ନୂଆଦିଲ୍ଲୀ/ ଭୁବନେଶ୍ୱର : ବିଦେଶରୁ ଭାରତୀୟଙ୍କୁ ସ୍ବଦେଶ ଫେରାଇ ଆଣିବା ପାଇଁ ଭାରତ ସରକାର ନିଷ୍ପତି ନେଇଛନ୍ତି । ଏହି ନିଷ୍ପତି କ୍ରମେ ଅନ୍ୟ ଦେଶରେ ରହୁଥିବା ଓଡିଆ ଭାଇ ଭଉଣୀଙ୍କୁ ସିଧା ଭୁବନେଶ୍ବର ଆଣିବାକୁ ସାମାଜିକ ଗଣମାଧ୍ୟମରେ ବୈଦେଶିକ ମନ୍ତ୍ରୀ ଡା. ଏସ୍. ଜୟ ଶଙ୍କରଙ୍କୁ ଅନୁରୋଧ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏ ନେଇ ଶ୍ରୀ ପ୍ରଧାନ ଟୁଇଟ୍ କରି କହିଛନ୍ତି ଯେ ବିଦେଶରୁ ଭାରତୀୟଙ୍କୁ ସ୍ବଦେଶ ଫେରାଇ ଆଣିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଏବଂ ବୈଦେଶିକ ମନ୍ତ୍ରୀ ଡା. ଏସ୍, ଜୟଶଙ୍କରଙ୍କୁ ଧନ୍ୟବାଦ ।
ଭାରତ ସରକାରଙ୍କ ଏହି ନିଷ୍ପତି ସ୍ବାଗତଯୋଗ୍ୟ । ଗତକାଲି ସେ ଉପସାଗରୀୟ ଦେଶ ଗୁଡିକରେ ରହୁଥିବା ଓଡିଆ ସମୁଦାୟଙ୍କ ସହ କଥା ହୋଇଥିଲେ । ଏହି ଅବସରରେ ସେମାନଙ୍କ ଅନୁରୋଧ କ୍ରମେ ବିଦେଶରେ ରହୁଥିବା ଓଡ଼ିଆଙ୍କୁ ଫେରାଇ ଆଣାଯିବା । ପାଇଁ ସେ ବିଚାର କରିବେ ବୋଲି କହିଥିଲେ । ଅନୁରୂପ ଭାବେ ଉପରୋକ୍ତ ନିଷ୍ପତ୍ତି ଅନୁଯାୟୀ ଉପସାଗରୀୟ ଦେଶ ସହ ଅନ୍ୟ ଦେଶରେ ରହୁଥିବା ଓଡିଆ ଭାଇ ଭଉଣୀଙ୍କୁ ସିଧା ଓଡ଼ିଶା ଆଣିବାକୁ ଶ୍ରୀ ପ୍ରଧାନ ଅନୁରୋଧ କରିଛନ୍ତି ।
Post a Comment