loading...

ରାଜ୍ୟ ସୀମା ଚେକ୍ ପଏଣ୍ଟଗୁଡ଼ିକୁ ସମନ୍ବିତ ଭାବେ ପରିଚାଳନା କରିବାକୁ ମୁଖ୍ୟ ଶାସନ ସଚିବଙ୍କ ନିର୍ଦ୍ଦେଶ ସ୍ଵତନ୍ତ୍ର ରିଲିଫ କମିଶନର ଜାରି କଲେ ଏସ୍.ଓ.ପି ।

ରାଜ୍ୟ ସୀମା ଚେକ୍ ପଏଣ୍ଟଗୁଡ଼ିକୁ ସମନ୍ବିତ ଭାବେ ପରିଚାଳନା କରିବାକୁ ମୁଖ୍ୟ ଶାସନ ସଚିବଙ୍କ ନିର୍ଦ୍ଦେଶ ସ୍ଵତନ୍ତ୍ର ରିଲିଫ କମିଶନର ଜାରି କଲେ ଏସ୍.ଓ.ପି ।

ରାଜ୍ୟ ସୀମା ଚେକ୍ ପଏଣ୍ଟଗୁଡ଼ିକୁ ସମନ୍ବିତ ଭାବେ ପରିଚାଳନା କରିବାକୁ ମୁଖ୍ୟ ଶାସନ ସଚିବଙ୍କ ନିର୍ଦ୍ଦେଶ ସ୍ଵତନ୍ତ୍ର ରିଲିଫ କମିଶନର ଜାରି କଲେ ଏସ୍.ଓ.ପି ।
google

ଭୁବନେଶ୍ୱର : ଅନ୍ୟ ରାଜ୍ୟରେ ଅଟକି ରହିଥିବା ଓଡ଼ିଆ ଲୋକମାନେ ଓଡ଼ିଶାକୁ ଫେରିବା ନିମନ୍ତେ ରାଜ୍ୟ ସୀମାରେ କରାଯାଇଥିବା ସୀମା ଚେକ୍ ପଏଣ୍ଟଗୁଡ଼ିକୁ ସମନ୍ବିତ ଭାବେ ପରିଚାଳନା କରିବାକୁ ମୁଖ୍ୟ ଶାସନ ସଚିବ ଶ୍ରୀ ଅସିତ୍ ତ୍ରିପାଠୀ ପୋଲିସ୍, ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ଏବଂ ପରିବହନ ବିଭାଗର ଅଧୁକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । କ୍ଷେତ୍ରସ୍ତରରେ ଏହି ସମୟର ସଠିକ୍ ରୂପାୟନ ନିମନ୍ତେ ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥା ସ୍ଵତନ୍ତ୍ର ରିଲିଫ୍‌ କମିଶନର ଶ୍ରୀ ପ୍ରଦୀପ କୁମାର ଜେନା ନିର୍ଦ୍ଧାରିତ କାର୍ଯ୍ୟାନ୍ବୟନ ପଦ୍ଧତି (ଏସ୍ଓପି) ଜାରି କରିଛନ୍ତି । ଏହି ଏସ୍ଓପିକୁ ସମସ୍ତ ଜିଲ୍ଲାପାଳ, ଏସ୍, ପୌରାଞ୍ଚଳ କମିଶନର ଆଞ୍ଚଳିକ ପରିବହନ ଅଧୁକାରୀ ଓ ପରିବହନ କମିଶନରଙ୍କୁ ପଠାଯାଇଛି ।

ଏସ୍.ଓ.ପି ଅନୁସାରେ ‘ସୀମା ଚେକ୍ ପଏଣ୍ଟ’ ଗୁଡ଼ିକୁ ପୋଲିସ୍ ବିଭାଗ ପରିଚାଳନା କରିବେ । ଅତିକମ୍ରେ ଇନ୍ସପେକ୍ଟର ପାହ୍ୟାର ଅଧୁକାରୀ ସୀମା ଚେକ୍ ପଏଣ୍ଟର ଦାୟିତ୍ଵରେ ରହିବେ । ଚେକ୍ ପଏଣ୍ଟର ବିଭିନ୍ନ କାର୍ଯ୍ୟ ପାଇଁ ଆଞ୍ଚଳିକ ପରିବହନ ଅଧୁକାରୀ ମାନବସମ୍ବଳ ଓ ଆବଶ୍ୟକୀୟ ସରଞ୍ଜାମ ଯୋଗାଇଦେବେ । ପ୍ରତି ଚେକ୍ ପଏଣ୍ଟରେ ଏକ ସ୍ବାସ୍ଥ୍ୟ ସେବା ଟିମ୍ ସଂପୃକ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧୁକାରୀ ମୁତୟନ କରିବେ । ପୂର୍ବ ନିର୍ଦ୍ଧାରିତ ନିୟମ ଅନୁସାରେ ଚେକ୍ ପଏଣ୍ଟରେ ଓଡ଼ିଶାକୁ ଆସୁଥିବା ସମସ୍ତ ଗାଡ଼ି କିମ୍ବା ଓଡ଼ିଶା ମଧ୍ୟ ଦେଇ ଅତିକ୍ରମ କରୁଥିବା ଗାଡ଼ିଗୁଡ଼ିକର ଫଜୀକୃତ ତଥ୍ୟ ଭିତ୍ତ ଯାଞ୍ଚ କରାଯିବ । ଓଡ଼ିଶାକୁ ଫେରୁଥିବା ସମସ୍ତ ବ୍ୟକ୍ତିଙ୍କ ଡାହାଣ ହାତ କହୁଣି ତଳେ ଷ୍ଟାମ୍ପ ଲଗାଯିବ, ଯାହାକି ଦ୍ବାରାଣ୍ଟାଇନ୍ ଅବଧୂ ନିଦ୍ଧାରଣବେଳେ କାମରେ ଆସିବ ବୋଲି ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ଜେନା କହିଛନ୍ତି । 

ଚେକ୍ ପଏଣ୍ଟ ପାଖରେ ଆବଶ୍ୟକୀୟ ତଥ୍ୟ ଯାଞ୍ଚ ପରେ ଓଡ଼ିଶା ଭିତରେ ଗାଡ଼ିର ଗତିପଥ ଏବଂ ଗନ୍ତବ୍ୟ ସ୍ଥଳ ବାବଦରେ ଗାଡ଼ିରେ ଏକ ଷ୍ଟିକର ଲଗାଯିବ, ଯାହାକି ରାଜ୍ୟ ଭିତରେ ଗାଡ଼ିର ଯିବା ଓ ଆସିବା ପାଇଁ ପରମିଟ୍ ଭାବେ କାର୍ଯ୍ୟ କରିବା ବୋଲି ମୁଖ୍ୟ ଶାସନ ସଚିବ ଶ୍ରୀ ତ୍ରିପାଠୀ କହିଛନ୍ତି । ସୂଚନାଯୋଗ୍ୟ, ଓଡ଼ିଶା ଭିତରକୁ ପ୍ରବେଶ କରିବା ନିମନ୍ତେ ସୁନ୍ଦରଗଡ଼, କେନ୍ଦୁଝର, କୋରାପୁଟ, ଗଞ୍ଜାମ, ମୟୂରଭଞ୍ଜ, ଝାରସୁଗୁଡ଼ା, ରାୟଗଡ଼ା, ନୂଆପଡ଼ା, ବାଲେଶ୍ବର, ବରଗଡ଼, ମାଲକାନଗିରି ଆଦି ସୀମାବର୍ତ୍ତୀ ଜିଲ୍ଲାମାନଙ୍କରେ ୧୨ଟି ‘ସୀମା ଚେକ୍‌ ପଏଣ୍ଟ ନିର୍ଦ୍ଧାରଣ କରାଯାଇଛି ।

Tags

Post a Comment

[blogger][disqus][facebook][spotim]
Powered by Blogger.
Javascript DisablePlease Enable Javascript To See All Widget