ଭୁବନେଶ୍ୱର : ବୈଶ୍ବିକ ମହାମାରୀ କରୋନାଜନିତ ଲଜ୍ଜାଜନ୍ କାରଣରୁ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିଛି । ଛାତ୍ରଛାତ୍ରୀମାନେ ଅନିଶ୍ଚିତତା ଭିତରେ ଘରେ ରହି ପାଠ ପଢୁଛନ୍ତି । ଶିକ୍ଷାନୁଷ୍ଠାନଗୁଡିକ ଖୋଲା ହେବା ନେଇ ଅନିଶ୍ଚିତତା ସୃଷ୍ଟି ହୋଇଛି । ଅନ୍ୟ ପଟେ ଲକ୍ ଡାଉନ୍ ପରିସ୍ଥିତିରେ ସମସ୍ତଙ୍କର ରୋଜଗାର ଏକପ୍ରକାରର ଠପ୍ ହୋଇଯାଇବେଳେ ଅଧୁକାଂଶ ଛାତ୍ରଛାତ୍ରୀଙ୍କ ଅଭିଭାବକମାନେ ଆର୍ଥୀକ ସମସ୍ୟା ଦେଇ ଗତି କରୁଛନ୍ତି ।
ଏହି ପରିପ୍ରେକ୍ଷୀରେ ଛାତ୍ରଛାତ୍ରୀ ତଥା ଅଭିଭାବକମାନଙ୍କ ବୃହତ ସ୍ବାର୍ଥକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ସ୍କୁଲ ଫି ସଂପୂର୍ଣ୍ଣ ଛାଡ କରିବା ପାଇଁ ଘରୋଇ ଶିକ୍ଷାନୁଷ୍ଠାନଗୁଡିକୁ ଲିଖ୍ୟାତ ନିର୍ଦ୍ଦେଶ ଦେବାକୁ ବିରୋଧୀ ଦଳ ନେତା ଶ୍ରୀ ପ୍ରଦୀପ୍ତ ନାଏକ ଦାବୀ କରିଛନ୍ତି । ଶ୍ରୀ ନାଏକ କହିଛନ୍ତି ଯେ, ୩ ମାସ ପର୍ଯ୍ୟନ୍ତ ସ୍କୁଲ ଫି ଆଦାୟ ସ୍ଥଗିତ ରଖିବାକୁ କିମ୍ବା। ଛାଡ କରିବାକୁ ସମସ୍ତ ଶିକ୍ଷାନୁଷ୍ଠାନକୁ ମୁଖ୍ୟମନ୍ତ୍ରୀ ଝିଟ୍ କରି ପରାମର୍ଶ ଦେଇଥିଲେ ।
ମାତ୍ର କେତେକ ଘରୋଇ ସ୍କୁଲ କର୍ତ୍ତୃପକ୍ଷ ବିଭିନ୍ନ ଆଳ ଦର୍ଶାଇ ସ୍କୁଲ ଫି ଛାଡ କରିବାକୁ ଇଚ୍ଛା ପ୍ରକାଶ କରିବା ସହ ବିଳମ୍ବରେ ଆଦାୟ କରିବାର ନିଷ୍ପତି ଘରୋଇ ସ୍କୁଲ ମହାସଂଘ ନିଷ୍ପତି ନେଇଛନ୍ତି । ଏଭଳି ନିଷ୍ପତି ଦ୍ବାରା ଆର୍ଥିକ ସଂକଟ ସମୟ ଦେଇ ଗତି କରୁଥିବା ଅଭିଭାବକମାନଙ୍କ ଉପରେ ଆର୍ଥିକ ବୋଝ ବଢ଼ିଯିବ । ତେଣୁ ଆଗାମୀ ଶିକ୍ଷାବର୍ଷ ପାଇଁ ସ୍କୁଲ ଫି ବର୍ଦ୍ଧିତ ନକରିବା ସହ ଆସନ୍ତା ୩ ମାସ ପାଇଁ ସଂପୂର୍ଣ୍ଣ ସ୍କୁଲ ଫି ଛାଡ କରିବାକୁ ମୁଖ୍ୟମନ୍ତ୍ରୀଙ୍କୁ ଶ୍ରୀ ନା ଏକ ଦାବୀ ଜଣାଇଛନ୍ତି ।
Post a Comment