ଭୁବନେଶ୍ୱର : କରୋନା ଭୂତାଣୁ ସଂକ୍ରମଣ (କୋ ଭିଡ୍ -୧୯)ର ମୁକାବିଲା ନିମନ୍ତେ ଓଡ଼ିଶା ମସ୍ଥ୍ୟ ସେବା ସଂଘ ତରଫରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ୩ ଲକ୍ଷ ଟଙ୍କାର ଏକ ଚେକ୍ ପ୍ରଦାନ କରାଯାଇଛି । ଆଜି କୃଷି ଭବନଠାରେ ଏହି ଅର୍ଥରାଶିକୁ କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ, ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁଙ୍କ ଜରିଆରେ ସଂଘ ତରଫରୁ କୋଭିଡ୍ –୧୯ ପରିଚାଳନା ନିମନ୍ତେ ପ୍ରଦାନ କରାଯାଇଛି । ଏହି ଅବସରରେ ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ବିଭାଗ ଶାସନ ସଚିବ ଶ୍ରୀ ଆର୍, ରଘୁପ୍ରସାଦ ଓ ମତ୍ସ୍ୟ ନିର୍ଦ୍ଦେଶକ ଇଂ ସ୍ମତିରଞ୍ଜନ ପ୍ରଧାନ ଉପସ୍ଥିତ ଥିଲେ । ସଂଘ ପକ୍ଷରୁ ସଭାପତି ଶ୍ରୀ ପ୍ରତାପ ଚନ୍ଦ୍ର ରାଉତ ଓ ସାଧାରଣ ସଂପାଦକ ଶ୍ରୀ ମଧୁମୟ ସାମଲ ମନ୍ତ୍ରୀ ଡ. ସାହୁଙ୍କୁ ଉକ୍ତ ଚେକ୍ ପ୍ରଦାନ କରିଥିଲେ ।
Post a Comment