loading...

ଦେଶବ୍ୟାପୀ ଅତ୍ୟାବଶ୍ୟକ ମେଡିକାଲ ସାମଗ୍ରୀର ଯୋଗାଣରେ 465 ଲାଇଫ ଲାଇନ ଉଡାଣ ବିମାନ ।

ଦେଶବ୍ୟାପୀ ଅତ୍ୟାବଶ୍ୟକ ମେଡିକାଲ ସାମଗ୍ରୀର ଯୋଗାଣରେ 465 ଲାଇଫ ଲାଇନ ଉଡାଣ ବିମାନ ।

ଦେଶବ୍ୟାପୀ ଅତ୍ୟାବଶ୍ୟକ ମେଡିକାଲ ସାମଗ୍ରୀର ଯୋଗାଣରେ 465 ଲାଇଫ ଲାଇନ ଉଡାଣ ବିମାନ ।

ନୁଆଦିଲ୍ଲୀ : ଦେଶବ୍ୟାପୀ ବିଭିନ୍ନ ଅତ୍ୟାବଶ୍ୟକ ମେଡିକାଲ ସାମଗ୍ରୀର ଯୋଗାଣରେ ଲାଇଫ ଲାଇନ ଉଡ଼ାଣ ଅନ୍ତର୍ଗତ ଏୟାର ଇଣ୍ଡିଆ, ଆଲାଏନ୍ସ ଏୟାର ଓ ଆଇଏଏଫର 46ଟି ବିମାନ ନିୟୋଜିତ ଅଛନ୍ତି । ଏୟାର ଇଣ୍ଡିଆ ଏବଂ ଆଲାଏନ୍ସ ଏୟାରର 278ଟି ବିମାନ ଏହି କାର୍ଯ୍ୟରେ ନିୟୋଜିତ ଅଛନ୍ତି । ବର୍ତ୍ତମାନ ସୁଦ୍ଧା ପ୍ରାୟ 835.94 ଟନ କାର୍ଗା ସାମଗ୍ରୀର ପରିବହନ ହୋଇଛି । 

ଏହି ବିମାନଗୁଡିକ ଆକାଶ ମାର୍ଗରେ 4,51,038 କିଲୋମିଟର ଦୂରତା ଅତିକ୍ରମ କରିଛନ୍ତି । ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ଦ୍ବାରା କୋଭିଡ଼-19 ସଂକ୍ରମଣ ସମୟରେ ସାରା ଦେଶରେ ଜରୁରିକାଳୀନ ଭିତ୍ତିରେ ଅତ୍ୟାବଶ୍ୟକ ମେଡିକାଲ ସାମଗ୍ରୀ ଯୋଗାଣକୁ ସୁନିଶ୍ଚିତ କରିବା ଲାଗି ଏହି ଲାଇଫ ଲାଇନ ଉଡାଣ ବିମାନଗୁଡ଼ିକର ପ୍ରଚଳ କରାଯାଉଛି । ଜମ୍ମୁ ଓ କଶ୍ମୀର, ଲଦାଖ ଏବଂ ଉତ୍ତର-ପୂର୍ବ ଭାରତରେ ଅତ୍ୟାବଶ୍ୟକ ମେଡିକାଲ କାର୍ଗୋ ଏବଂ ରୋଗୀଙ୍କ ପରିବହନରେ ପବନ ହଂସ ଲିମିଟେଡ଼ର ହେଲିକପ୍ଟରଗୁଡିକ ନିୟୋଜିତ ଅଛନ୍ତି । ମେ' 5, 2020ସୁଦ୍ଧା ପବନ ହଂସ 2.27 ଟନ କାର୍ଗୋ ପରିବହନ କରିଛି ଏବଂ 7,729 କିଲୋମିଟର ଦୂରତା ଅତିକ୍ରମ କରିଛି ।

Tags

Post a Comment

[blogger][disqus][facebook][spotim]
Powered by Blogger.
Javascript DisablePlease Enable Javascript To See All Widget