ଭୁବନେଶ୍ବର : କରୋନା ପାଇଁ ହୋଇଥୁବା ତାଲାବନ୍ଦ ଯୋଗୁଁ ହୋଟେଲ ଓ ଜଳଖୁଆ ଦୋକାନ ବନ୍ଦ ରହିଥିବାରୁ ବିଭିନ୍ନ ହପିଟାଲରେ ରୋଗୀ ଓ ତାଙ୍କ ପରିବାର ବର୍ଗଙ୍କୁ ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ ତରଫରୁ ରନ୍ଧାଖାଦ୍ୟ ଓ ସୁଖୁଲା ଖାଦ୍ୟ ଯୋଗାଇ ଦିଆଯାଉଛି । ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ,ଭବନେଶ୍ୱର ମହାନଗର ତରଫରୁ ଉତ୍କଳ ବିପନ୍ନ ସହାୟତା ସମିତ ମାଧ୍ୟମରେ ଏଆଇଆଇଏମ୍ଏସ୍ ରେ ଥିବା ରୋଗୀ ଓ ତାଙ୍କ ପରିଜନମାନଙ୍କୁ ୧୩ ଦିନ ହେବ ରନ୍ଧାଖାଦ୍ୟ ଯୋଗାଇ ଦିଆଯାଉଛି ।
ଅକ୍ଷିଳ ଭାରତୀୟ ଆର୍ୟ ବିଜ୍ଞାନ ସଂସ୍ଥାନ, ଭୁବନେଶ୍ବରରେ ପ୍ରତ୍ୟେକ ଦିନ ୩୧୦ ଜଣରୁ ଭଦ୍ଧ ବ୍ୟକ୍ତିଙ୍କୁ ଏହି ଖାଦ୍ୟ ବିତରଣ କରାଯାଉ ଥିବା ବେଳେ ୪୦୦୦ରୁ ଉର୍ଦ୍ଦ ରନ୍ଧାଖାଦ୍ୟ ପ୍ୟାକେଟ ବିତରଣ କରି ସାରିଲେଣି ସଂଘର ସ୍ବୟଂସେବକ । ସେହିପରି ଏହି ମେଡିକାଲରେ ପ୍ରତ୍ୟେକ ଦିନ ୨୨ ପରିବାରକୁ ଶୁଖୁଲା ଖାଦ୍ୟ ଦିଆଯାଉଥୁବେଳେ ୩୦୦ରୁ ଭଦ୍ଧ ବ୍ୟକ୍ତି ଏଥିରେ ଉପକୃତ ହୋଇ ପାରିଛନ୍ତି । ସଂଘର ସ୍ୱୟବେକମାନେ ଏଆଇଆଇଏମ୍ଏସ୍ ଓ ସଂଜିବନୀ ହସପିଟାଲରେ ୮୪୫ ଜଣଙ୍କୁ ମାସ୍କ ବିତରଣ କରିଛନ୍ତି । ଖଣ୍ଡଗିରିର ସ୍ୱୟଂସେବକମାନେ ୮୩୦ ଘରକୁ ସାନିଟାଇଜେସନ କରିଛନ୍ତି । ପ୍ରତ୍ୟେକ ଦିନ ଏହି ସେବାକାମରେ ୧୨ ଜଣ ସ୍ବୟଂସେବକ ସାମିଲ ହେଉଛନ୍ତି ।
Post a Comment