପଲବ୍ଧ ରହିଛି ।
Post a Comment