ଭୁବନେଶ୍ୱର : କେନ୍ଦ୍ରରେ ମୋଦି ସରକାରଙ୍କ ଦ୍ବିତୀୟ ପାଳିର ପ୍ରଥମ ବର୍ଷ ପୁରଣ ହୋଇଛି । ଏହି ଗୋଟିଏ ବର୍ଷରେ ମୋଦି ସରକାର କେନ୍ଦ୍ରୀୟ ସ୍ତରରେ କିଛି ଏପରି ନିଷ୍ପତି ନେଇଛନ୍ତି ଯାହା ଭାରତର ଇତିହାସରେ ସ୍ଵର୍ଣ୍ଣାକ୍ଷରରେ ଲିପିବଦ୍ଧ ହୋଇ ରହିବ । ସେହିପରି ସମାନ ଢଙ୍ଗରେ ଓଡିଶା ପାଇଁ ମଧ୍ୟ ମୋଦି ସରକାର ଏହି ଗୋଟିଏ ବର୍ଷରେ ଅନେକ ନିଷ୍ପତି ନେଇଛନ୍ତି, ଯାହା ଓଡିଶାବାସୀଙ୍କ ପାଇଁ ସ୍ମରଣୀୟ ହୋଇ ରହିବ । ମୋଦିଙ୍କ ଫୋକସରେ ପୂର୍ବ ଭାରତର ବିକାଶ । ପୂର୍ବ ଭାରତର ବିକାଶର ରୋଡମ୍ୟାପର କେନ୍ଦ୍ରରେ ଓଡ଼ିଶା । ଏହି ଗୋଟିଏ ବର୍ଷରେ ଓଡ଼ିଆଙ୍କ ବିକାଶ, ସମ୍ମାନ, ଦୁର୍ବିପାକ ମୁକାବିଲାରେ ମୋଦି ସରକାରଙ୍କ ଅବଦାନ ଅତୁଳନୀୟ ଥିଲା ବୋଲି ଏକ ସାମ୍ବାଦିକ ସମ୍ମିଳନିରେ କହିଛନ୍ତି ରାଜ୍ୟ ସଭାପତି ସମୀର ମହାନ୍ତି ।
ଶ୍ରୀ ମହାନ୍ତି କହିଛନ୍ତି ଯେ, ଫନି ମହାବାତ୍ୟା ଆସିବା ପୂର୍ବରୁ ବାତ୍ୟା ମୁକାବିଲା ପାଇଁ ଓଡିଶାକୁ ମୋଦି ସରକାର ଅଗ୍ରିମ ଆକାରରେ ଦେଇଥିଲେ ୩୪୧ କୋଟି । ବାତ୍ୟା ମୁକାବିଲା ପାଇଁ କେନ୍ଦ୍ରରୁ ଆଗୁଆ ଅର୍ଥ ଦେବାରେ ମୋଦି ସରକାର ଥିଲେ ପ୍ରଥମ । ବାତ୍ୟା ପରେ ପରେ ପ୍ରଧାନମନ୍ତ୍ରୀ ମୋଦି ଆଉ ୧ ହଜାର କୋଟି ଟଙ୍କା ଦେଲେ । ସମ୍ପୂର୍ଣ୍ଣ କ୍ଷୟକ୍ଷତି ଆକଳନ ପରେ ଆହୁରି ୩୩୩୮ କୋଟି ଟଙ୍କା ଓଡ଼ିଶାକୁ ମିଳିଲା । ଏହିପରେ ଭାବେ ମୋଟ ୪୬୭୯ କୋଟି ଟଙ୍କା ମିଳିଥିଲା କେବଳ ଫନି ମୁକାବିଲା ପାଇଁ ସେହିପରି ampan ବାତ୍ୟାରେ ଓଡିଶାରେ ଯେଉଁ କ୍ଷତି ହୋଇଛି ସେଥିପାଇଁ ନରେନ୍ଦ୍ର ମୋଦି ନିଜେ କ୍ଷତିଗ୍ରସ୍ତ ଅଂଚଳ ବୁଲିବା ସହିତ ୫୦୦ କୋଟି ଟଙ୍କାର ପ୍ୟାକେଜ ଓଡିଶାକୁ ଦେଇଛନ୍ତି । ଘୋଷଣା କରିବାର ୨୪ ଇଂଟା ଭିତରେ ଓଡିଶା ସରକାରଙ୍କ ପାଖରେ ପଇସା ପହଂଚି ଯାଇଛି । ଓଡ଼ିଆଙ୍କ ସହ ଦୁର୍ଦ୍ଦିନରେ ସବୁବେଳେ ପ୍ରଧାନମନ୍ତ୍ରୀ ମୋଦି ଠିଆ ହୋଇଛନ୍ତି ।
୨୦ ୨୦-୨ ୧ରେ କେନ୍ଦ୍ର ସରକାରଙ୍କ ଟିକସରେ ରାଜ୍ୟର ଅଂଶ ବାବଦରେ ଓଡିଶା ପାଉଛି ୩୬,୩୦୦ କୋଟି ଟଙ୍କା । ସେହିପରି ଚଳିତ ଆର୍ଥୀକ ବର୍ଷରେ ୨୦ ୨୦-୨୧ ରେ ଓଡିଶା କେନ୍ଦ୍ରୀୟ ଅନୁଦାନ ବାବଦରେ ପାଉଛି ୩୨,୦୦୦ କୋଟି ଟଙ୍କା । ୨୦୧୪-୧୫ରୁ ୨୦୨୦-୨୧ ଭିତରେ କେନ୍ଦ୍ରୀୟ ଅନୁଦାନ ଓ କେନ୍ଦ୍ରୀୟ ଟିକସ ବାବଦରେ ଓଡ଼ିଶାକୁ ମିଳିଛି ୩,୬୮,୫୯୨ କୋଟି ଟଙ୍କା । ଆଗରୁ ଓଡ଼ିଶାକୁ ରେଳ ଅନୁଦାନ କେବେ ବାର୍ଷିକ ୧୦୦୦ କୋଟି ଛୁଇଁ ନଥିବା ବେଳେ ଓଡିଶାକୁ ବର୍ଷ ୨୦୨୦୨୧ ରେଳ ବଜେଟରେ ଓଡିଶାକୁ ମିଳିଛି ୫ ୨୯୬ କୋଟି ଟଙ୍କା । ମୋଦି ସରକାରଙ୍କ ୬ ବର୍ଷରେ ଓଡିଶା ରେଳ ବିକାଶ ପାଇଁ ପାଇଛି ୩୧,୪୪୪ କୋଟି ଅର୍ଥ । ସେହିପରି କୋଣାର୍କକୁ ସୂର୍ଯ୍ୟନଗରୀ ଭାବେ ଗଢି ତୋଳିବା ପାଇଁ କେନ୍ଦ୍ର ସରକାର ସୋଲାର ପ୍ରକଳ୍ପ ବାବଦରେ ୨୫ କୋଟି ଟଙ୍କାର କେନ୍ଦ୍ରୀୟ ଅନୁଦାନ ଯୋଗାଇ ଦେଇଛନ୍ତି ବୋଲି ଶ୍ରୀ ମହାନ୍ତି କହିଛନ୍ତି ।
ଶ୍ରୀ ମହାନ୍ତି କହିଛନ୍ତି ଯେ ଚଳିତ ବର୍ଷ ୨୦୨୦ରେ ପଦ୍ମ ପୁରସ୍କାରରେ ଓଡିଶାରୁ ୧୨ ଜଣ ଓଡ଼ିଆ ସମ୍ମାନିତ ହୋଇଛନ୍ତି | ଯାହା ଏକ ରେକର୍ଡ ସାହିତ୍ୟିକ ତଥା ଦାର୍ଶନିକ ମନୋଜ ଦାସଙ୍କୁ ପଦ୍ମ ବିଭୂଷଣ, ପ୍ରଫେସର ରାଧାମୋହନ, ବିଣାପାଣି ମହାନ୍ତିଙ୍କୁ ପଦ୍ମଶ୍ରୀ ମିଳିଥିଲା । ପୂର୍ବରୁ ୨୦୧୯ ରେ ହାତୁଡିରେ ପଥର କାଟି ରାସ୍ତା ନିର୍ମାଣ କରିଥିବା ଦୈତାରି ନାଏକ, ଚାହା ଦୋକାନ କରି ସମାଜ ସେବାରେ ସମ୍ପୁର୍ଷ ଉସଗିକୃତ ହୋଇଥିବା ପ୍ରକାଶ ରାଓ ଓ ଜୈବିକ କୃଷି ପାଇଁ ନିଜର ପୁରା ଜିବନ ସମର୍ପିତ କରିଥିବା ଆଦିବାସି ମହିଳା କମଳା ପୂଜାରିଙ୍କୁ ପଦ୍ମ ପୁରସ୍କାର ମିଳିଥିଲା । ମୋଦିଙ୍କ ସମୟରେ ଓଡିଶାରୁ ୩ ରାଜ୍ୟପାଳ, ପ୍ରଥମ ଓ ଦ୍ବିତୀୟ ଉଭୟ ସରକାରରେ ୨ ଜଣ କେନ୍ଦ୍ରମନ୍ତ୍ରୀ, ଓଡ଼ିଶାରୁ ପ୍ରଥମ ଥର ପାଇଁ ଦୁଇ ମନୋନୀତ ରାଜ୍ୟସଭା ସଦସ୍ୟ, ଓଡିଆଘରର ମାଣବସା, ଛଉ ନାଚ ଓ ରାବଣ ଛାୟାକୁ କେନ୍ଦ୍ରୀୟ ଐତିହ୍ୟ ମାନ୍ୟତା ଦେବା ଓଡିଶା ପାଇଁ ଗର୍ବର କଥା ।
କରୋନା ମୁକାବିଲା ପାଇଁ ଓଡିଶାକୁ ମୋଦି ସରକାର ସହାୟତାର ହାତ ବଢ଼ାଇଛନ୍ତି । ଏବେ ସୁଦ୍ଧା ବାହାରେ ରହୁଥିବା ଓଡ଼ିଆ ଲୋକଙ୍କୁ ଘରକୁ ଫେରାଇ ଆଣିବା ପାଇଁ ଓଡିଶାକୁ ୧୭୮ଟି ଟ୍ରେନ ମାଧ୍ୟମରେ ୩ ଲକ୍ଷ ୩୦ ହଜାରରୁ ଅଧିକ ପ୍ରବାଶି ଶ୍ରମିକଙ୍କୁ ଓଡିଶା ଫେରାଇ ଅଣାଯାଇଛି । ଶ୍ରମିକ ସେସିଆଲ ଟ୍ରେନରେ କେନ୍ଦ୍ର ସରକାର ଟିକେଟ ମୂଲ୍ୟର ୮୫% ଅର୍ଥ ବହନ କରୁଛନ୍ତି ବୋଲି ଶ୍ରୀ ମହାନ୍ତି କହିଛନ୍ତି ଯେ ସେହିପରି ଲକଡାଉନ ବେଳେ ପିଏମ ଗରିବ କଲ୍ୟାଣ ଯୋଜନାରେ ରାଜ୍ୟର ୩.୨୪ କୋଟି ହିତାଧୀକାରିଙ୍କୁ ମାସିକ ୫ କିଲୋ ହିସାବରେ ୩ ମାସ ପାଇଁ ଆଗୁଆ ଚାଉଳ ମିଳିଛି । କେନ୍ଦ୍ର ସରକାର ଏ ବାବଦରେ ୧୪୬୧ କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି । ଓଡିଶାର ୯୩ ଲକ୍ଷ ପରିବାରଙ୍କୁ ମାସକୁ ୧ କିଲୋ ଡାଲି ହିସାବରେ ୩ ମାସ ପାଇଁ ଡାଲି ଦିଆଯାଇଛି । କେନ୍ଦ୍ର ସରକାର ଏ ବାବଦରେ ୨୭୯ କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି । ବାର୍ଦ୍ଧିକ ଭତା ପାଉଥିବା ୧୪ ଲକ୍ଷ ୬୬ ହଜାର ବୃଦ୍ଧାବୃଦ୍ଧଙ୍କୁ ୧୦୦୦ ଟଙ୍କାର ସହାୟତା ଦିଆଯାଇଛି ।
ଏ ବାବଦରେ ୧୪୬.୭ କୋଟି ଟଙ୍କା ବ୍ୟୟ କରିଛନ୍ତି । ସେହିପରି ୫.୨୫ଲକ୍ଷ ବିଧବା ମା ମାଉସୀଙ୍କ ପାଇଁ ୧ ହଜାର ଟଙ୍କା ହିସାବରେ ୫ ୨ କୋଟି ଟଙ୍କା, ୮୬, ୭୬୧ ଜଣ ଦିବ୍ୟାଙ୍କ ଭାଇ ଭଉଣୀ ମାନଙ୍କ ପାଇଁ ୧ ହଜାର ଟଙ୍କା ହିସାବରେ ୮.୭ କୋଟି ଟଙ୍କା କେନ୍ଦ୍ର ସରକାର ଖର୍ଚ୍ଚ କରିଛନ୍ତି ବୋଲି ଶ୍ରୀ ମହାନ୍ତି କହିଛନ୍ତି । ସେହିପରି ପିଏମ କିଷାନ ଯୋଜନାରେ ଓଡ଼ିଶାର ୩୬.୨୮ ଲକ୍ଷ କୃଷକଙ୍କ ଆକାଉଣ୍ଟକୁ ଏହି ଲକଡାଉନ ସମୟରେ ୨୦୦୦ ଟଙ୍କା ଲେଖାଏଁ ଦିଆଯାଇଛି । ୭ ୨୫ କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି ଏହି ବାବଦରେ ମୋଦି ସରକାର । ୫ ୯୩ କୋଟି ଟଙ୍କା ବ୍ୟୟ କରି ୧୫୦୦ ଟଙ୍କା ଲେଖାଏଁ ରାଜ୍ୟରେ ଜନଧନ ଯୋଜନାରେ ବ୍ୟାଙ୍କ ଖାତା ଖୋଲିଥିବା ୩୯.୫୧ ଲକ୍ଷ ମହିଳାଙ୍କ ଆକାଉଟକୁ ଦିଆଯାଇଛି ଓଡ଼ିଶାର ୨୮ ଲକ୍ଷ ନିର୍ମାଣ ଶ୍ରମିକଙ୍କୁ ୧୫୦୦ ଟଙ୍କା ଲେଖାଏଁ ସହାୟତା ଦିଆଯାଇଛି । ମୋଦି ସରକାର ଏହି କରୋନା ଲକଡାଉନ ସମୟରେ ନିର୍ମାଣ ଶ୍ରମିକଙ୍କ ସହାୟତା ପାଇଁ ଖର୍ଚ୍ଚ କରିଛନ୍ତି ୪ ୧୮ କୋଟି ଟଙ୍କା । ସେହିପରି ୪୭.୪୭ ଲକ୍ଷ ଉଜ୍ଵଳା ହିତାଧିକାରିଙ୍କୁ ମାଗଣା ଗ୍ୟାସ ସିଲିଣ୍ଡର ଦିଆଯାଇଛି । ମୋଦି ସରକାର ଏବାବଦରେ ଓଡିଶା ପାଇଁ ଖର୍ଚ୍ଚ କରିଛନ୍ତି ୧୧୦୩ କୋଟି । କରୋନା ମୁକାବିଲା ବେଳେ ଆଶ୍ରୟ ଗୃହମାନଙ୍କରେ ତିନି ବେଳା ଖାଇବା ଓ ଅନ୍ୟାନ୍ୟ ଖର୍ଚ୍ଚ ତୁଲାଇବା ପାଇଁ କେନ୍ଦ୍ର ସରକାର ଜିଲ୍ଲା ଖଣିଜ ପାଣ୍ଠିରୁ ୨୦୧ ୨ କୋଟି ଟଙ୍କା, ଏନଡିଆରଏଫରୁ ୧୭୯ କୋଟି ଟଙ୍କା ଓଡ଼ିଶାକୁ ମିଳିଛି ବୋଲି ଶ୍ରୀ ମହାନ୍ତି କହିଛନ୍ତି ।
ଶ୍ରୀ ମହାନ୍ତି କହିଛନ୍ତି ଯେ, ରାଜ୍ୟରେ କୋଭିଡ ହସ୍ପିଟାଲ ନିର୍ମାଣରେ କେନ୍ଦ୍ର ସରକାରଙ୍କର ଭୂମିକା ମହତ୍ଵପୂର୍ଣ୍ଣ ରହିଛି । କେନ୍ଦ୍ରୀୟ ରାଷ୍ଟ୍ରାୟତ ସଂସ୍ଥା ନାଲକୋ, ଏମସିଏଲ, ଏନଟିପିସି, ଆଇଓସିଏଲ, ପାରାଦ୍ବୀପ ପୋର୍ଟ ଟ୍ରଷ୍ଟ ପକ୍ଷରୁ ରାଜ୍ୟରେ କୋଭିଡ ହସ୍ପିଟାଲ ନିର୍ମାଣ ପାଇଁ ଅର୍ଥ ଦିଆଯାଇଛି । ବର୍ତମାନ ରାଜ୍ୟରେ ୫ରୁ ଅଧିକ କେନ୍ଦ୍ରୀୟ ଅନୁଷ୍ଠାନରେ କୋରନା ପରୀକ୍ଷା କରାଯିବାର ବ୍ୟବସ୍ଥା କରାଯାଇଛି ।କରୋନା ମହାମାରିରେ ପ୍ରଭାବିତ ହୋଇଥିବା ଅର୍ଥନୀତିକୁ ସୁଧାରିବା ପାଇଁ କେନ୍ଦ୍ର ସରକାର ୨୦ ଲକ୍ଷ କୋଟି ଟଙ୍କାର ଆତ୍ମନିର୍ଭର ପ୍ୟାକେଜ ଘୋଷଣା କରିଛନ୍ତି । ଏହି ଯୋଜନାରେ ଓଡିଶା ପାଇଁ ଅନେକ ସୁଯୋଗ ଅଛି । କୃଷି କ୍ଷେତ୍ର ପାଇଁ କେନ୍ଦ୍ର ସରକାର ଯେଉଁ ପ୍ୟାକେଜ୍ ଘୋଷଣା କରିଛନ୍ତି ଏହା ସମଗ୍ର ଦେଶ ସହିତ ଓଡ଼ିଆ ଚାଷୀଙ୍କର ମେରୁଦଣ୍ଡକୁ ମଜବୁତ୍ କରିବ । ୧ ଲକ୍ଷ କୋଟି କୃଷି ଭିତିଭୂମି ପାଣ୍ଡି, ପ୍ରଧାନମନ୍ତ୍ରୀ ମସ୍ୟ ସମ୍ପଦ ଯୋଜନାରେ ୨୦ ହଜାର କୋଟିର ସହାୟତା, ଦୁଗ୍ଧ ଶିଳ୍ପର ବିକାଶ ପାଇଁ ୧୫ ହଜାର କୋଟି, ଲଘୁ ଖାଦ୍ୟ ଉଦ୍ୟୋଗ ପାଇଁ ୧୦ ହଜାର କୋଟି ଟଙ୍କା ଆଦିର ଲାଭ ଓଡ଼ିଶାର ଚାଷୀ ନେଇପାରିବେ ।
ଏଥିପାଇଁ ରାଜ୍ୟ ସରକାରଙ୍କୁ ରାଜନୀତି ଭୁଲି ଆଗେଇ ଆସିବାକୁ ପଡିବ ଓ ଓଡିଆ ଚାଷୀଙ୍କୁ ତାଙ୍କର ହକ ଦେବାରେ ସହଯୋଗ କରିବାକୁ ପଡିବ । ୫୦ ଲକ୍ଷ ରାସ୍ତାକଡ ଦୋକାନୀଙ୍କ ପାଇଁ ୫ ହଜାର କୋଟି ଘୋଷଣା ହୋଇଛି । ଏହା ସେମାନଙ୍କୁ ଆର୍ଥିକ ସ୍ୱାବଲମ୍ବି କରିବ । ଓଡ଼ିଶା ଏହାର ଏକ ସର୍ବାଧିକ ଲାଭାନ୍ବିତ ରାଜ୍ୟ ହେବାର ସୁଯୋଗ ଆସିଛି ବୋଲି ଶ୍ରୀ ମହାନ୍ତି କହିଛନ୍ତି । ଏହି ସାମ୍ବାଦିକ ସମ୍ମଳନୀରେ ସାଂସଦ ଅପରାଜିତା ଷଡଙ୍ଗୀ, ବିରୋଧୀ ଦଳର ଉପନେତା ବିଷ୍ଣୁ ସେଠୀ, ସାଧାରଣ ସମ୍ପାଦକ ପୃଥୀରାଜ ହରିଚନ୍ଦନ, ମୁଖପାତ୍ର ଗୋଲକ ମହାପାତ୍ର, ଦିଲିପ ମହାନ୍ତି, ସୁଦୀପ୍ତ ରାୟ ପ୍ରମୁଖ ଉପସ୍ଥିତ ଥିଲେ ।
Post a Comment