loading...

ଋଷ ଉର୍ଜା ମନ୍ତ୍ରୀଙ୍କ ସହ କେନ୍ଦ୍ରମନ୍ତ୍ରୀଙ୍କ ଭିଡିଓ କନଫରେନ୍ସି । ଦ୍ବିପାକ୍ଷିକ ଉର୍ଜା ସହଯୋଗର ସମୀକ୍ଷା ।

ଋଷ ଉର୍ଜା ମନ୍ତ୍ରୀଙ୍କ ସହ କେନ୍ଦ୍ରମନ୍ତ୍ରୀଙ୍କ ଭିଡିଓ କନଫରେନ୍ସି । ଦ୍ବିପାକ୍ଷିକ ଉର୍ଜା ସହଯୋଗର ସମୀକ୍ଷା ।

ଋଷ ଉର୍ଜା ମନ୍ତ୍ରୀଙ୍କ ସହ କେନ୍ଦ୍ରମନ୍ତ୍ରୀଙ୍କ ଭିଡିଓ କନଫରେନ୍ସି । ଦ୍ବିପାକ୍ଷିକ ଉର୍ଜା ସହଯୋଗର ସମୀକ୍ଷା ।

ନୂଆଦିଲ୍ଲୀ/ ଭୁବନେଶ୍ୱର : କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବୁଧବାର ରଷର ଉର୍ଜା ମନ୍ତ୍ରୀ ଆଲେକଜାଣ୍ଡର ନୋଭାକଙ୍କ ସହ ଭିଡିଓ କନଫରେନିଂ ଜରିଆରେ ଆଲୋଚନା କରିଛନ୍ତି । ଏହି ଅବସରରେ ଉଭୟ ମନ୍ତ୍ରୀ କରୋନା ମହାମାରୀ କାରଣରୁ ବିଶ୍ଵ ଉର୍ଜା ବିଶେଷ ଭାବରେ ତୈଳ ଏବଂ ଗ୍ୟାସ ଉପରେ ପଡିଥିବା ପ୍ରଭାବ ଉପରେ ଆଲୋଚନା କରିଥିବା ଜଣାପଡିଛି ।

ଏହି ଆଲୋଚନା କାଳରେ ଦୁଇ ମନ୍ତ୍ରୀ ଭାରତ ଓ ଋଷ ମଧ୍ୟରେ ଦ୍ୱିପାକ୍ଷିକ ଉର୍ଜା ସହଯୋଗର ସମୀକ୍ଷା କରିଥିଲେ ଏବଂ ହାଇଡ୍ରୋକାର୍ବନ କ୍ଷେତ୍ରକୁ ମଜବୁତ୍ କରିବା ସହ ଅଶୋଧିତ ତୈଳ, ପ୍ରାକୃତିକ ଗ୍ୟାସ ଏବଂ ଦ୍ବିପାକ୍ଷିକ ପୁଞ୍ଜିନିବେଶ କରିବା ଉପରେ ଆଲୋଚନା କରିଥିଲେ । ଋଷରୁ ଭାରତକୁ କୋକିଂ କୋଲ ଆମଦାନୀକୁ ବଜାଇବା ଦିଗରେ ଉଭୟ ଆଲୋଚନା କରିଥିଲେ ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଟୁଇଟ୍ କରି କହିଛନ୍ତି । ଉଲ୍ଲେଖଯୋଗ୍ୟ, ଗତ ଏପ୍ରିଲ ମାସରେ ରୋଜନେଫ୍ ଏବଂ ଆଇଓସିଏଲ ଚୁକ୍ତି ଅନୁଯାୟୀ ପ୍ରଥମ ଥର ଋଷରୁ ପାରାଦୀପ ବନ୍ଦରରେ ଅଶୋଧିତ ତୈଳ ପହଁଚିଥିଲା ।

Tags

Post a Comment

[blogger][disqus][facebook][spotim]
Powered by Blogger.
Javascript DisablePlease Enable Javascript To See All Widget