loading...

କୋଭିଡ-19 ସଂକଟ ଡିଏସଟିକୁ ନିପୁଣ ବିଜ୍ଞାନର ଦ୍ରୁତ ନିର୍ମାତା ଭାବେ ପ୍ରତିପାଦିତ କରୁଛି: ପ୍ରଫେସର ଆଶୁତୋଷ ଶର୍ମା

ବିଜ୍ଞାନ ଓ ପ୍ରଯୁକ୍ତି ବିଭାଗ (DST) ସଂପ୍ରତି ଏକ ବିରାଟ ପରିବର୍ତ୍ତନ ମଧ୍ୟ ଦେଇ ଗତି କରୁଛି ।


କୋଭିଡ-19 ସଂକଟ ଡିଏସଟିକୁ ନିପୁଣ ବିଜ୍ଞାନର ଦ୍ରୁତ ନିର୍ମାତା ଭାବେ ପ୍ରତିପାଦିତ କରୁଛି: ପ୍ରଫେସର ଆଶୁତୋଷ ଶର୍ମା
google

ନୁଆଦିଲ୍ଲୀ : ବିଜ୍ଞାନ ଓ ପ୍ରଯୁକ୍ତି ବିଭାଗ (DST) ସଂପ୍ରତି ଏକ ବିରାଟ ପରିବର୍ତ୍ତନ ମଧ୍ୟ ଦେଇ ଗତି କରୁଛି । ଏହା ଏବେ ବୃଦ୍ଧିଶୀଳ ବିଜ୍ଞାନରୁ ନିପୁଣ ବିଜ୍ଞାନର ଏକ ଦ୍ରୁତ ନିର୍ମାତା ଭାବେ ନିଜକୁ ପ୍ରତିପାଦିତ କରିପାରିଛି । କରୋନା ଭୂତାଣୁ ସଂକ୍ରମଣ ଜନିତ ସଂକଟ ଏହି ପ୍ରକ୍ରିୟାକୁ ତ୍ବରାନ୍ବିତ କରିବାର ସୁଯୋଗ ସୃଷ୍ଟି କରିଛି ବୋଲି ଡିଏସଟି ସଚିବ ପ୍ରଫେସର ଆଶୁତୋଷ ଶର୍ମା କହିଛନ୍ତି । 

ଡିଏସଟିର 50ତମ ପ୍ରତିଷ୍ଠା ଦିବସ ଅବସରରେ କରୋନାର ମୁକାବିଲା - ବୈଜ୍ଞାନିକ ଗବେଷଣାର ଲାଭ ଓ ନବସୂଜନ ଉପରେ ଇଲେଟ୍ ଟେସ୍କୋ ମିଡିଆ ସହିତ ଏକ ବିନାର ସାକ୍ଷାକାରରେ ପ୍ରଫେସର ଶର୍ମା କହିଛନ୍ତି ଯେ, ଆମେ ଏବେ ନୂଆ ପୋଗ୍ରାମମାନ ଡିଜାଇନ କରୁଛୁ ଯାହାକୁ ମାଧ୍ୟମ କରି ବୈଜ୍ଞାନିକମାନେ ବିଭିନ୍ନ ଆହ୍ବାନମୂଳକ କ୍ଷେତ୍ରରେ ଗବେଷଣା କରି ସଫଳତା ହାସଲ କରିବା ସହ ବଡଧରଣର ପରିବର୍ତ୍ତନ ଆଣିପାରିବେ । ସେଥ୍ ମଧ୍ୟରୁ ସୁପ୍ରା' ବା ସାଇଣ୍ଟିଫିକ ଆଣ୍ଡ ୟୁଜଫୁଲ ପ୍ରୋଫାଉଣ୍ଡ ରିସର୍ଚ ଆଣ୍ଡ ଆଡ଼ଭାନ୍ସିମେଣ୍ଟ ଏବଂ ଇନଟେନସିଫିକେସନ ଅଫ ହାଇ ପ୍ରାୟରିଟି ଏରିଆଜ (IRHPA) ଅନ୍ୟତମ । ଏହି ଦୁଇ କାର୍ଯ୍ୟକ୍ରମ ମାଧ୍ୟମରେ ଆମେ କୋଭିଡ-19 ଭଳି ଅତି ଅଗ୍ରାକାର ସମସ୍ୟାର ସମାଧାନ ପାଇଁ ବିଶେଷ ଗୁରୁତ୍ବ ଦେଇ କାର୍ଯ୍ୟ କରୁଛୁ । ଏହି ମୁକାବିଲା ଏହାର ପ୍ରମୁଖ ଲକ୍ଷ୍ୟ । ପ୍ରଫେସର ଶର୍ମା କହିଛନ୍ତି ଯେ, କୋଭିଡ-19 ବ୍ୟାଧୂର ବହୁମୁଖୀ ସମସ୍ୟା ରହିଛି ।

ସେସବୁର ସମାଧାନ ବାହାର କରିବା ପାଇଁ ଡିଏସଟିର ସ୍ବୟଂଶାସିତ ଅନୁଷ୍ଠାନ ଗୁଡିକ ଏକ ମାସ ମଧ୍ୟରେ ବିଭିନ୍ନ ସଫଳତା ହାସଲ କରିଛନ୍ତି । ଏ କ୍ଷେତ୍ରରେ କେତେକ ଘରୋଇ କମ୍ପାନୀ ଓ ଷ୍ଟାଫଙ୍କ ସହ ମଧ୍ୟ ଅଂଶୀଦାର ଭିଭିରେ କାର୍ଯ୍ୟ କରାଯାଇଛି । ବିଜ୍ଞାନକୁ ଅଧୁକ ବ୍ୟବହାର ଉପଯୋଗୀ ଓ ସଂକଟମୋଚନକାରୀ ରୂପ ଦେବାକୁ ଡିଏସଟି କାର୍ଯ୍ୟ କରୁଛି । ଏହି ପ୍ରୟାସ ବିଜ୍ଞାନର ସ୍ଵରୂପ ଓ ଆଭିମୁଖ୍ୟକୁ ବଦଳାଇବାରେ ସଫଳ ହୋଇଛି । ସେ କହିଛନ୍ତି ଯେ, 1971 ମେ 3ରେ ପ୍ରତିଷ୍ଠା ହୋଇଥିବା ଏହି ବିଭାଗ ଆମେରିକାର ନେଶନାଲ ସାଇନ୍ସ ଫାଉଣ୍ଡେସନ ଢ଼ାଞ୍ଚାରେ ନିର୍ମିତ । ଡିଏସଟି ନୀତି ନିର୍ଦ୍ଧାରଣ କରିବା ସହ ଏ ଗୁଡିକର କାର୍ଯ୍ୟକାରିତା ପାଇଁ ପାଣ୍ଠି ଯୋଗାଉଛି ଓ ଅନ୍ୟାନ୍ୟ ଦେଶ ସହ ମିଶି ବୈଜ୍ଞାନିକ ଗବେଷଣା ଓ କାର୍ଯ୍ୟକ୍ରମର ସମନ୍ବୟ କରୁଛି । ଏହା ଏକ ପ୍ରକାଣ୍ଡ ପରିବ୍ୟାପ୍ତ ମଞ୍ଚ (ପ୍ଲାଟଫର୍ମ) । ଭାରତ ସହ ବିଦେଶର ବହୁ ବୈଜ୍ଞାନିକ, ବିଜ୍ଞାନଭିରିକ ପ୍ରତିଷ୍ଠାନ ଓ ଗବେଷଣାର ଏହା ସହିତ ସମ୍ପୃକ୍ତ । ଏହା ସହିତ ବହୁ ଗବେଷକ, ଛାତ୍ରଛାତ୍ରୀ, ଶିକ୍ଷକ, ସ୍କୁଲ, କଲେଜ, ଗବେଷଣାଗାର, ଷ୍ଟାର୍ଟଅପ ଓ ଏନଜିଓ ଜଡିତ । 

ଗତ ପାଞ୍ଚ ବର୍ଷ ମଧ୍ୟରେ ଡିଏସଟିର ବିଭିନ୍ନ ପ୍ରୟାସ ସମ୍ପର୍କରେ ପ୍ରଫେସର ସୂଚନାଦେବା ସହ ଏହାର ବଜେଟ 100 ଶତଃଶ ବଢ଼ିଥିବା କହିଛନ୍ତି । ଏହା ଫଳରେ ବିଭିନ୍ନ କ୍ଷେତ୍ରର । ନୂଆ କାର୍ଯ୍ୟକ୍ରମମାନ ହାତକୁ ନିଆଯାଇଛି । କାର୍ଯ୍ୟକ୍ରମ ସମ୍ପର୍କରେ ସେ କହିଛନ୍ତି ଯେ । ଏହାହାରା ଗତ ପାଞ୍ଚ ବର୍ଷ ମଧ୍ୟରେ ଦେଶରେ ଇନକ୍ୟୁବେଟର ଓ ଷ୍ଟାର୍ଟଅପ ସଂଖ୍ୟା ହିଗୁଣିତ ହୋଇପାରିଛି । ‘ମାନଙ୍କ କାର୍ଯ୍ୟକ୍ରମ ମାଧ୍ୟମରେ ପ୍ରତିବର୍ଷ 10 ଲକ୍ଷ ସ୍କୁଲ ପିଲାଙ୍କ ମଧ୍ୟରେ ନବସୃଜନ ସୃଷ୍ଟି କରାଯାଉଛି । ସେମାନଙ୍କ ବିଚାର/ପରିକଳ୍ପନାକୁ । ମଡେଲର ରୂପ ଦିଆଯାଉଛି । ନବସୃଜନକୁ ପ୍ରୋତ୍ସାହିତ କରି ପିଲାମାନଙ୍କୁ ବିଜ୍ଞାନ ପ୍ରତି ଅଧୁକ ଆକୃଷ୍ଟ କରି ବୈଜ୍ଞାନିକ ଭାବେ ଗଢ଼ି ତୋଳିବା ଏହି କାର୍ଯ୍ୟକ୍ରମର ଲକ୍ଷ୍ୟ ବୋଲି ସେ କହିଛନ୍ତି ।

Tags

Post a Comment

[blogger][disqus][facebook][spotim]
Powered by Blogger.
Javascript DisablePlease Enable Javascript To See All Widget