loading...

ରାଜ୍ୟ ଭିତରେ ଥିବା ଶ୍ରମିକମାନଙ୍କ ପାଇଁ ସ୍ଵତନ୍ତ୍ର ଗାଇଡ୍ ଲାଇନ । ପ୍ରକାଶ କରନ୍ତୁ ରାଜ୍ୟ ସରକାର : ଶ୍ରୀ ପ୍ରଦୀପ୍ତ ନାଏକ

ରାଜ୍ୟ ଭିତରେ ଥିବା ଶ୍ରମିକମାନଙ୍କ ପାଇଁ ସ୍ଵତନ୍ତ୍ର ଗାଇଡ୍ ଲାଇନ ପ୍ରକାଶ କରନ୍ତୁ ରାଜ୍ୟ ସରକାର : ଶ୍ରୀ ପ୍ରଦୀପ୍ତ ନାଏକ ।

ରାଜ୍ୟ ଭିତରେ ଥିବା ଶ୍ରମିକମାନଙ୍କ ପାଇଁ ସ୍ଵତନ୍ତ୍ର ଗାଇଡ୍ ଲାଇନ । ପ୍ରକାଶ କରନ୍ତୁ ରାଜ୍ୟ ସରକାର : ଶ୍ରୀ ପ୍ରଦୀପ୍ତ ନାଏକ
google
ଭୁବନେଶ୍ୱର : ରାଜ୍ୟରେ ଖୋଲାଯାଇଥିବା Quarantine କେନ୍ଦ୍ରଗୁଡିକରେ ଯାତାୟତ ପାଇଁ ଯାନବାହନ ଓ ଗମନାଗମନର ସୁବିଧା ରହିବା ନିହାତି ଆବଶ୍ୟକ । ବିଶେଷ ଭାବେ ବାହାର ଅଂଚଳରୁ ଗ୍ରାମାଂଚଳକୁ ଆସୁଥିବା ଲୋକମାନଙ୍କ ପାଇଁ ସେଠାକାର ସ୍କୁଲ ଓ କଲେଜମାନଙ୍କଠାରେ Quarantine କେନ୍ଦ୍ରମାନ ଖୋଲାଯାଇଛି । ମାତ୍ର ଭିତିଭୂମିର ଅଭାବ ସହିତ ପରିଚାଳନାଗତ ତୃଟି କାରଣରୁ ଅନ୍ତେବାସୀମାନେ Quarantine କେନ୍ଦ୍ରରେ ନରହି ସେଠାରୁ ପଳାଇ ଆସି ନିଜ ନିଜ ଘରେ ରହିବା କାରଣରୁ ସମାଜରେ ଗୋଷ୍ଠୀ ସଂକ୍ରମଣର ଭୟ ରହୁଛି ବୋଲି ବିରୋଧୀ ଦଳ ନେତା ଶ୍ରୀ ପ୍ରଦୀପ୍ତ ନାଏକ ମୁଖ୍ୟମନ୍ତ୍ରୀଙ୍କୁ ପତ୍ର ଲେଖୁ ଜଣାଇଛନ୍ତି ।

ଶ୍ରୀ ନାଏକ ପତ୍ରରେ ଉଲ୍ଲେଖ କରି କହିଛନ୍ତି ଯେ, ସଂପ୍ରତି ମହାରାଷ୍ଟ୍ରର ପୁନେଠାରୁ ୪ ଜଣ ବ୍ୟକ୍ତି ସାଇକଲ ଯୋଗେ କଳାହାଣ୍ଡି ଜିଲ୍ଲା ଜୁନାଗଡର ସୁନ୍ଦରଗୁଡା ଗ୍ରାମରେ ପହଂଚିଥିଲେ । ସେମାନେ ନିଜ ନାମ ଫଜୀକରଣ କରିନଥିବା କାରଣରୁ Quarantine କେନ୍ଦ୍ରରେ ରହିଥିଲେ ଏବଂ ପରବର୍ତ୍ତୀ ସମୟରେ ସ୍ଥାନୀୟ ଗ୍ରାମବାସୀଙ୍କ ହସ୍ତକ୍ଷେପ କାରଣରୁ ସେମାନେ Quarantine କେନ୍ଦ୍ରରେ ରହିଲେ । ଏପରିକି କିଛି ଅନ୍ତେବାସୀ ଦିନବେଳା Quarantine କେନ୍ଦ୍ରରେ ରହୁଥିବା ସମୟରେ ରାତି ସମୟରେ ନିଜ ନିଜ ଘରକୁ ପଳେଇ ଆସି ଶୋଉଛନ୍ତି । ଏହାକୁ ରୋକିବା ପାଇଁ Quarantine କେନ୍ଦ୍ରଗୁଡିକରେ ପୋଲିସ ମୃତୟନ କରାଯିବାକୁ ଶ୍ରୀ ନାୟକ କହିଛନ୍ତି ।

ଏଥ ସହ Quarantine କେନ୍ଦ୍ରଗୁଡିକରେ ଅନ୍ତେବାସିଙ୍କ ସୁବିଧା ପାଇଁ ଆବଶ୍ୟକୀୟ ସଂଖ୍ୟାରେ ଶୌଚାଳୟ, ପାନୀୟ ଜଳ ସମେତ ସ୍ବାସ୍ଥ୍ୟସେବା ଯୋଗାଇ ଦେବାର ନିହାତି ଆବଶ୍ୟକ ରହିଛି ବୋଲି ଦର୍ଶାଇଥିବା ସହ ଯଥାଶୀଘ୍ର ଏ ସଂପର୍କରେ ବିହୀତ ପଦକ୍ଷେପ ଗ୍ରହଣ କରିବାକୁ ଶ୍ରୀ ନାଏକ ମୁଖ୍ୟମନ୍ତ୍ରୀଙ୍କ ପାଖରେ ଦାବୀ କରିଛନ୍ତି । ସେହିପରି ରାଜ୍ୟ ବାହାରେ ଥିବା ଶ୍ରମିକ ଓ ଛାତ୍ରଛାତ୍ରୀଙ୍କ ନିଜ ନିଜ ଘରକୁ ପ୍ରତ୍ୟାବର୍ତ୍ତନ ପାଇଁ ରାଜ୍ୟ ସରକାର ଗାଇଡ୍‌ଲାଇନ୍ ଜାରୀ କରିଛନ୍ତି । ମାତ୍ର ରାଜ୍ୟ ଭିତରେ ବିଭିନ୍ନ ଜିଲ୍ଲାରେ କାର୍ଯ୍ୟରତ ଶ୍ରମିକମାନଙ୍କ ନିଜ ନିଜ ଘରକୁ ପ୍ରତ୍ୟାବର୍ତ୍ତନ କରୁଛନ୍ତି । ଏହି ଶ୍ରମିକମାନଙ୍କ ନାମ ପଂଜୀକରଣ ହେଉନଥୁବା କାରଣରୁ କରୋନା ଭୂତାଣୁ ସଂକ୍ରମଣର ଭୟାଭୟତା ରହିଛି । 

ସ୍ଥାନୀୟ ବିଡିଓମାନେ ଏଥି ପାଇଁ ଇଚ୍ଛାପ୍ରକାଶ କରୁନଥିବା କାରଣରୁ ସେମାନଙ୍କୁ Quarantine କେନ୍ଦ୍ରରେ ରଖୁବାରେ ଅସୁବିଧା ହେଉଛି । ଆନ୍ତ ଜିଲ୍ଲା ଶ୍ରମିକମାନଙ୍କ ଯାତାୟତ ଓ ଗମନାଗମନର ସୁବିଧା ସହ ସ୍ୱତନ୍ତ୍ର ଗାଇଡ୍‌ଲାଇନ୍ ଜାରୀ କରି ସେମାନଙ୍କୁ ମଧ୍ୟ Quarantine କେନ୍ଦ୍ରରେ ରଖିବାର ସୁବ୍ୟବସ୍ଥା କରିବାକୁ ଶ୍ରୀ ନାଏକ ମୁଖ୍ୟମନ୍ତ୍ରୀଙ୍କୁ ପତ୍ର ଲେଖି ଦାବୀ ଜଣାଇଛନ୍ତି ।

Tags

Post a Comment

[blogger][disqus][facebook][spotim]
Powered by Blogger.
Javascript DisablePlease Enable Javascript To See All Widget