loading...

ବାହୁଡା, ସୁନାବେଶ ଆଦି ମହାପ୍ରଭୁଙ୍କ ନୀତିର ଶୃଙ୍ଖଳିତ ପରିଚାଳନା ପାଇଁ ସର୍ବୋତ୍ତମ ଉଦ୍ୟମ ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ବାରୋପ ।

ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ସଂଧ୍ୟାରେ ଭିଡିଓ କନଫେରେନ୍ସ୍ ଯୋଗେ ମହାପ୍ରଭୁଙ୍କ ବାହୁଡା, ସୁନାବେଶ, ଅଧରପଣା ଓ ନିଳାଦ୍ରୀବିଜେ ଆଦି ଯାତ୍ରା କାର୍ଯ୍ୟକ୍ରମର।

ବାହୁଡା, ସୁନାବେଶ ଆଦି ମହାପ୍ରଭୁଙ୍କ ନୀତିର ଶୃଙ୍ଖଳିତ ପରିଚାଳନା ପାଇଁ ସର୍ବୋତ୍ତମ ଉଦ୍ୟମ ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ବାରୋପ ।

ଭୁବନେଶ୍ବର : ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ସଂଧ୍ୟାରେ ଭିଡିଓ କନଫେରେନ୍ସ୍ ଯୋଗେ ମହାପ୍ରଭୁଙ୍କ ବାହୁଡା, ସୁନାବେଶ, ଅଧରପଣା ଓ ନିଳାଦ୍ରୀବିଜେ ଆଦି ଯାତ୍ରା କାର୍ଯ୍ୟକ୍ରମର ସୁପରିଚାଳନା ବିଷୟରେ ଏକ ଉଚ୍ଚସ୍ତରୀୟ ବୈଠକରେ ସମୀକ୍ଷା କରିଥିଲେ । ମାନ୍ୟବର ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶାବଳୀକୁ ପାଳନ କରି ଯେଭଳି ଶୃଙ୍ଖଳିତ ଭାବରେ ମହାପ୍ରଭୁଙ୍କ ଶ୍ରୀଗୁଣ୍ଡିଚା ଯାତ୍ରା ସୂଚାରୁରୂପେ ସଂପାଦିତ ହେଲା, ସେଥିପାଇଁ ମୁଖ୍ୟମନ୍ତ୍ରୀ ସେବାୟତ, ଜିଲ୍ଲା ପ୍ରଶାସନ, ଶ୍ରୀମନ୍ଦିର ପ୍ରଶାସନ, ପୋଲିସ, ସ୍ଵାସ୍ଥ୍ୟ ବିଭାଗ, ବିଶେଷକରି ପୁରୀର ଜନସାଧାରଣଙ୍କୁ ଧନ୍ୟବାଦ ଜଣାଇଥିଲେ ଏବଂ ଆଗାମୀ ବାହୁଡା ଓ ସୁନାବେଶ ସମୟରେ ମଧ୍ୟ ସେଭଳି ସମସ୍ତଙ୍କର ସହଯୋଗ କାମନା କରିଥିଲେ ।

ବାହୁଡା, ସୁନାବେଶ ଆଦି ନୀତି ସମୟରେ ମହାପ୍ରଭୁଙ୍କ ନୀତିକାନ୍ତିକୁ ଠିକ୍ ସମୟରେ କରିବା ସହିତ କେବଳ କୋଭିଡ ନେଗେଟିଭ ଥିବା ସେବାୟତ ମାନଙ୍କୁ ନେଇ ନୀତି ସଂପାଦନ କରିବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ । ସେହିପରି ପୁରୀ ସହରରେ କୋଭିଡ ସଚେତନତା କାର୍ଯ୍ୟକ୍ରମକୁ ବ୍ୟାପକ କରିବା ସହିତ କୋଭିଡ ସର୍ଭେ କାର୍ଯ୍ୟକୁ ମଧ୍ୟ ଆହୁରି ବ୍ୟାପକ କରିବା ଉପରେ ଗୁରୁତ୍ବାରୋପ କରିଥିଲେ । ଏହାସହିତ କେଭିଡ ପରୀକ୍ଷା ମଧ୍ୟ ବୃଦ୍ଧି କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ବାହୁଡା, ସୁନାବେଶ, ଅଧରପଣା, ନିଳାଦ୍ରୀବିଜେ କାର୍ଯ୍ୟକ୍ରମକୁ ଜନସାଧାରଣ ଯେପରି ଘରେ ବସି ସୁବିଧାରେ ଦର୍ଶନ କରିପାରିବେ, ସେଥିପାଇଁ ସୂଚନା ଓ ଲୋକସଂପର୍କ ବିଭାଗର ତତ୍ବାବଧାନରେ ବିଭିନ୍ନ ଚ୍ୟାନେଲରେ ସିଧା ପ୍ରସାରଣ ପାଇଁ ପରାମର୍ଶ ଦେଇଥିଲେ ।

ମୁଖ୍ୟମନ୍ତ୍ରୀ କହିଥିଲେ ମହାପ୍ରଭୁଙ୍କ ରଥଯାତ୍ରାକୁ ନେଇ ମାନ୍ୟବର ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ସାରା ବିଶ୍ବ ଆମ ଉପରେ ନଜର ରଖିଛି । ତେଣୁ କୋଭିତ-୧୯ର ନିର୍ଦ୍ଦେଶାବଳୀ ଏବଂ ଲକ୍ ଡାଉନ୍ ନିୟମାବଳୀକୁ ଠିକ୍ ଭାବରେ ପାଳନ କରିବା ପାଇଁ ଆମେ ସର୍ବୋତ୍ତମ ଉଦ୍ୟମ ଜାରି ରଖିବା ଆବଶ୍ୟକ । ଆଇନ ମନ୍ତ୍ରୀ ଶ୍ରୀ ପ୍ରତାପ ଜେନା, ମୁଖ୍ୟ ଶାସନ ସଚିବ, ପୋଲିସ ମହାନିର୍ଦ୍ଦେଶକ, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ରଥଯାତ୍ରାର ସଫଳ ପରିଚାଳନାର ବିଭିନ୍ନ ଦିଗ ଉପରେ ଆଲୋକପାତ କରିବା ସହିତ ବାହୁଡା ଓ ସୁନାବେଶର ପ୍ରସ୍ତୁତି ସଂପର୍କରେ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରାଇଥିଲେ । ଏହି ଆଲୋଚନାରେ ରଥଯାତ୍ରା ପାଇଁ ପୁରୀ ଦାୟିତ୍ବରେ ଥିବା ମନ୍ତ୍ରୀ ଏବଂ ଯୋଜନାବୋଡ ଉପାଧ୍ୟକ୍ଷଙ୍କ ସମେତ ମୁଖ୍ୟ ଶାସନ ସଚିବ, ଉନ୍ନୟନ କମିଶନର, ପୋଲିସ ମହାନିର୍ଦ୍ଦେଶକ, ସ୍ବାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ପୁରୀ ଜିଲ୍ଲାପାଳ ପ୍ରମୁଖ ଯୋଗ ଦେଇଥିଲେ ।

Tags

Post a Comment

[blogger][disqus][facebook][spotim]
Powered by Blogger.
Javascript DisablePlease Enable Javascript To See All Widget