loading...

ଟ୍ରେନ ବେଗ ବୃଦ୍ଧି ପାଇଁ କଟକ ଓ ଭୁବନେଶ୍ୱର ଷ୍ଟେସନ ଠାରେ ୱାସେଵେଲ ଆପ୍ରନ ବଦଳାଯାଇ ବ୍ଲାଷ୍ଟ ଟ୍ରାକ ନିର୍ମାଣ I

ଟ୍ରେନ ସେବାକୁ ପ୍ରଭାବିତ ନକରି ଲକ ଡାଉନ ସମୟରେ ବହୁ ପୂର୍ବରୁ କାର୍ଯ୍ୟକାରୀ ହେବାକୁ ଥିବା ଭିତ୍ତିଭୂମି ମରାମତି ଓ ଆଧୁନିକୀକରଣ କାର୍ଯ୍ୟ ସମ୍ପାଦନ ପାଇଁ ପୂର୍ବତଟ ରେଳପଥ ଯୋଜନା

ଟ୍ରେନ ବେଗ ବୃଦ୍ଧି ପାଇଁ କଟକ ଓ ଭୁବନେଶ୍ୱର ଷ୍ଟେସନ ଠାରେ ୱାସେଵେଲ ଆପ୍ରନ ବଦଳାଯାଇ ବ୍ଲାଷ୍ଟ ଟ୍ରାକ ନିର୍ମାଣ I

ଭୁବନେଶ୍ବର : ଟ୍ରେନ ସେବାକୁ ପ୍ରଭାବିତ ନକରି ଲକ ଡାଉନ ସମୟରେ ବହୁ ପୂର୍ବରୁ କାର୍ଯ୍ୟକାରୀ ହେବାକୁ ଥିବା ଭିତ୍ତିଭୂମି ମରାମତି ଓ ଆଧୁନିକୀକରଣ କାର୍ଯ୍ୟ ସମ୍ପାଦନ ପାଇଁ ପୂର୍ବତଟ ରେଳପଥ ଯୋଜନା କରିଛି I ଭୁବନେଶ୍ୱର ରେଳ ଷ୍ଟେସନ ଠାରେ ଡାଉନ ମେନ ଲାଇନ ଏବଂ କଟକ ରେଳ ଷ୍ଟେସନ ଠାରେ ଅପ ମେନ ଲାଇନରେ ଉଚ୍ଚ କ୍ଷମତା ସମ୍ପନ୍ନ ମେସିନ ବ୍ୟବହାର କରାଯାଇ ଟ୍ରେନ ଚଳାଚଳରେ ୧୫ କି.ମି. ପ୍ରତି ଘଣ୍ଟା ନିୟନ୍ତ୍ରିତ ବେଗକୁ ପରିବର୍ତ୍ତନ କରାଯାଇ ଵାଲାଷ୍ଟ ଟ୍ରାକ ସ୍ଥାପନ କରାଯାଇ ଅଛି ଯାହାଦ୍ୱାରା ଏହି ଲାଇନ ଗୁଡିକରେ ଟ୍ରେନ ଗୁଡିକର ବେଗ ବୃଦ୍ଧି କରାଯାଇ ପାରିବ I          

ପୂର୍ବରୁ ଖରାପ ହୋଇଯାଇଥିବା ୱାସେଵେଲ ଆପ୍ରନ ଯୋଗୁଁ ଟ୍ରେନ ଗୁଡିକର ବେଗକୁ ନିୟନ୍ତ୍ରିତ କରାଯାଉଥିଲା ଏବଂ ଏହାକୁ ବଦଳାଯାଇ ଵାଲାଷ୍ଟ ଟ୍ରାକ କରାଯିବାର ଯୋଜନା ଥିଲା I  ହାଓଡ଼ା-ଚେନ୍ନାଇ ମୁଖ୍ୟ ରେଳ ଲାଇନ ରେ ବହୁ ସଂଖ୍ୟକ ଟ୍ରେନ ଯାତାୟାତ ଯୋଗୁଁ ଏହା ସମ୍ଭବପର ହୋଇପାରୁନଥିଲା ଏବଂ ଏହି କାର୍ଯ୍ୟକୁ କରିବା ପାଇଁ ନିୟମିତ ଟ୍ରେନ ସେବାକୁ ଅନେକ ଦିନ ପାଇଁ ପ୍ରଭାବିତ କରିବାକୁ ପଡିଥାନ୍ତା ଯାହା କଷ୍ଟସାଧ୍ୟ ହୋଇଥାନ୍ତା I  ଲକ ଡାଉନର ପ୍ରାରମ୍ଭିକ ସମୟରେ ଟ୍ରେନ ସେବାକୁ ସମ୍ପୂର୍ଣ୍ଣ ଭାବେ ବାତିଲ କରାଯାଇଥିଲା ଏବଂ ପରେ ଯାତ୍ରୀ ମାନଙ୍କ ସୁବିଧା ପାଇଁ ଶ୍ରମିକ ସ୍ୱତନ୍ତ୍ର ଟ୍ରେନ ସହିତ କେତେକ ଅନ୍ତରାଜ୍ୟ ଓ କିଛି ଆନ୍ତଃରାଜ୍ୟ ଟ୍ରେନ ଚଳାଚଳ କରାଯାଉଛି I    

ପୂର୍ବତଟ ରେଳପଥ ଉଭୟ କଟକ ଓ ଭୁବନେଶ୍ୱର ରେଳ ଷ୍ଟେସନ ଠାରେ ପୂର୍ବର ୱାସେଵେଲ ଆପ୍ରନ ଗୁଡିକୁ ପରିବର୍ତ୍ତନ କରି ଵାଲାଷ୍ଟ ଟ୍ରାକ ବିଛାଇ ଏହି ସମୟ ମଧ୍ୟରେ କାର୍ଯ୍ୟ ସମ୍ପାଦନ କରିଛି I  ନିୟମିତ ଟ୍ରେନ ଚଳାଚଳ କରୁଥିବା ସମୟରେ ଏହି କାର୍ଯ୍ୟ ସମ୍ପାଦନ କରିବାକୁ ହୋଇଥିଲେ ହାଓଡ଼ା-ଚେନ୍ନାଇ ବ୍ୟସ୍ତ ବହୁଳ ରେଳ ମାର୍ଗରେ ଅନେକ ଦିନ ପାଇଁ ବହୁ ଟ୍ରେନ ସେବାକୁ ବାତିଲ କରିବାକୁ ପଡିଥାନ୍ତା I  ଏହା ସହିତ ଉଭୟ ଷ୍ଟେସନ ଠାରେ ନିୟନ୍ତ୍ରିତ ଟ୍ରେନ ବେଗକୁ ପରିବର୍ତ୍ତନ କରାଯାଇ ଘଣ୍ଟା ପ୍ରତି ୧୫ କି.ମି ପରିବର୍ତ୍ତେ ବେଗ କୁ ବୃଦ୍ଧି କରାଯାଇ ଘଣ୍ଟା ପ୍ରତି ୧୧୦ କି.ମି ବେଗରେ ଚଳାଚଳ କରାଇବା ପାଇଁ କାର୍ଯ୍ୟକାରୀ କରାଯାଇଅଛି I ଏହା ଫଳରେ ଟ୍ରେନ ଟ୍ରାଫିକ କୁ ବୃଦ୍ଧି କରାଯାଇ ପାରିବ ଏବଂ ଟ୍ରେନ ବେଗ ବୃଦ୍ଧି ସମ୍ବଧିତ ରେଳ ମନ୍ତ୍ରଣାଳୟର ମିଶନକୁ ମଧ୍ୟ ସହାୟକ ହୋଇପାରିବ  I  



Tags

Post a Comment

[blogger][disqus][facebook][spotim]
Powered by Blogger.
Javascript DisablePlease Enable Javascript To See All Widget