ଭୁବନେଶ୍ବର : ଭାରତ ସରକାରଙ୍କ ଖଣି ମନ୍ତ୍ରଣାଳୟ ଅଧୁନରେ ଥିବା ନବରତ୍ନ କମ୍ପାନୀ ନ୍ୟାସନାଲ ଆଲୁମିନିୟମ କମ୍ପାନୀ ଲିମିଟେଡ୍ (ନାଲକୋ), 2019-20 ଆର୍ଥିକ ବର୍ଷର ଫଳାଫଳ ଘୋଷଣା କରିଅଛି । ଆଜି କମ୍ପାନୀର ନିର୍ଦ୍ଦେଶକ ମଣ୍ଡଳୀ ବୈଠକରେ ଘୋଷିତ ଫଳାଫଳ ଅନୁସାରେ କମ୍ପାନୀ 138.23 କୋଟି ଟଙ୍କାର ନିଟ୍ ଲାଭ କରିଅଛି । ଏହି ଆର୍ଥିକ ବର୍ଷରେ କମ୍ପାନୀ ମୋଟ 8426 କୋଟି ଟଙ୍କାର ବ୍ୟବସାୟ କରିଅଛି ।
ବିଗତ ବର୍ଷ ତୁଳନାରେ ଅନ୍ତରାଷ୍ଟ୍ରୀୟ ବଜାରରେ ଧାତୁର ମୁଲ୍ୟରେ ହ୍ରାସ ପାଇଥିବା ଯୋଗୁଁ ପାଖାପାଖ 29୦୦ କୋଟି ଟଙ୍କାର ବ୍ୟବସାୟ ହ୍ରାସ ଘଟିଛି । ନାଲକୋ ଏହି ଆର୍ଥିକ ବର୍ଷରେ 3511 କୋଟି ଟଙ୍କାର ରପ୍ତାନୀ ମଧ୍ୟ କରିଅଛି । ଅନ୍ତରାଷ୍ଟ୍ରୀୟ ବଜାରରେ ମାନ୍ଦାବସ୍ଥା ଏବଂ ଲଣ୍ଡନ ମେଟାଲ ଏକ୍ସଚେଞ୍ଜରେ ମୂଲ୍ୟ ହ୍ରାସ ସତେ ନାଲକୋ ବଜାର ପରିସ୍ଥିତିର ସମ୍ମୁଖୀନ କରି ସଫଳତା ବଜାୟ ରଖ୍ ପାରିଛି । ଉଲ୍ଲେଖଯୋଗ୍ୟ ଯେ, ନାଲକୋ ଉତ୍ପାଦନ, ଉତ୍ପାଦକତା ଏବଂ ବିକ୍ରୟ କ୍ଷେତ୍ରରେ, ସ୍ଥାପନା ସମୟରୁ କ୍ରମାଗତ ବୃଦ୍ଧି କରିବା ସହିତ ପ୍ରତି ବର୍ଷ ଲାଭ ସହ ସର୍ବଦା ସଫଳତା ହାସଲ କରି ଆସୁଅଛି ।
କମ୍ପାନୀ ଏହି ଆର୍ଥିକ ବର୍ଷରେ 73.02 ଲକ୍ଷ ଟନ୍ ବକ୍ସାଇଟ୍ ଏବଂ ଆଲୁମିନା ରିଫାଇନେରୀରେ 2161 ଟନ୍ । ଆଲୁମିନା ହାଇଡ୍ରେଟ୍ ଉତ୍ପାଦନ କରି ସର୍ବକାଳୀନ ରେକର୍ଡ ସୃଷ୍ଟି କରିଛି । ଉଭୟ ଖଣି ଏବଂ ରିଫାଇନେରୀରେ ଏ ବର୍ଷ ଶତ ପ୍ରତିଶତରୁ ଉଦ୍ଧ କ୍ଷମତା ଉପଯୋଗ କାରାଯାଇ ପାରିଛି । ସେହିପରି ଏହି ବର୍ଷ 418 ଟନ୍ ଆଲୁମିନିୟମ୍ ଉତ୍ପାଦନ ମଧ୍ୟ ହୋଇଅଛି । ନାଲକୋର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ଶ୍ରୀ ଶ୍ରୀଧର ପାତ୍ର ଏହି ସଫଳତା ପାଇଁ କର୍ମଚାରୀ ମାନଙ୍କର ଦଳଗତ ପ୍ରଚେଷ୍ଟା ଏବଂ କର୍ଭବ୍ୟପରାୟଣତାକୁ ଶ୍ରେୟ ପ୍ରଦାନ କରିଛନ୍ତି ।
ଏଣୁ ସହ ନିକଟ ଭବିଷ୍ୟତରେ ଖଣି ଏବଂ ପରିଶୋଧନ ପ୍ରକଳ୍ପର ଉତ୍ପାଦନରେ ଅଭିବୃଦ୍ଧି ତଥା ନିଜସ୍ବ କୋଇଲା ଖଣି ଓ କଷ୍ଟିକ୍ ସୋଡ଼ା ପ୍ରକଳ୍ପ କାର୍ଯ୍ୟକ୍ଷମ ହେବା ସହ ଉତ୍ପାଦନ ଆରମ୍ଭ ହେଲେ କମ୍ପାନୀ ବ୍ୟବସାୟିକ ସଫଳତା ବଜାୟ ରଖ୍ ପାରିବ ବୋଲି ଶ୍ରୀ ପାତ୍ର ମତ ପ୍ରକାଶ କରିଛନ୍ତି ।
Post a Comment