ଭୁବନେଶ୍ବର : ଭାରତୀୟ ଶିକ୍ତ ମହାସଂଘ (ସିଆଇଆଇ) ଆନୁକୁଲ୍ୟରେ ରାଜ୍ୟ ତଥା ସମଗ୍ର ଦେଶର ବଛାବଛି ଶିଳ୍ପପତିଙ୍କୁ ନେଇ କୋଭିଜ୍-୧୯ ମହାମାରୀ ଯୋଗୁଁ ବାଧାପ୍ରାପ୍ତ ପର୍ଯ୍ୟଟନ କ୍ଷେତ୍ରକୁ ମୁଧାରିବା ଦିଗରେ ମତବିନିମୟ ପାଇଁ ଏକ ୱେବ୍ ଆୟୋଜିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପର୍ଯ୍ୟଟନ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଶ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ରାଜ୍ୟର ପର୍ଯ୍ୟଟନ କ୍ଷେତ୍ରକୁ କିପରି ପୁଣିଥରେ ସ୍ଵାଭାବିକ କରାଯିବ ସେ ନେଇ କେତେକ ଗଠନମୂଳକ ମତ ଉପସ୍ଥାପନ କରିଛନ୍ତି ।
ସେ ତାଙ୍କର ଆଲୋଚନାରେ ନିକଟ ଅତୀତରେ ଘୂର୍ଣ୍ଣିଝଡ଼ “ଫନୀ’ ଯୋଗୁଁ ଯେଉଁ କ୍ଷୟକ୍ଷତିର ସାମ୍ନା କରିବାକୁ ପଡ଼ିଥିଲା ପୁଣିଥରେ ଆମେ ଏକ ରେକର୍ଡ ସମୟରେ ଏହି କ୍ଷେତ୍ରକୁ ସ୍ଵାଭାବିକ କରିପାରିଲୁ ବୋଲି ସେ ପ୍ରକାଶ କରିଥିଲେ । ସବୁଠାରୁ ଗୁରୁତ୍ଵପୂର୍ଣ୍ଣ ବିଷୟରେ ରାଜ୍ୟ ସରକାର ଚଳିତ ଆର୍ଥିକ ବର୍ଷରେ ପର୍ଯ୍ୟଟନ ବଜେଟ୍ ପାଞ୍ଚ ଗୁଣ ବୃଦ୍ଧି କରିଛନ୍ତି । ତେଣୁ ନୂତନ ଅନ୍ତଃକରଣ ସୃଷ୍ଟି ସହ ଅଧ୍ୟକ ପର୍ଯ୍ୟଟକଙ୍କୁ ରାଜ୍ୟକୁ ଆସିବାକୁ ଆକୃଷ୍ଟ କରିବା ଦିଗରେ କାର୍ଯ୍ୟ କରିବାକୁ ବିଭିନ୍ନ କାର୍ଯ୍ୟକ୍ରମ କରାଯାଇଥିବା ସେ ପ୍ରକାଶ କରିଥିଲେ । ଯାତାୟତ ସୁଚାରୁ ହେଲା ପରେ ପରିବାର ପର୍ଯ୍ୟଟନକୁ ଅଧୁକ ଗୁରୁତ୍ୱ ପ୍ରଦାନ ସହ ସେମାନେ କିପରି ସଡ଼କ ପଥରେ ନିଜ ଯାନବାହନରେ ରାଜ୍ୟର ପର୍ଯ୍ୟଟନ ସ୍ଥଳୀଗୁଡ଼ିକୁ ଆସିପାରିବେ ତାହା ଉପରେ ଗୁରୁତ୍ବ ପ୍ରଦାନ କରାଯିବ ବୋଲି କହିଥିଲେ ।
ସଂପ୍ରତି ରାଜ୍ୟରେ କୋଭିତ୍-୧୯ର ମୁକାବିଲା ପାଇଁ ରାଜ୍ୟ ସରକାର ଯେଉଁ ପ୍ରତିବଦ୍ଧତା ପ୍ରଦର୍ଶନ କରି ରେକର୍ଡ ସମୟରେ ୩୯ଟି କୋଭିତ୍ ହଟାଲ୍ ପ୍ରସ୍ତୁତ କରିପାରିଛନ୍ତି । ଲୋକଙ୍କୁ ଏହି ମହାମାରୀରୁ ରକ୍ଷା କରିବା ପାଇଁ ସରକାର ଯତପରୋନାସ୍ତି ଉଦ୍ୟମ ଜାରି ରଖୁଛନ୍ତି । ତେଣୁ ପର୍ଯ୍ୟଟନ କ୍ଷେତ୍ରକୁ ମଧ୍ୟ ସରକାର ଅଧ୍ୟକ ଗୁରୁତ୍ବ ଦେଇ ଆସିଛନ୍ତି ବୋଲି ସେ ଆଲୋଚନାରେ ଉପସ୍ଥାପନ କରିଛନ୍ତି । ଏହି ୱେବ୍ ଆଲୋଚନା ଚକ୍ରରେ ଅନ୍ୟମାନଙ୍କ ମଧ୍ୟରେ ସିଏମ୍ଡ଼ି, ସ୍ଵସ୍ତି ଗୁପ୍ ଶ୍ରୀ ଜେ. କେ. ମହାନ୍ତି, ବିଆଇଟିବିର ସିଇଓ ଶ୍ରୀ ନବୀନ ବେରୀ, ଭାରତ ଘରୋଇ ଟୁର ଅପରେଟର ସଭାପତି ଶ୍ରୀ ପି.ପି. ଖାନା, ମେ ଫେୟାର ହୋଟେଲ୍ ଗୁପ୍ର ଇ.ଡ଼ି. ଶ୍ରୀ ସୌଭାଗ୍ୟ ମହାପାତ୍ର, ଏୟାର ଏସିଆର ଦକ୍ଷିଣ ଏସିଆ ମହାପ୍ରବନ୍ଧକ ଶ୍ରୀ ସୁରେଶ ନାୟାର ଇନଟର ଗ୍ଲୋବ୍ ହୋଟେଲ୍ର ସଭାପତି ଓ ସିଇଓ ଶ୍ରୀ ଜି.ବି. ସିଂହ, ଲିମ ଟି ହୋଟେଲ୍ ଡେପୁଟି-ମ୍ୟାନେଜର ଶ୍ରୀ ରତନ କେଶୱାନୀଙ୍କ ସମେତ ପ୍ରାୟ ୫୦୦ ପ୍ରତିନିଧ ଅଂଶଗ୍ରହଣ କରିଥିଲେ ।
Post a Comment