loading...

ମନ୍ତ୍ରୀ ତୁଷାରକାନ୍ତ ବେହେରାଙ୍କ ଦ୍ୱାରା ବିଭାଗୀୟ କାର୍ଯ୍ୟର ସମୀକ୍ଷା ।

ସୂଚନା ଓ ପ୍ରଯୁକ୍ତିବିଦ୍ୟା ତଥା କ୍ରୀଡ଼ା ଓ ଯୁବସେବା ମନ୍ତ୍ରୀ ଶ୍ରୀ ତୁଷାରକାନ୍ତ ବେହେରାଙ୍କ ଅଧ୍ୟକ୍ଷତାରେ ସୂଚନା ଓ ପ୍ରଯୁକ୍ତି ବିଦ୍ୟା ଏବଂ କ୍ରୀଡ଼ା ଓ ଯୁବସେବା ବିଭାଗର ବିଭିନ୍ନ କାର୍ଯ୍ୟର ସମୀକ୍ଷା ବୈଠକ ।

ମନ୍ତ୍ରୀ ତୁଷାରକାନ୍ତ ବେହେରାଙ୍କ ଦ୍ୱାରା ବିଭାଗୀୟ କାର୍ଯ୍ୟର ସମୀକ୍ଷା ।

ଭୁବନେଶ୍ବର : ସୂଚନା ଓ ପ୍ରଯୁକ୍ତିବିଦ୍ୟା ତଥା କ୍ରୀଡ଼ା ଓ ଯୁବସେବା ମନ୍ତ୍ରୀ ଶ୍ରୀ ତୁଷାରକାନ୍ତ ବେହେରାଙ୍କ ଅଧ୍ୟକ୍ଷତାରେ ସୂଚନା ଓ ପ୍ରଯୁକ୍ତି ବିଦ୍ୟା ଏବଂ କ୍ରୀଡ଼ା ଓ ଯୁବସେବା ବିଭାଗର ବିଭିନ୍ନ କାର୍ଯ୍ୟର ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ଲକ୍ ଡାଉନ୍ କଟକଣା ଓ ସାମାଜିକ ଦୂରତ୍ବ ନିୟମକୁ କଡ଼ାକଡ଼ି ପାଳନ ସହ ମନ୍ତ୍ରୀ ଶ୍ରୀ ବେହେରା ଖୁବ୍ କମ୍ ସଂଖ୍ୟକ ଅଧୁକାରୀଙ୍କୁ ନେଇ ନିଜ ଲୋକସେବା ଭବନସ୍ଥିତ ପ୍ରକୋଷ୍ଠରେ ବିଭିନ୍ନ ବିଭାଗୀୟ କାର୍ଯ୍ୟର ସମୀକ୍ଷା କରିଛନ୍ତି ।

ପ୍ରଥମେ ଅନୁଷ୍ଠିତ ସୂଚନା ଓ ପ୍ରଯୁକ୍ତିବିଦ୍ୟା ବିଭାଗର ସମୀକ୍ଷା ବୈଠକରେ ଓଡ଼ିଶାରେ ଲକ୍ ଡାଉନ୍ ଯୋଗୁଁ ଆଇଟି କ୍ଷେତ୍ରରେ ପ୍ରଭାବ ବିଷୟରେ ମନ୍ତ୍ରୀ ଆଲୋଚନା କରିବା ସହ କୋଭିଡ଼– ୧୯ ପରିସ୍ଥିତିରେ ବିଭାଗ ପକ୍ଷରୁ ଗ୍ରହଣ କରାଯାଇଥିବା ବିଭିନ୍ନ ପଦକ୍ଷେପ ବିଷୟରେ ଆଲୋଚନା କରିଥିଲେ । ଏହା ସହିତ ଚାଲୁ ରହିଥିବା ବିଭିନ୍ନ ପ୍ରକଳ୍ପର ଅଗ୍ରଗତି, ଓଡ଼ିଶାରେ ନିବେଶ ଲାଗି ନିଆଯାଉଥିବା ବିଭିନ୍ନ ପଦକ୍ଷେପ ଏବଂ ଓଡ଼ିଶାର ବିଭିନ୍ନ ଆଇଟି କମ୍ପାନୀମାନଙ୍କ ବିଭିନ୍ନ ସମସ୍ୟା ବିଷୟରେ ମନ୍ତ୍ରୀ ଶ୍ରୀ ବେହେରା ବିଭାଗୀୟ  ଅଧୁକାରୀମାନଙ୍କ ସହ ବିସ୍ତୃତ ଆଲୋଚନା କରିଥିଲେ । ପରେ ମନ୍ତ୍ରୀ ଶ୍ରୀ ବେହେରା କ୍ରୀଡ଼ା ଓ ଯୁବସେବା ବିଭାଗର ସମୀକ୍ଷା ବୈଠକରେ କ୍ରୀଡ଼ା ଭିତ୍ତିଭୂମିର ସମୀକ୍ଷା କରିବା ସହ କୋଭିତ୍ —୧୯ ଯୋଗୁଁ ହୋଇଥିବା ବିଭିନ୍ନ କ୍ଷତି ସଂପର୍କରେ ଆଲୋଚନା  କରିଥିଲେ । 

ଏଥି ସହ ଓଡ଼ିଶାରେ ହେବାକୁ ଥିବା ଅନ୍ତର୍ଜାତୀୟ ଇଭେଣ୍ଟର ସ୍ଥିତି, କ୍ରୀଡ଼ାବିତ୍‌ଙ୍କ ଅଭ୍ୟାସ ଲାଗି ଆଇଲେଟିକ୍ସ ଷ୍ଟାଡିୟମ ଓ ସୋଟର୍ସ କମ୍ପ୍ଲେସର ସୁପରିଚାଳନା ସହ ସାନିଟାଇଜେସନ୍ ଓ ଏସ୍ଓପିର କଡ଼ାକଡ଼ି ଅନୁପାଳନ ଉପରେ ମନ୍ତ୍ରୀ ଶ୍ରୀ ବେହେରା ଗୁରୁତ୍ବ ଦେଇଥିଲେ । ଜିଲ୍ଲା ସୋଟର୍ସ ଅଫିସ ଏବଂ ହେଷ୍ଟଲ୍‌ଗୁଡ଼ିକରେ ମାନବସମ୍ବଳ ଓ ପରିଚାଳନା ବିଷୟରେ ଆଲୋଚନା ହୋଇଥିଲା । ବିପିଏଡ୍ କଲେଜ୍ ଓ ୱେଟର୍ସ ହଷ୍ଟେଲ୍ ଖୋଲିବା, ନୂତନ ଭାବେ ନିର୍ମାଣ ହୋଇଥିବା ବିପିଏଡ୍ କଲେଜ୍ ଜମିର ସ୍ଥିତି, ଏପିସିର ସୁପରିଚାଳନା, ମିନି ଷ୍ଟାଡିୟମ୍ ଓ ମୁକ୍ତାକାଶ ଜିମ୍ ଏବଂ ବିଜୁ ଯୁବ ବାହିନୀ କାର୍ଯ୍ୟକ୍ରମ ନେଇ ମନ୍ତ୍ରୀ ଶ୍ରୀ ବେହେରା ସମୀକ୍ଷା କରିବା ସହ କୋଭିଡ୍ – ୧୯ ମାର୍ଗଦର୍ଶିକା ଓ ସାମାଜିକ ଦୂରତ୍ବକୁ ମାନି ବିଭାଗର କାର୍ଯ୍ୟ ଆଗକୁ ନେବା ପାଇଁ ଅଧୁକାରୀ ଓ କର୍ମଚାରୀମାନେ ଉତ୍ସାହ ସହ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଥିଲେ ।

ଏହି ବୈଠକରେ କ୍ରୀଡ଼ା ଓ ଯୁବସେବା ବିଭାଗର କମିଶନର ତଥା ଶାସନ ସଚିବ ଶ୍ରୀ ବିଶାଲ କୁମାର ଦେବ, ନିର୍ଦ୍ଦେଶକ ଶ୍ରୀ ଆର୍. ଭିନିଲ୍ କ୍ରିଷ୍ଣା, ଉପଶାସନ ସଚିବ ରଞ୍ଜିତ ପରିଡ଼ା, ଓକାକ୍ ସିଇଓ ଶ୍ରୀ ମନୋଜ ପଟ୍ଟନାୟକ ଏବଂ ଯୁଗ୍ଧ ଶାସନ ସଚିବ ସୁଜିତ୍ ମଲ୍ଲିକ ପ୍ରମୁଖ ଉପସ୍ଥିତ ଥିଲେ ।


Tags

Post a Comment

[blogger][disqus][facebook][spotim]
Powered by Blogger.
Javascript DisablePlease Enable Javascript To See All Widget