loading...

ବିଜୁ ଯୁବ ଜନତା ଦଳ ତରଫରୁ ଜୀବନ ବିନ୍ଦୁ ମାଧ୍ୟମରେ ରକ୍ତଦାନ ଶିବିର ।

ସରକାରଙ୍କ କୋଭିଜ୍-୧୯ ନିୟମାବଳୀ ଅନୁଯାୟୀ ସାମାଜିକ ଦୁରତ୍ୱ ରକ୍ଷାକରି ଏକ ରକ୍ତଦାନ ଶିବିର ବିଜୁ ଯୁବ ଜନତା ଦଳ ରାଜ୍ୟ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଅଛି ।

ବିଜୁ ଯୁବ ଜନତା ଦଳ ତରଫରୁ ଜୀବନ ବିନ୍ଦୁ ମାଧ୍ୟମରେ ରକ୍ତଦାନ ଶିବିର ।

ଭୁବନେଶ୍ୱର : ମାନ୍ୟବର ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳର ସଭାପତି ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଆହ୍ବାନ କ୍ରମେ କରୋନା ମହାମାରୀ ସମୟରେ ରକ୍ତଭଣ୍ଡାରରେ ରକ୍ତର ଅଭାବକୁ ଦୃଷ୍ଟିରେ ରଖ୍ ବିଜୁ ଯୁବ ଜନତା ଦଳର ରାଜ୍ୟ ସଭାପତି ଶ୍ରୀଯୁକ୍ତ ଅମରେଶ ପତ୍ରୀଙ୍କ ନେତୃତ୍ବରେ ଯୁବ ଜନତା ଦଳର ରାଜ୍ୟ ସାଙ୍ଗଠନିକ ସମ୍ପାଦକ ରଶ୍ମିରଞ୍ଜନ ଦାସଙ୍କ ସଂଯୋଜନାରେ ସରକାରଙ୍କ କୋଭିଜ୍-୧୯ ନିୟମାବଳୀ ଅନୁଯାୟୀ ସାମାଜିକ ଦୁରତ୍ୱ ରକ୍ଷାକରି ଏକ ରକ୍ତଦାନ ଶିବିର ବିଜୁ ଯୁବ ଜନତା ଦଳ ରାଜ୍ୟ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଅଛି । 

ଏହି ରକ୍ତଦାନ ଶିବିରକୁ ମୁଖ୍ୟ ଅତିଥୀ ଭାବେ ଜଳ ସମ୍ପଦ, ସୂଚନା ଓ ଲୋକସମ୍ପର୍କ ବିଭାଗର ମାନ୍ୟବର ମନ୍ତ୍ରୀ ଶ୍ରୀଯୁକ୍ତ ରଘୁନନ୍ଦନ ଦାସ ଉଦ୍‌ଘାଟନ କରିଥିଲେ ଏବଂ ଜୀବନ ବିନ୍ଦୁର ରାଜ୍ୟ ମୁଖ୍ୟ ସଂଯୋଜକ ତଥା ପୂର୍ବତନ ବିଧାୟକ ଶ୍ରୀଯୁକ୍ତ ଦେବାଶିଷ ସାମନ୍ତରାୟ, ଯାଜପୁରର ମାନ୍ୟବର ବିଧାୟକ ତଥା ବିଜୁ ଜନତା ଦଳର ରାଜ୍ୟ ସଙ୍ଗଠନ ସାଧାରଣ ସମ୍ପାଦକ ଶ୍ରୀଯୁକ୍ତ ପ୍ରଣବ ପ୍ରକାଶ ଦାସ, ବିଜୁ ଜନତା ଦଳର ରାଜ୍ୟ ସାଧାରଣ ସମ୍ପାଦକ (ମୁଖ୍ୟାଳୟ) ତଥା ଯୋଜନା ବୋର୍ଡ ଉପାଧ୍ୟକ୍ଷ ଶ୍ରୀଯୁକ୍ତ ସଞ୍ଜୟ ଦାସବର୍ମା, ମାନ୍ୟବର ରାଜ୍ୟସଭା ସାଂସଦ ତଥା ବିଜେଡି ଆଇ.ଟି ୱିଙ୍ଗ୍ ଅଧ୍ୟକ୍ଷ ଡ. ଅମର ପଟ୍ଟନାୟକ, ଧର୍ମଶାଳାର ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ପ୍ରଣବ ପ୍ରକାଶ ବଳବନ୍ତରାୟ ଓ ଜୀବନ ବିନ୍ଦୁ ରାଜ୍ୟ ସଂଯୋଜକ ତଥା ଯୁବକଲ୍ୟାଣ ବୋର୍ଡ କାର୍ଯ୍ୟନିର୍ବାହୀ ଉପାଧ୍ୟକ୍ଷ ଶ୍ରୀଯୁକ୍ତ ବିଜୟ ନାୟକ ପ୍ରମୁଖ ଅତିଥୀ ଭାବେ ଉପସ୍ଥିତ ରହି ରକ୍ତଦାତା ତଥା କର୍ମକର୍ତ୍ତାମାନଙ୍କୁ ଉତ୍ସାହିତ କରିଥିଲେ । 

ଏହି ଶିବିରରେ ସ୍ୱେଚ୍ଛାକୃତ ଭାବେ ୩୫ୟୁନିଟ୍ ରକ୍ତ ସଂଗୃହିତ ହୋଇଥିଲା। ଯୁବ ଜନତା ଦଳର ଉପଦେଷ୍ଟା କୁନ ବିହାରୀ ଦାସ, ଉପସଭାପତି ସନ୍ତୋଷ ବେଜ୍, ସାଧାରଣ ସମ୍ପାଦକ ଧୁତି ରଞ୍ଜନ ମାର୍ଥା, ମଧୁସ୍ମିତା ପରିଡା, ସମ୍ପାଦକ ମଳୟ ରଞ୍ଜନ ପତି, ନିହାର ରଞ୍ଜନ ବେହେରା, ଶୁଭ୍ରାହ୍ମୀ ନାରାୟଣ ମିଶ୍ର, ଆଶିସ୍ ମିଶ୍ର, ଅବିନାସ ପ୍ରଧାନ, ସାଂଗଠନିକ ସମ୍ପାଦକ ପୂର୍ଣ୍ଣେନ୍ଦୁ ପୁଜାପଣ୍ଡା, ବିଜୁ ଯୁବ ଜନତା ଦଳର ଆଇ.ଟି ଓଙ୍ଗୁ ରାଜ୍ୟ ସଂଯୋଜକ ଦୁଷ୍ମନ୍ତ ବେହେରା, ମହୀକ୍ଷୀତା ମିଶ୍ର, ଯୁବ ନେତା ଆଲୋକ ବେହେରା, ଦୀପକ କୁମାର ସାହୁ, ସୋମ୍ୟ ସାର୍ଥକ ରାୟ, ଚେତନ୍ ମହାପାତ୍ର, ଦୀପ୍ତି ରଞ୍ଜନ ପାଲ, ବିଶ୍ୱଜ୍ୟୋତି ବେହେରା, ଜୋନାଲୀ କବି, ଲିପ୍ସା ଦାସ ପ୍ରମୁଖ ସହଯୋଗ କରିଥିଲେ।

Tags

Post a Comment

[blogger][disqus][facebook][spotim]
Powered by Blogger.
Javascript DisablePlease Enable Javascript To See All Widget