ଭୁବନେଶ୍ୱର : କୋଭିଡ୍ କେନ୍ଦ୍ରମାନଙ୍କରେ ଶିକ୍ଷକମାନଙ୍କୁ ଦୃବ୍ୟବହାର କଦାପି ବରଦାସ୍ତ କରାଯିବ ନାହିଁ ଏବଂ ଏପରି ଅସାମାଜିକ କାର୍ଯ୍ୟକଳାପ କରୁଥିବା ବ୍ୟକ୍ତିମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ସମୀର ରଞ୍ଜନ ଦାଶ ଆଜି ପୂର୍ବାହ୍ନରେ ଗଣମାଧ୍ୟମକୁ ସୂଚନା ପ୍ରଦାନ କରିଛନ୍ତି ।
ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ବଳିଷ୍ଠ ନେତୃତ୍ବରେ ମହାମାରୀ କରୋନା ବିରୁଦ୍ଧରେ ସଂଗ୍ରାମ ଜାରି ରହିଛି । ଏହି ସଂଗ୍ରାମରେ ପ୍ରାୟ ୬୨ ହଜାର ୪୩୬ ଜଣ ଶିକ୍ଷକ ନିୟୋଜିତ ହୋଇ ପୂର୍ଣ୍ଣ ପ୍ରାଣରେ ନିଜକୁ ଉତ୍ସର୍ଗୀକୃତ କରିଛନ୍ତି । କେତେକ କୋଡ୍ କେନ୍ଦ୍ରମାନଙ୍କରେ ଅସାମାଜିକ ବ୍ୟକ୍ତିମାନେ ଦାୟିତ୍ବ ନିର୍ବାହ କରୁଥୁବା ଶିକ୍ଷକମାନଙ୍କୁ ଦୁର୍ବବହାର କରୁଥିବା ଅଭିଯୋଗ ହସ୍ତଗତ ହୋଇଛି । ଗତ ମଇ ୨୨ ତାରିଖରେ ଗଞ୍ଜାମ ଜିଲ୍ଲାର ଜଗନ୍ନାଥ ପ୍ରସାଦ ବ୍ଲକ ଅନ୍ତର୍ଗତ ଯେତ୍ରମୁଣ୍ଡାଳି ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀ ଜଗନ୍ନାଥ ନାୟକଙ୍କୁ ଅସଦାଚରଣ କରାଯିବା ଏବଂ ମଇ ୨୪ ତାରିଖରେ ବାଲେଶ୍ଵର ଜିଲ୍ଲାର ଖଇରା ବ୍ଲକ୍ ଅନ୍ତର୍ଗତ ତୋଟାପଡ଼ା ଉଚ୍ଚବିଦ୍ୟାଳୟର କ୍ରୀଡ଼ାଶିକ୍ଷକ ଶ୍ରୀ ଲକ୍ଷ୍ମୀଧର ପରିଡ଼ାଙ୍କୁ ଶାରୀରିକ ନିର୍ଯ୍ୟାତନା ଦିଆଯିବା କଥା ପ୍ରଶାସନର ଦୃଷ୍ଟି ଗୋଚର ହୋଇଛି ।
ଏ ସଂପର୍କରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କର ଦୃଷ୍ଟି ଆକର୍ଷଣ କରାଯାଇଛି ଏବଂ ମୁଖ୍ୟ ଶାସନ ସଚିବଙ୍କ ସହ ଆଲୋଚନା ମଧ୍ୟ କରାଯାଇଛି । ଶିକ୍ଷକ ସମାଜଙ୍କ ଉତ୍ସର୍ଗୀକୃତ ସେବା ମନୋଭାବକୁ ସରକାର ଭୂୟସୀ ପ୍ରଶଂସା କରିବା ସହ ସେମାନଙ୍କୁ କାର୍ଯ୍ୟରେ ବିଚଳିତ ନହେବା ପାଇଁ ପରାମର୍ଶ ଦେଇଛନ୍ତି ।
Post a Comment