loading...

ଆକାଶମାର୍ଗରୁ କିମସ୍ ରେ ପୁଷ୍ପବୃଷ୍ଟି କଲା ବାୟୁସେନା ।

ଆକାଶମାର୍ଗରୁ କିମସ୍ ରେ ପୁଷ୍ପବୃଷ୍ଟି କଲା ବାୟୁସେନା ।

ଆକାଶମାର୍ଗରୁ କିମସ୍ ରେ ପୁଷ୍ପବୃଷ୍ଟି କଲା ବାୟୁସେନା ।

ଭୁବନେଶ୍ୱର: କରୋନା ସଂକ୍ରମିତଙ୍କୁ ଚିକିତ୍ସା ଜାରି ରଖିଥିବା କରୋନା ଯୋଦ୍ଧାଙ୍କୁ ସମ୍ମାନ ଜଣାଇବାକୁ ଭାରତର ବିଭିନ୍ନ କୋଭିଡ୍ ହସ୍‌ପିଟାଲ୍‌ଗୁଡ଼ିକରେ ରବିବାର ବାୟୁସେନା ପକ୍ଷରୁ ଆକାଶମାର୍ଗରୁ ପୁଷ୍ପବୃଷ୍ଟି କରାଯାଇଛି । କରୋନା ଭୂତାଣୁ ସଂକ୍ରମିତଙ୍କୁ ଚିକିତ୍ସା କରି ଏହାର ମୁକାବିଲା କରିବା ଲାଗି ନିଜକୁ ଉତ୍ସର୍ଗ କରିଥିବା କୋଭିଡ୍ ଯୋଦ୍ଧାମାନଙ୍କୁ ଉତ୍ସାହିତ କରିବା ଲାଗି ଆଜି କିମ୍ସ୍ କୋଭିଡ୍ ହସ୍‌ପିଟାଲ୍‌ରେ ମଧ୍ୟ ବାୟୁସେନା ପକ୍ଷରୁ ହେଲିକପ୍ଟରରୁ ପୁଷ୍ପବୃଷ୍ଟି କରାଯାଇଛି । 

ଏଥ ପାଇଁ କିମ୍ବସ କର୍ତ୍ତୃପକ୍ଷ ବିଶେଷ ଆନନ୍ଦ ପ୍ରକାଶ କରିଛନ୍ତି । ପୁଷ୍ପବୃଷ୍ଟି କରି କିମ୍ବସ କୋଭିଡ୍ ହସ୍‌ପିଟାଲ୍‌ରେ କାର୍ଯ୍ୟରତ କୋଭିଡ୍ ଯୋଦ୍ଧାଙ୍କ ମନୋବଳ ବୃଦ୍ଧି କରିଥିବାରୁ ଆମେ ଭାରତ ସରକାରଙ୍କୁ କିମ୍ସ୍ ଧନ୍ୟବାଦ ଜଣାଉଛୁ । ଏହା ଦ୍ଵାରା କିସର ସମସ୍ତ ଡାକ୍ତର, ନର୍ସ, ପାରାମେଡିକାଲ୍ ଷ୍ଟାଫ ଓ ଅନ୍ୟ ସମସ୍ତ କୋଭିଡ୍ ଯୋଦ୍ଧାଙ୍କ ମନୋବଳ ବୃଦ୍ଧି ହେବ ଓ ସେମାନେ ଉତ୍ସାହିତ ହୋଇ କରୋନା ମୁକାବିଲା ପାଇଁ ଆଗେଇ ଆସିବେ ବୋଲି କିଟ୍, କିମ୍ସ୍ ଓ କିମ୍ସ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ପ୍ରକାଶ କରିଛନ୍ତି । ଏହା ସହ କିମ୍ସ୍ ରେ ମଧ୍ୟ ଏହି କାର୍ଯ୍ୟକ୍ରମ ହେଉଥିବାରୁ ଶ୍ରୀ ସାମନ୍ତ ଭାରତ ସରକାରଙ୍କୁ ନିଜର କୃତଜ୍ଞତା ଜଣାଇଛନ୍ତି । 

ଶ୍ରୀ ସାମନ୍ତ କହିଛନ୍ତି କୋଭିଡ୍ ହସ୍‌ପିଟାଲ୍ କରିବା ପାଇଁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୁଯୋଗ ଦେଇଥିବାରୁ ଆଜି ଏହା ସମ୍ଭବ ହୋଇପାରିଛି । ଶ୍ରୀ ସାମନ୍ତ ଡାକ୍ତରଙ୍କ ସମେତ ସମସ୍ତ କୋଭିଡ୍ ଯୋଦ୍ଧାଙ୍କ ମନୋବଳ ବୃଦ୍ଧି କରିଥିବାରୁ ଆମେ କରୋନା ଯୁଦ୍ଧ ପାଇଁ ଆଗେଇ ଆସିଛୁ ବୋଲି ଡାକ୍ତରମାନେ ମତ ଦେଇଛନ୍ତି । କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ କିମ୍ସ୍ ର ସିଇଓ ଡା. ବିଷ୍ଣୁ ପ୍ରସାଦ ପାଣିଗ୍ରାହୀ, କିଟ୍ ବିଶ୍ବବିଦ୍ୟାଳୟର ଉପକୁଳାଧିପତି ଡା. ସୁବ୍ରତ ଆଚାର୍ଯ୍ୟ, କିମ୍ସ୍ ର ଅଧ୍ୟକ୍ଷ ଡା. ପି. କେ. ପଟ୍ଟନାୟକ ଓ ସୁପରିଟେଣ୍ଡେଣ୍ଟ ଡା. ଅମ୍ବିକା ପ୍ରସାଦ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ ।

Tags

Post a Comment

[blogger][disqus][facebook][spotim]
Powered by Blogger.
Javascript DisablePlease Enable Javascript To See All Widget