ରାଜ୍ୟ ସରକାରଙ୍କ ଦ୍ଵାରା ପରିଚାଳିତ ଅସ୍ଥାୟୀ ସ୍ବାସ୍ଥ୍ୟ କେନ୍ଦ୍ରଗୁଡ଼ିକରେ ଦ୍ୱାରାଣ୍ଟାଇନ୍ ଅବଧୂକୁ ସରକାରଙ୍କ ନିୟମାବଳୀ ମୁତାବକ ଶେଷ କରିଥିବା ପ୍ରବାସୀ ଶ୍ରମିକମାନଙ୍କୁ ପ୍ରୋତ୍ସାହନ ରାଶି ଦେବା ନିମନ୍ତେ ମୁଖ୍ୟ ମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିରୁ ୬୨ କୋଟି ଟଙ୍କା ମଂଜୁର କରାଯାଇଛି । ଛତିଶଗଡ଼ ଏବଂ ନାଗାଲାଣ୍ଡ ସରକାରଙ୍କ ସହ ଯୋଗାଯୋଗପୂର୍ବକ ଓଡ଼ିଶାରେ ଅଟକି ରହିବା ନାଗାଲାଣ୍ଡର ୧୧ ଜଣ ପ୍ରବାସୀଙ୍କୁ ବସ୍ ଯୋଗେ ନାଗାଲାଣ୍ଡର ଦିମାପୁର ସହରକୁ ପଠାଯାଇଛି । ଛତିଶଗଡ଼ରେ ଅଟକି ରହିଥିବା ୩୩ ଜଣ ନାଗାଲାଣ୍ଡର ପ୍ରବାସୀ ମଧ୍ୟ ଏହି ବସ୍ରେ ଯାତ୍ରା କରିଛନ୍ତି ।
କୋଭିଡ୍ – ୧୯ ମହାମାରୀ ମହାମାରୀ ପରିପ୍ରେକ୍ଷୀରେ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ, ପୁରୀଙ୍କ ଅନୁରୋଧ କ୍ରମେ ଜୁନ୍ ୫ ତାରିଖରେ ହେବାକୁ ଥିବା ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ପବିତ୍ର ସ୍ନାନଯାତ୍ରାର ସିଧା ପ୍ରସାରଣ ସୂଚନା ଓ ଲୋକସଂପର୍କ ବିଭାଗ ଜରିଆରେ କରାଯିବ । ଏହି ସିଧା ପ୍ରସାରଣର ଆୟୋଜନ ଏବଂ ପ୍ରାକ୍ ପ୍ରସ୍ତୁତି ସଂପର୍କରେ ସୂଚନା ଓ ଲୋକସଂପର୍କ ବିଭାଗର ଶାସନ ସଚିବ ଶ୍ରୀ ସଂଜୟ କୁମାର ସିଂ ପୁରୀଠାରେ ଏକ ଉଚ୍ଚସ୍ତରୀୟ ବୈଠକରେ ସମୀକ୍ଷା କରିଛନ୍ତି । ବୈଠକରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. କ୍ରିଷନ୍ କୁମାର, ପୁରୀ ଜିଲ୍ଲାପାଳ ଶ୍ରୀ ବଲୱନ୍ତ ସିଂ, ସୂଚନା ଓ ଲୋକସଂପର୍କ ବିଭାଗର ନିର୍ଦ୍ଦେଶକ ଶ୍ରୀ କୃପାସିନ୍ଧୁ ମିଶ୍ର ଏବଂ ବରିଷ୍ଠ ଅଧିକାରୀମାନେ ଯୋଗଦେଇଥିଲେ ।
ଚାଷୀମାନଙ୍କୁ କୃଷି କାର୍ଯ୍ୟ ନିମନ୍ତେ ଓଡ଼ିଶା ରାଜ୍ୟ ସମବାୟ ବ୍ୟାଙ୍କ ଦ୍ଵାରା ଆଜି ସୁଦ୍ଧା ୨୬୪୯ କୋଟି ଟଙ୍କା ଋଣ ଆକାରରେ ଯୋଗାଇ ଦିଆଯାଇଛି । ଚଳିତ ଖରିଫ ରାଜ୍ୟ ସରକାରଙ୍କ ପକ୍ଷରୁ ସମବାୟ ସଂସ୍ଥା ମାଧ୍ୟମରେ ଚାଷୀମାନଙ୍କୁ ମୋଟ ୯୦୦୦ କୋଟି ଟଙ୍କା ଫସଲ ଋଣ ଆକାରରେ ଯୋଗାଇ ଦିଆଯିବ । ମୁଲ୍ୟ ସହାୟକ ଯୋଜନାରେ ଆଜି ସୁଦ୍ଧା ରାଜ୍ୟର ଚାଷୀଙ୍କଠାରୁ ୧୦ କୋଟି ୪୯ ଲକ୍ଷ ଟଙ୍କା ମୂଲ୍ୟର ୧୭୭୧ ଟନ୍ ମୁଗ ଓ ତୈଳବୀଜ ସଂଗ୍ରହ କରାଯାଇଛି । ଏଣୁ ନିମନ୍ତେ ବର୍ତ୍ତମାନ ସୁଦ୍ଧା ୧୫,୯୦୦ ଜଣରୁ ଉର୍ଧ ଚାଷୀ ସେମାନଙ୍କର ନାମ ପଂଜୀକରଣ କରିସାରିଛନ୍ତି । କୋଭିଡ୍ –୧୯ ମହାମାରୀକୁ ଦୃଷ୍ଟିରେ ରଖ୍ ରାଜ୍ୟର ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକ ବନ୍ଦ ରହିଛି । ପ୍ରତ୍ୟେକ ମାସର ୧ ତାରିଖରେ ଗର୍ଭବତୀ ମହିଳା, ପ୍ରସୂତି ଓ ଶିଶୁମାନଙ୍କ ଅତିରିକ୍ତ ପୁଷ୍ଟିସାଧନ ନିମନ୍ତେ ।
ଦିଆଯାଉଥିବା ଶୁଖୁଲ ରାସନ୍ ସହିତ ଅଙ୍ଗନବାଡ଼ି କେନ୍ଦ୍ରରେ ୩ରୁ ୬ ବର୍ଷର ଶିଶୁମାନଙ୍କୁ ଦିଆଯାଉଥିବା ରନ୍ଧାଖାଦ୍ୟ ବଦଳରେ ସମପରିମାଣର ଶୁଖୁଲା ଖାଦ୍ୟ ହିତାଧୁକାରୀମାନଙ୍କ ଘରେ ପହଞ୍ଚାଇ ଦିଆଯାଇଛି ।
ରାଜ୍ୟରେ କୋ ଭିତ୍ —୧୯ ନିୟମ ଏବଂ ମାର୍ଗଦର୍ଶିକା ଉଲ୍ଲଘନ କରିଥିବା ଅଭିଯୋଗରେ ଜୁନ୍ ୧ରୁ ଜୁନ୍ ୨ ତାରିଖ ସକାଳ ପର୍ଯ୍ୟନ୍ତ ୨୪ ଘଣ୍ଟା ମଧ୍ୟରେ ୧୮ଟି ମାମଲା ଦାୟର କରାଯାଇଛି । ଏଥୁ ମଧ୍ୟରୁ ୧୪ଟି ମାମଲା ଲକ୍ ଡାଉନ୍ ସଂପର୍କିତ ହୋଇଥିବାବେଳେ ୨ଟି ମାମଲା ହୋମ୍ ୱାରାଣ୍ଟାଇନ୍, ୧ଟି ଗୁଜବ ପ୍ରଚାର ପାଇଁ ଏବଂ ୧ଟି ଅନ୍ୟାନ୍ୟ କାରଣ ପାଇଁ ଅଟେ । ବିଭିନ୍ନ ଅଭିଯୋଗରେ ୧୬ ଜଣଙ୍କୁ ଗିରଫ କରାଯାଇଛି ।
ସର୍ବଶେଷ ସ୍ଵାସ୍ଥ୍ୟ ସୂଚନା
• ଗତକାଲି ମଧ୍ୟରାତ୍ରି ସୁଦ୍ଧା ଓଡ଼ିଶାରେ ୧,୫୯,୫୬୭ ଟି ନମୁନା କୋଭିଡ୍ – ୧୯ ପରୀକ୍ଷା କରାଯାଇଛି ।
• ବର୍ତ୍ତମାନ ସୁଦ୍ଧା ସମୁଦାୟ ୨୨୪୫ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି ।
• ୧୩୨୫ ଜଣ ରୋଗୀ ସଂପୂର୍ଣ୍ଣ ସୁସ୍ଥ ହୋଇଛନ୍ତି ଡାକ୍ତରଖାନାରୁ ଫେରିଛନ୍ତି ।
• ୭ ଜଣ କୋଭି –୧୯ ରୋଗୀଙ୍କର ମୃତ୍ୟୁ ହୋଇଛି ।
• ସକ୍ରିୟ ଥିବା ସଂକ୍ରମିତଙ୍କ ସଂଖ୍ୟା ୯୧୧ ରହିଛି ।
• ୧୩୦୫ ଜଣ ହସ୍ପିଟାଲ୍ ଆଇସୋଲେସନ୍ରେ ଅଛନ୍ତି ।
Post a Comment