ନୂଆଦିଲ୍ଲୀ/ ଭୁବନେଶ୍ବର :କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସୋମବାର ନୂଆଦିଲ୍ଲୀରୁ ଭିଡିଓ କନଫରେନ୍ସ ମାଧ୍ୟମରେ ହରିୟାଣା ମୁଖ୍ୟମନ୍ତ୍ରୀ ମୋହର ଲାଲ ଖଟ୍ଟରଙ୍କ ସହ ଫରିଦାବାଦ ଠାରେ । ଇଣ୍ଡିଆନ ଅଏଲ ଟେକ୍ନୋଲୋଜି ଡେଭଲପମେଟ୍ ଆଣ୍ଡ ଡିପ୍ଲଏମେଟ୍ ସଂଟରର ଦ୍ବିତୀୟ ଆର୍ ଏବଂ ଡି କ୍ୟାମ୍ପସର ଶିଳାନ୍ୟାସ କରିଛନ୍ତି । ଉଦଘାଟିତ ହୋଇଥିବା ଦ୍ବିତୀୟ ଆର ଏବଂ ଡି ସଂଟର ଆଗାମୀ ଦିନରେ ସନ୍ଥ, ବିକି ଓ ସ୍ୱଦେଶୀ ଉର୍ଜା ସମାଧାନର ମାର୍ଗ ଖୋଜିବାର ଲାବରୋଟୋରି ହେବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।
ଇଣ୍ଡିଆନ ଅଏଲର ଆର୍ ଆଣ୍ଡ ଡି ସଂଟର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆତ୍ମନିର୍ଭର ଭାରତରେ ଯୋଗଦାନ ଦେଉଅଛି । ଆର ଆଣ୍ଡ ଡି ସଂଟର ଆତ୍ମନିର୍ଭର ଭାରତର ଚାବିକାଠି । ଉର୍ଜା କ୍ଷେତ୍ରରେ ଭାରତକୁ ଆତ୍ମନିର୍ଭରଶୀଳ କରିବା ଦିଗରେ ଏହା ବଡ ପଦକ୍ଷେପ ବୋଲି ସେ କହିଛନ୍ତି । ସେ କହିଛନ୍ତି ଯେ କୃଷି ବର୍ଜ୍ୟ ବସ୍ତୁର ବିକଳ୍ପ ଇନ୍ଧନ ପ୍ରସ୍ତୁତ କରିବାରେ ହରିୟାଣା ବଡ ଭୂମିକା ନେବ । ମୁଖ୍ୟମନ୍ତ୍ରୀ ଶ୍ରୀ ମନୋହର ଲାଲ ଖଟ୍ଟରଙ୍କ ନେତୃତ୍ବରେ ସାମାଜିକ-ଅର୍ଥନୈତିକ ଏବଂ ବିକାଶ ମ୍ୟାପରେ ହରିୟାଣା ଅତୁଳନୀୟ ପ୍ରଦର୍ଶନ କରିଛି ।
ରାଜ୍ୟରେ ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସର କାର୍ଯ୍ୟ ପ୍ରକ୍ରିୟାକୁ ପ୍ରୋତ୍ସାହନ ଦେଉଥିବାରୁ ଏବଂ ହରିୟାଣା ଭଳି ରାଜ୍ୟ କିରୋସିନି ମୁକ୍ତ ହୋଇଥିବାରୁ ଶ୍ରୀ ପ୍ରଧାନ ହରିୟାଣା ସରକାରଙ୍କୁ ଧନ୍ୟବାଦ ଦେଇଥିଲେ । ହରିୟାଣାକୁ ଦେଶର ଗବେଷଣା ଏବଂ ବିକାଶର ପେଣ୍ଠସ୍ଥଳି ଭାବେ ନେତୃତ୍ବ ନେବା ପାଇଁ ଆମେ ପ୍ରତିଶ୍ରୁତିବଦ୍ଧ ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।
Post a Comment