ଭୁବନେଶ୍ବର : କୋଭିଡ଼-୧୯ ମହାମାରୀ ବିରୁଦ୍ଧରେ ଲଢ଼େଇ କରିବା ନିମନ୍ତେ ଓଡ଼ିଶାର ଏନଟିପିସି ୟୁନିଟ ଗୁଡିକ ସରକାରଙ୍କୁ ସାହାଯ୍ୟ କରିବା ନିମନ୍ତେ ଆଗେଇ ଆସିଅଛି । ଓଡ଼ିଶା ସରକାର ପ୍ରତ୍ୟେକଙ୍କ ନିମନ୍ତେ ଘରୁ ବାହାରକୁ ଗଲେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରିଛନ୍ତି । ଏଥି ନିମନ୍ତେ, ଏନଟିପିସି ଦାଲିପାଲ୍ଲୀ , ସୁନ୍ଦରଗଡ଼ ଏବଂ ଝାରସୁଗୁଡା ଜିଲ୍ଲା ପ୍ରଶାସନକୁ ବିପୁଳ ପରିମାଣର ମୁହଁ ନାକ ମାସ୍କ ଯୋଗାଣ ମାଧ୍ୟମରେ ଜନଗଣଙ୍କୁ ସାହାଯ୍ୟ କରିବାକୁ ଆଗେଇ ଆସିଅଛି ।
ଯଥାକ୍ରମେ ସୁନ୍ଦରଗଡ ଏବଂ ଝାରସୁଗୁଡା ଜିଲ୍ଲାରେ ବଣ୍ଟନ ନିମନ୍ତେ, ୫୦ ହଜାର ନାକ ମାସ୍କକୁ , ଶ୍ରୀ ନିଖିଲ ପବନ କଲ୍ୟାଣ, ଆଇଏଏସ୍, କଲେକ୍ଟର ଏବଂ ଡିଏମ୍, ସୁନ୍ଦରଗଡ଼ଙ୍କୁ , ଶ୍ରୀଯୁକ୍ତ କେ.ଏସ୍ ସୁନ୍ଦରମ୍, ଜି.ଏମ୍ଓ ଆଣ୍ଡ ଏମ୍) ଏବଂ ଶ୍ରୀ ଵଲସନ୍ ଆବ୍ରାହାମ୍, ଏଜି.ଏମ୍ (ଏଚ.ଆର) ଏନଟିପିସି, ଦାର୍ଲିପାଲ୍ଲୀ ଦ୍ବାରା ପ୍ରଦାନ କରାଯାଇଥିବା ବେଳେ ଅନ୍ୟ ୫୦ ହଜାର ନାକ ମାସ୍କକୁ ଶ୍ରୀ ସରୋଜ କୁମାର ସାମଲ, କଲେକ୍ଟର ଏବଂ ଡି.ଏମ୍ ଝାରସୁଗୁଡା ଏବଂ ଶ୍ରୀମତୀ ଆଲୋମଣୀ ସେଠୀ, ଡେପୁଟି କଲେକ୍ଟର ଝାରସୁଗୁଡାଙ୍କୁ, ଶ୍ରୀ କାମେଶ୍ଵର ଝା, ଜିଏମ୍ ପ୍ରୋଜେକ୍ଟ) ଏବଂ ଶ୍ରୀ ୱେଲସନ୍ ଆବ୍ରାହମ, ଏଜିଏମ୍ (ଏଚଆର), ଏନଟିପିସି ଦାଲିପାଲ୍ଲୀଙ୍କ ଦ୍ବାରା ପ୍ରଦାନ କରାଯାଇଅଛି । ଅନୁଗୋଳ ଜିଲ୍ଲାରେ ଅବସ୍ଥିତ ଏନଟିପିସି ୟୁନିଟ ଅର୍ଥାତ କଣିହାଁ ଏବଂ ତାଳଚେର ଥର୍ମାଲ ମଧ୍ୟ ସ୍ଥାନୀୟ ପ୍ରଶାସନକୁ ସମାନ ସହାୟତା ପ୍ରଦନା କରୁଅଛି । ବର୍ତ୍ତମାନ ସୁଦ୍ଧା ଓଡ଼ିଶାରେ ଏନଟିପିସି ୟୁନିଟ ଗୁଡିକ ଦ୍ବାରା ୧.୩୪ ଲକ୍ଷ ମାଷ୍ଟ । ବଣ୍ଟନ କରାଯାଇଅଛି । ଏହି ମାସ୍କ ସ୍ଥାନୀୟ ଭାବରେ ସେଲଫ ସଷ୍ଟେଫି ଗୁପ୍ତ( SSG) ଦ୍ବାରା ୧୭ଟଙ୍କା ବ୍ୟୟରେ ପ୍ରସ୍ତୁତ କରାଯାଇଥାଏ । ଯାହା ଏହି ଅସୁବିଧାଜନକ ପରିସ୍ଥିତିରେ ସ୍ଥାନୀୟ SSG ଦ୍ଵାରା ନିୟୋଜିତ ଲୋକମାନଙ୍କ ନିମେନ୍ତ ଜୀବିକା ନିର୍ବାହର ଏକ ମାଧ୍ୟମ ରୂପେ ବିବେଚିତ ।
ସମସ୍ତ ଏନଟିପିସି ୟୁନିଟ ଗୁଡିକ ଲକ୍ ଡାଉନ ସମୟରେ ସମସ୍ତ ଠିକା ଶ୍ରମିକଙ୍କୁ ( ପ୍ରାୟ ୪୦୦ ଜଣ)ଙ୍କୁ ପୂର୍ଣ୍ଣ ଦରମା ପ୍ରଦାନ କରିଅଛି । ଠିକା ଶ୍ରମିକମାନଙ୍କ ସହିତ ଆଖପାଖ ଅଞ୍ଚଳର ଅସହାୟ ଲୋକଙ୍କୁ ମଧ୍ୟ ଏହି ସମୟରେ ଖାଦ୍ୟଶସ୍ୟ ବିତରଣ କରାଯାଇଅଛି । ଏହି ସବୁ ଲୋକମାନଙ୍କ ମଧ୍ୟରେ ଚାଉଳ (୫୬୦୦୦ କିଗ୍ରା), ଡାଲି ( ୧୨୦୦୦ କିଗ୍ରା), ଆଳୁ ( ୧୬୦୦୦ କିଗ୍ରା), ଲୁଣ (୮୫୦୦ କିଗ୍ରା) ଏବଂ ସାବୁନ (୭୨ ୪୦ ଖଣ୍ଡ) ବିତରଣ କରିଅଛି । ଏହାଛଡ଼ା ଏନଟିପିସି ବ୍ଲଟିଂ ପାଉଡର ସଲୁସନ ସ୍ପ୍ରେ କରି ନିକଟବର୍ତ୍ତୀ ଗ୍ରାମ ଗୁଡିକୁ ଜୀବାଣୁମୁକ୍ତ କରିବାରେ ସାହାଯ୍ୟ କରୁଅଛି । ୬୦୦୦ କିଗ୍ରାରୁ ଅଧିକ ବ୍ଲ ପାଉଡର ସ୍ଥାନୀୟ ଅଞ୍ଚଳକୁ ପରିମଳ କରିବା ନିମନ୍ତେ ବଣ୍ଟନ କରାଯାଇଅଛି । ଏହା ପୂର୍ବରୁ ଏନଟିପିସି ସୁନ୍ଦରଗଡ ମେଡିକାଲ କଲେଜର ୩ଟି ମହାଲାକୁ ୨୦୦ ବେଡର କୋଭିଡ-୧୯ ହସପିଟାଲ କରିବା ନିମନ୍ତେ ଜିଲ୍ଲା ପ୍ରଶାସନକୁ ହସ୍ତାନ୍ତର କରିଥିଲା । ଯାହାକୁ ଗତ ଏପ୍ରିଲ ୨୦, ୨ ୦ ୨୦ ତାରିଖରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଉଦ୍ଘାଟନ କରିଥିଲେ । ଏହି ହସପିଟାଲକୁ ଅତ୍ୟାଧୁନିକ ହସପିଟାଲଭାବେ ଗଢିବା ନିମନ୍ତେ ଏନଟିପିସି ୪୫୦ କୋଟି ଟଙ୍କା ବ୍ୟୟ କରିବ । ଏନଟିପିସିର ୧.୦୫ କୋଟି ଟଙ୍କାର ଆର୍ଥିକ ସହାୟତାରେ ଭଦ୍ରକଠାରେ କୋଭିଡ - ୧୯ ହସପିଟାଲ କାର୍ଯ୍ୟ କରୁଅଛି । କୋଭିଡ-୧୯ ମହାମାରୀ ବିରୁଦ୍ଧରେ ଲଢେଇରେ ଏନଟିପିସିର ପ୍ରୟାସ ଏବଂ ତୁରନ୍ତ ପଦକ୍ଷେପକୁ ଜିଲ୍ଲା ତଥା ରାଜ୍ୟ ପ୍ରଶାସନ ଭୁୟସୀ ପ୍ରଶଂସା କରିଅଛି ।
Post a Comment