loading...

ଭିଡିଓ କନ୍‌ଫରେନ୍ସ୍ ମାଧ୍ୟମରେ କୁଳପତିମାନଙ୍କ ସହ ବୈଠକ ।

ଭିଡିଓ କନ୍‌ଫରେନ୍ସ୍ ମାଧ୍ୟମରେ କୁଳପତିମାନଙ୍କ ସହ ବୈଠକ ।

ଭିଡିଓ କନ୍‌ଫରେନ୍ସ୍ ମାଧ୍ୟମରେ କୁଳପତିମାନଙ୍କ ସହ ବୈଠକ ।

ଭୁବନେଶ୍ବର : ରାଜ୍ୟର ସମସ୍ତ ବିଶ୍ବ ବିଦ୍ୟାଳୟ ଅଧୀନରେ ଥିବା +୩ ମହା ବିଦ୍ୟାଳୟ ଏବଂ ସୟଂ ଶାସିତ ମହାବିଦ୍ୟାଳୟର +୩ ରୁ ୬ଷ୍ଠ ସେମିଷ୍ଟାରର (ଫାଇନାଲ) ପରୀକ୍ଷା ଜୁନ ୨୦ ତାରିଖ ପରେ ଆରମ୍ଭ ହୋଇ ଜୁଲାଇ ୨୪ ତାରିଖ ସୁଦ୍ଧା ଶେଷ ହେବ ଏବଂ ପରୀକ୍ଷା ଫଳ ଅଗଷ୍ଟ ମାସ ୩୧ ତାରିଖ ସୁଦ୍ଧା ପ୍ରକାଶ ପାଇବ ।

ସେହିପରି ବିଶ୍ବବିଦ୍ୟାଳୟ ଏବଂ ସୟଂ ଶାସିତ ମହାବିଦ୍ୟାଳୟର ସ୍ନାତକୋତର ଶ୍ରେଣୀର ଚତୁର୍ଥ ସେମିଷ୍ଟାର (ଫାଇନାଲ) ପରୀକ୍ଷା ଅଗଷ୍ଟ ୨୦ ତାରିଖ ସୁଦ୍ଧା ଶେଷ ହେବ ଏବଂ ପରୀକ୍ଷା ଫଳ ସେପ୍ଟେମ୍ବର ୨୦ ତାରିଖ ସୁଦ୍ଧା ପ୍ରକାଶ ପାଇବ ବୋଲି ରାଜ୍ୟର ସମସ୍ତ ବିଶ୍ବ ବିଦ୍ୟାଳୟଗୁଡିକର କୁଳପତିମାନଙ୍କ ସହିତ ଭିଡିଓ କଫରେସ୍ ମାଧ୍ୟମରେ ଅନୁଷ୍ଠିତ ବୈଠକରେ ନିଷ୍ପତି ହୋଇଥିବା ସଂପର୍କରେ ରାଜ୍ୟ ଉଚ୍ଚ ଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ କହିଛନ୍ତି । ଏଣୁ ସହିତ ମେ ୭ ତାରିଖଠାରୁ ରାଜ୍ୟର ସମସ୍ତ ବିଶ୍ବବିଦ୍ୟାଳୟ, ସ୍ୱୟଂ ଶାସିତ ମହାବିଦ୍ୟାଳୟ ପ୍ରଶାସନିକ କାର୍ଯ୍ୟ ସଂପାଦନ ନିମନ୍ତେ ଏକ ତୃତୀୟାଂଶ କର୍ମଚାରୀଙ୍କୁ ନେଇ ଖୋଲାଯିବା ପାଇଁ ନିଷ୍ପତି ନିଆଯାଇଛି । ଆଜି ଲୋକସେବା ଭବନଠାରେ କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ, ଉଚ୍ଚ ଶିକ୍ଷା ମନ୍ତ୍ରୀ ଡ. ଅରୁଣ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ରାଜ୍ୟର ସମସ୍ତ କୁଳପତିମାନେ ଭିଡିଓ କଫରେନିଂ ଯୋଗେ କୋଭିତ୍-୧୯ ସଂକ୍ରମଣ ର ମୁକାବିଲା ନିମନ୍ତେ ଦେଶ ସମେତ ରାଜ୍ୟରେ ଲକ୍ ଡାଉନ୍ ଜାରି କରାଯାଇଥିବା ପରିପ୍ରେକ୍ଷୀରେ ବିଭିନ୍ନ ପରୀକ୍ଷା ପରିଚାଳନା, ପରୀକ୍ଷା ଫଳ ପ୍ରକାଶନ, ଛାତ୍ରଛାତ୍ରୀଙ୍କ ନାମଲେଖା ଓ ଶିକ୍ଷା ଦାନ ସଂପର୍କରେ ବିସୃତ ଭାବେ ଆଲୋଚନା କରାଯାଇଥିଲା । 

ରାଜ୍ୟର ସମସ୍ତ ବିଶ୍ବବିଦ୍ୟାଳୟ ଓ ସ୍ୱୟଂ ଶାସିତ ମହାବିଦ୍ୟାଳୟଗୁଡିକ +୩ ଶ୍ରେଣୀର ୬ଷ୍ଠ ସେମିଷ୍ଟାର ପରୀକ୍ଷା ନିମନ୍ତେ ପରୀକ୍ଷା ସୂଚୀ ସ୍ଥିର କରି ଛାତ୍ରଛାତ୍ରୀମାନଙ୍କୁ ଆଗୁଆ ଜଣାଇବା ପାଇଁ କୁହାଯାଇଛି । ସେହିପରି ବିଭିନ୍ନ ବିଶ୍ବବିଦ୍ୟାଳୟ ଏବଂ ସ୍ୱୟଂ ଶାସିତ ମହାବିଦ୍ୟାଳୟ ସ୍ନାତକୋର ଶ୍ରେଣୀର ଚତୁର୍ଥ ସେମିଷ୍ଟାର ପରୀକ୍ଷା ନିମନ୍ତେ ସଂପୃକ୍ତ ବିଶ୍ବବିଦ୍ୟାଳୟ ଏବଂ ସ୍ୱୟଂଶାସିତ ମହାବିଦ୍ୟାଳୟ ବିସ୍ମୃତ ପରୀକ୍ଷା ସୂଚୀ ପ୍ରକାଶ କରିବେ । ଏଥି ସହିତ ଚଳିତ ବର୍ଷ ସ୍ନାତକୋତର ଶ୍ରେଣୀର ନାମଲେଖା ନିମନ୍ତେ ଏକକ ପ୍ରବେଶିକା ପରୀକ୍ଷା ଏବଂ ନାମଲେଖା କାର୍ଯ୍ୟ ସେପ୍ଟେମ୍ବର ରୁ ଅକ୍ଟୋବର ମାସ ମଧ୍ୟରେ ଶେଷ କରାଯିବା ପାଇଁ ବୈଠକରେ ନିଷ୍ପତି ନିଆଯାଇଛି । ଅନଲାଇନ୍ ଏବଂ ଇ-ଲଣ୍ଠି ମାଧ୍ୟମରେ ଶିକ୍ଷାଦାନ ବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ ଏକ ବ୍ଲ ପ୍ରିଣ ପ୍ରସ୍ତୁତ କରାଯିବ ବୋଲି ବୈଠକରେ ଆଲୋଚନା ହୋଇଥିଲା । ଏହା ଦ୍ୱାରା ଛାତ୍ରଛାତ୍ରୀମାନଙ୍କୁ ସହଜରେ ଉନ୍ନତମାନର ଷ୍ଟଡ଼ି ମ୍ୟାଟେରିଆଲ ମିଳିପାରିବ ବୋଲି ବୈଠକରେ ମତ ପ୍ରକାଶ ପାଇଥିଲା । ଏଥି ସହିତ ପ୍ରତି ୧୫ ଦିନରେ ଥରେ କୁଳପତିମାନଙ୍କ ସହିତ ଭିଡିଓ କନ୍‌ଫରେନସ୍ ଜରିଆରେ ବୈଠକ କରି ସ୍ଥିତି ସଂପର୍କରେ ତର୍ଜମା କରି ନିଷ୍ପତି ଗ୍ରହଣ କରାଯିବ ।

ଏହି ବୈଠକରେ ଉଚ୍ଚ ଶିକ୍ଷା ବିଭାଗର କମିଶନର ତଥା ଶାସନ ସଚିବ, ଶ୍ରୀ ଶାଶ୍ବତ ମିଶ୍ର, ଉଚ୍ଚ ଶିକ୍ଷା ପରିଷଦର ଉପାଧ୍ୟକ୍ଷ ପ୍ରଫେସର ଅଶୋକ ଦାସଙ୍କ ସମେତ ଉତ୍କଳ ବିଶ୍ବବିଦ୍ୟାଳୟ, ରମାଦେବୀ ମହିଳା ବିଶ୍ବବିଦ୍ୟାଳୟ ଏବଂ ଓଡ଼ିଶା ମୁକ୍ତ ବିଶ୍ବବିଦ୍ୟାୟର କୂଳପତି ଲୋକସେବା ଭବନରେ ଉପସ୍ଥିତ ଥିବା ବେଳେ ଅନ୍ୟ ବିଶ୍ଵବିଦ୍ୟାଳୟମାନଙ୍କର କୁଳପତିମାନେ ଭିଡିଓ କନ୍‌ଫରେନିଂ ମାଧ୍ୟମରେ ଯୋଗଦେଇଥିଲେ ।

Tags

Post a Comment

[blogger][disqus][facebook][spotim]
Powered by Blogger.
Javascript DisablePlease Enable Javascript To See All Widget