ଭୁବନେଶ୍ୱର : କଳାହାଣ୍ଡି, ବଲାଙ୍ଗୀର ଓ ନୂଆପଡ଼ା ଜିଲ୍ଲାରେ ବିଦ୍ୟୁତ୍ ସେବାରେ ଉନ୍ନତି ଆଣିବା ସକାଶେ ଶକ୍ତିମନ୍ତ୍ରୀ କ୍ୟାପଟେନ୍ ଦିବ୍ୟଶଙ୍କର ମିଶ୍ର ବିଶେଷ ଗୁରୁତ୍ୱ ପ୍ରଦାନ କରିଛନ୍ତି । ଏ ନେଇ ସେ କ୍ଷେତ୍ରୀୟ ଉଚ୍ଚପଦାଧୁକାରୀମାନଙ୍କୁ ନେଇ ଏକ ସମୀକ୍ଷା ବୈଠକ କରିଛନ୍ତି । ବଲାଙ୍ଗୀର କେସିଙ୍ଗା ଦୋହରା ୨୨୦ କେଭି ଲାଇନ୍ ନିର୍ମାଣର ପ୍ରଗତି ସମ୍ବନ୍ଧରେ ବିଭାଗୀୟ ଅଧୁକାରୀମାନଙ୍କ ସହ ସବିଶେଷ ଆଲୋଚନା କରିଛନ୍ତି ।
ଏହି ଦୋହରା ଲାଇନ୍ର ନିର୍ମାଣ ହେଲେ ଉକ୍ତ ତିନିଗୋଟି ଜିଲ୍ଲାରେ ବିଦ୍ୟୁତ୍ ସରବରାହରେ ସ୍ଥିରତା ଆସିବା ସହ ଉପଭୋକ୍ତାମାନେ ଉନ୍ନତ ମାନର ବିଦ୍ୟୁତ୍ ସେବା ପାଇପାରିବେ । ମନ୍ତ୍ରୀ କ୍ୟାପ୍ଟେନ୍ ମିଶ୍ର ପ୍ରକଳ୍ପ ଆଗେଇବାକୁ ରହିଥିବା ସମସ୍ୟାଗୁଡ଼ିକୁ ତତ୍କ୍ଷଣାତ୍ ସମାଧାନ କରିବା ସହ ବିଦ୍ୟୁତ ଖୁଣ୍ଟ ପୋତିବା ପାଇଁ କେତେକ ଗଛ କାଟିବା ଜରୁରୀ ହେଉଥିବା ଯୋଗୁଁ ସେ ନେଇ ଜଙ୍ଗଲ ବିଭାଗରୁ ଅନୁମତି ପାଇଁ ଓପିଟିସିଏଲ୍ ତରଫରୁ ପ୍ରକ୍ରିୟା ଆରମ୍ଭ କରିବା ଏବଂ ପ୍ରକଳ୍ପ ଅଗ୍ରଗତିରେ ମନ୍ଥରତା ଦେଖା ଦେଇଥିବାରୁ ଏ ଦିଗରେ କିପରି ସଂପୃକ୍ତ ବିଭାଗଗୁଡ଼ିକ ତତ୍ପରତା ପ୍ରକାଶ କରିବେ ସେ ଦିଗରେ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଥିଲେ । ଉପରୋକ୍ତ ପ୍ରକଳ୍ପ କାର୍ଯ୍ୟ ଯେତେଶୀଘ୍ର ସମ୍ଭବ ଶେଷ କରିବା ଉପରେ ସେ ଜୋର ଦେଇ ଆବଶ୍ୟକ ସ୍ଥଳେ ଜିଲ୍ଲାପାଳମାନେ ହସ୍ତକ୍ଷେପ କରି ନିର୍ମାଣ କାର୍ଯ୍ୟକୁ ତ୍ବରାନ୍ବିତ କରିବାକୁ କହିଥିଲେ ।
ବୈଠକରେ ଜଙ୍ଗଲ ବିଭାଗ ଗଛକଟା ପାଇଁ ପର୍ଯ୍ୟାପ୍ତ ଲୋକ କାର୍ଯ୍ୟରେ ନିୟୋଜନ କରୁନଥିବା ଦର୍ଶାଇ ଏଥି ପାଇଁ ଅହେତୁକ ବିଳମ୍ବ ହେଉଥିବା ବିଭାଗ କହିଥୁଲା । ତେବେ ଗଛକଟା ପାଇଁ ଅଧୁକ ଟିମ୍ ଗଠନ କରିବାକୁ ଏବଂ ସେଥିପାଇଁ ଆଗୁଆ ଭାବେ ଜଙ୍ଗଲ ବିଭାଗର ଅନୁମତି ଲୋଡ଼ିବାକୁ ଏବଂ ପୋତା ସରିଥିବା ବିଦ୍ୟୁତ ଖୁଣ୍ଟଗୁଡ଼ିକରେ ତୁରନ୍ତ କଣ୍ଡକ୍ଟର ଲଗାଇବାକୁ ମନ୍ତ୍ରୀ ପରାମର୍ଶ ଦେଇଥିଲେ । ଗତକାଲି ଏ ସଂକ୍ରାନ୍ତରେ ମନ୍ତ୍ରୀ କ୍ୟାପ୍ଟେନ୍ ମିଶ୍ର ଏକ ଭିଡ଼ିଓ କନ୍ଫରେନ୍ସି ଜରିଆରେ ଏହି ସମୀକ୍ଷା କରିଥିଲେ । ଏଥିରେ ଶକ୍ତି ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ନିକୁଞ୍ଜ ବିହାରୀ ଧଳଙ୍କ ସମେତ କଳାହାଣ୍ଡି ଜିଲ୍ଲାପାଳ ଶ୍ରୀ ପରାଗ ହର୍ଷଦ ଗଲୀ, ବଲାଙ୍ଗୀର ଜିଲ୍ଲାପାଳ ଶ୍ରୀ ଅରିନ୍ଦମ୍ ଡାକୁଆ, କଳାହାଣ୍ଡି ଆରକ୍ଷୀ ଅଧୀକ୍ଷକ ଶ୍ରୀ ବି. ଗଙ୍ଗାଧର, ବଲାଙ୍ଗୀର ଆରକ୍ଷୀ ଅଧୀକ୍ଷକ ଶ୍ରୀ ମାଡ଼କର ସନ୍ଦୀପ ସଂପତ, ବନଖଣ୍ଡ ଅଧୁକାରୀ, କଳାହାଣ୍ଡି (ଉତ୍ତରଖଣ୍ଡ) ଶ୍ରୀ ନିତିଶ କୁମାର ଦାଲି ୟାନ୍, ଆଞ୍ଚଳିକ ମୁଖ୍ୟ ବନ ସଂରକ୍ଷକ, ଭବାନୀପାଟଣା ଶ୍ରୀ ସୁଦୀପ୍ତ ଦାସ, ଡିଏଫ୍ଓ, ବଲାଙ୍ଗୀର ଶ୍ରୀ ସମୀର କୁମାର ଶତପଥୀ, ଡାଇରେକ୍ଟର ଅପରେସନ୍ ଶ୍ରୀ ସମୀର ରଞ୍ଜନ ସ୍ବାଇଁ ପ୍ରମୁଖ ଏହି ଭିଡ଼ିଓ କନ୍ଫରେନ୍ସିରେ ଯୋଗଦେଇଥିଲେ ।
Post a Comment