ଭୁବନେଶ୍ୱର : ଭାରତ-ଚୀନ୍ ଏଲ୍.ଏ.ସିରେ ଚୀନ୍ ସୈନ୍ୟମାନଙ୍କର ଭୀରୁ ଓ କାପୁରୁଷତା ଆକ୍ରମଣକୁ ଇଣ୍ଡିଆନ୍ ସିଟିଜେନ୍ସ ପାର୍ଟି ପକ୍ଷରୁ ତୀବ୍ର ନିନ୍ଦା କରାଯାଇଛି । ପାଟିର ସଭାପତି ଶ୍ରୀ ରମେଶ ରାଉତ ଏକ ପ୍ରେସ୍ ବିବୃତିରେ କହିଛନ୍ତି ଯେ, ୧୯୬୨ ମସିହାରେ ଚୀନ୍ ଜବରଦଖଲ କରିଥିବା ପ୍ରାୟ ୩୫୦୦ ବର୍ଗ କିଲୋମିଟର ଅଞ୍ଚଳ ଏବଂ ଏବେ ଭାରତର ସୀମା ଭିତରକୁ ଗଲନ ଘାଟି ପର୍ଯ୍ୟନ୍ତ ପଶି ଆସିଥିବା ଅଞ୍ଚଳକୁ ଏବଂ ପିଓକେକୁ ଫେରାଇ ଆଣିବାକୁ ଇଣ୍ଡିଆନ୍ ସିଟିଜେନ୍ସ ପାଟି ପକ୍ଷରୁ କେନ୍ଦ୍ରର ବିଜେପି ସରକାରକୁ ପୂର୍ଣ୍ଣ ନିସର୍ତ୍ତ ସମର୍ଥନ ଦିଆଯାଇଛି ।
Post a Comment