loading...

ପେନସନଭୋଗୀଙ୍କୁ 764 କୋଟି ଟଙ୍କା ପ୍ରଦାନ କଲା ଇପିଏଫଓ ।

ପେନସନଭୋଗୀଙ୍କୁ 764 କୋଟି ଟଙ୍କା ପ୍ରଦାନ କଲା ଇପିଏଫଓ ।

ପେନସନଭୋଗୀଙ୍କୁ 764 କୋଟି ଟଙ୍କା ପ୍ରଦାନ କଲା ଇପିଏଫଓ ।

ନୁଆଦିଲ୍ଲୀ : ଦେଶରେ ଇପିଏଫଓ ଅଧୀନରେ ମୋଟ 65 ଲକ୍ଷ ପେନସନଭୋଗୀ ରହିଛନ୍ତି । କୋଭିଡ଼19 ଲକଡାଉନ କାଳରେ ପେନସନଭୋଗୀଙ୍କୁ ଯେପରି କୌଣସି ଅସୁବିଧା ନହୁଏ ସେଥିଲାଗି ଏପ୍ରିଲ ମାସରେ ଇପିଏଫଓର ସମସ୍ତ 135ଟି କ୍ଷେତ୍ରୀୟ କାର୍ଯ୍ୟାଳୟ ଅଗ୍ରୀମ ପେନସନ ପ୍ରଦାନ କରିଛି । ଇପିଏଫଓର ଅଧୁକାରୀ ଓ କର୍ମଚାରୀମାନେ ଅକ୍ଲାନ୍ତ ପରିଶ୍ରମ କରି ପେନସନ ପ୍ରଦାନ କରୁଥିବା ଦେଶର ସମସ୍ତ ନୋଡାଲ ବ୍ୟାଙ୍କ ଜରିଆରେ 764 କୋଟି ଟଙ୍କା ପ୍ରଦାନ କରିଛନ୍ତି । ପେନସନଭୋଗୀଙ୍କ bank ଖାତାକୁ ସଠିକ ସମୟରେ ପେନସନ ରାଶି ପ୍ରଦାନ କରିବା ପାଇଁ ବ୍ୟାଙ୍କମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । କୋଭିଡ-19 ମହାମାରୀ ସମୟରେ ପେନସନଭୋଗୀଙ୍କ ସୁବିଧାକୁ ଅଗ୍ରାକାର ଦେଇ ଇପିଏଫଓ ତାହାର ନିରନ୍ତର ସେବା ଜାରି ରଖୁଛି ।

Post a Comment

[blogger][disqus][facebook][spotim]
Powered by Blogger.
Javascript DisablePlease Enable Javascript To See All Widget