ଭୁବନେଶ୍ୱର : ରାଜ୍ୟରେ କରୋନା ପରିସ୍ଥିତି ଦିନକୁ ଦିନ ଗୁରୁତ୍ବର ହେବାରେ ଲାଗିଛି । ରାଜ୍ୟ ସରକାର ସବୁବେଳେ ରାଜ୍ୟବାସୀଙ୍କୁ ପ୍ରତିଶୃତି ଦେଇ ଆସୁଥିଲେ । ଫଚାୟତ ସ୍ତର ଠାରୁ ଆରମ୍ଭ କରି ଜିଲ୍ଲାସ୍ତର ପର୍ଯ୍ୟନ୍ତ ପର୍ଯ୍ୟାପ୍ତ ପରିମାଣରେ ଟିଏମସି ଏବଂ କୋରେଣ୍ଟାଇନ ସେଣ୍ଟର କରାଯାଇଛି ଏବଂ ପ୍ରତ୍ୟେକ ରାଜ୍ୟ ଫେରନ୍ତାଙ୍କୁ କରୋଣ୍ଟାଇନ ସେଣ୍ଟର ବା ଟିଏମସିରେ ରଖାଯିବ । କିନ୍ତୁ ରାଜ୍ୟ ସରକାର ଯେଉଁଭଳି ଭାବରେ କୋରେଣ୍ଟାଇନ ସେଣ୍ଟର ପରିବର୍ତ୍ତନ କଲେ ତଦ୍ବାରା କରୋନା ବ୍ୟାପିବା ଛଡ଼ା କମୁନାହିଁ । ଏବେ ରାଜ୍ୟରେ କରୋନା ସ୍ଥିତି ଉଦ୍ବେଗଜନକ ଓ ଗମ୍ଭୀର ବୋଲି ଆଜିର ପ୍ରେସବାର୍ତା ମାଧ୍ୟମରେ ପିସିସି ସଭାପତି ଶ୍ରୀଯୁକ୍ତ ନିରଞ୍ଜନ ପଟ୍ଟନାୟକ କହିଛନ୍ତି ।
ସେ ଏହି ଅବସରରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କୁ ଏକ ପତ୍ର ଲେଖୁ ଅନୁରୋଧ କରିଛନ୍ତି କି ଯେଉଁ ଜିଲ୍ଲାମାନଙ୍କରେ ଅଧିକରୁ ଅଧିକ ସଂଖ୍ୟକ କରୋନା ରୋଗୀ ଚିହ୍ନଟ ହେଉଛନ୍ତି ଏବଂ ସ୍ଥାନୀୟ ଅଂଚଳରୁ କରୋନା ସଂକ୍ରମିତ ବ୍ୟକ୍ତିଙ୍କ ସଂଖ୍ୟା ବୃଦ୍ଧିପାଇବରେ ଲାଗିଛି । ସେହି ଜିଲ୍ଲା ଗୁଡ଼ିକରେ ସଂପୂର୍ଣ୍ଣରୂପେ ରାଜ୍ୟ ସରକାର ଲଡାଉନ୍ର ସମସ୍ତ ନିମୟ କାନୁନକୁ ପୂର୍ଣ୍ଣମାତ୍ରାରେ ପାଳନ କରିବା ପାଇଁ ନିର୍ଦ୍ଦେଶ ଦେବା ସହିତ ସ୍ଥିତିକୁ ଅଣାୟତ ନକରିବା ପାଇଁ ସଜାଗ ରହିବା ଦରକାର । ବିଶେଷକରି ଯେଉଁ ଜିଲ୍ଲାମାନଙ୍କରେ ଅଧୁକ ସ୍ଥାନୀୟ ଅଂଚଳରୁ ସଂକ୍ରମିତ ବ୍ୟକ୍ତି ଚିହ୍ନଟ ହେଉଛନ୍ତି ସେ ଜିଲ୍ଲା ଗୁଡ଼ିକ ସଟଡାଉନ୍ ରେ ରଖାଯାଉ । ସରକାର ଏ ଦିଗରେ ତୁରନ୍ତ ପଦକ୍ଷେପ ନେବା ଦରକାର ବୋଲି ପିସିସି ସଭାପତି ଶ୍ରୀ ପଟ୍ଟନାୟକ ରାଜ୍ୟ ସରକାରଙ୍କୁ ପରାମର୍ଶ ଦେଇଛନ୍ତି ।
Post a Comment