loading...

ପ୍ରବାସୀ ଶ୍ରମିକମାନଙ୍କ ୬ ବର୍ଷରୁ କମ୍ ପିଲାମାନଙ୍କୁ ଅଙ୍ଗନବାଡ଼ି କେନ୍ଦ୍ରରେ ତାଲିକାଭୁକ୍ତ କରାଯିବା ।

କୋଭିଡ୍ ୧୯ ମହାମାରୀ ପାଇଁ ହିତାଧୁକାରୀମାନଙ୍କ ଘରେ ଦିଆଯାଇଛି ଶୁଖୁଲା ରାସନ୍।

ପ୍ରବାସୀ ଶ୍ରମିକମାନଙ୍କ ୬ ବର୍ଷରୁ କମ୍ ପିଲାମାନଙ୍କୁ ଅଙ୍ଗନବାଡ଼ି କେନ୍ଦ୍ରରେ ତାଲିକାଭୁକ୍ତ କରାଯିବା ।

ଭୁବନେଶ୍ବର : କୋଭିଡ୍– ୧୯ ମହାମାରୀ ପରିପ୍ରେକ୍ଷୀରେ ରାଜ୍ୟର ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକ ଜୁନ୍ ୩୦ ତାରିଖ ପର୍ଯ୍ୟନ୍ତ ବନ୍ଦ ରଖାଯାଇଛି । ତେବେ ଗର୍ଭବତୀ ମହିଳା, ପ୍ରସୂତୀ ମହିଳା ଏବଂ ଶିଶୁମାନଙ୍କୁ ଅତିରିକ୍ତ ପୁଷ୍ଟିସାଧନ ନିମନ୍ତେ ଯୋଗାଇ ଦିଆଯାଉଥିବା ଶୁଖୁଲା ରାସନ୍ ମହିଳା ଓ ଶିଶୁବିକାଶ ବିଭାଗର ନିର୍ଦ୍ଦେଶକ୍ରମେ ନିୟମିତ ଭାବେ ସେମାନଙ୍କ ଘରେ ପହଞ୍ଚାଇ ଦିଆଯାଉଛି । ଅଙ୍ଗନବାଡି କର୍ମୀମାନେ ସାମାଜିକ ଦୂରତା ରକ୍ଷା କରି ହିତାଧୁକାରୀମାନଙ୍କ ଘରେ ଛତୁଆ, ଅଣ୍ଡା (୬ ମାସରୁ -୩ ବର୍ଷ) ଆଦି ଶୁଖୁଲା ରାସନ୍ ବଣ୍ଟନ କରିଛନ୍ତି । 

୩-୬ ବର୍ଷ ବୟସର ପ୍ରାକ୍ ବିଦ୍ୟାଳୟ ଶିଶୁମାନଙ୍କୁ ଅଙ୍ଗନବାଡ଼ି କେନ୍ଦ୍ରରେ ସକାଳ ଜଳଖୁଆ ବାବଦକୁ ଦିଆଯାଉଥିବା ରନ୍ଧାଖାଦ୍ୟ ବଦଳରେ ମଧ୍ୟ ଶୁଖୁଲା ରାସନ୍ ସେମାନଙ୍କ ଘରେ ବଣ୍ଟନ କରାଯାଇଛି । ପ୍ରତି ମାସର ୧ ତାରିଖରେ ଶୁଖୁଲା ରାସନ୍ ବଣ୍ଟନ ବ୍ୟବସ୍ଥାରେ ଜୁନ୍ ୧ ତାରିଖରେ ୭୨,୫୮୭ଟି ଅଙ୍ଗନବାଡ଼ି ଅଧୀନରେ ୪୧ ଲକ୍ଷ, ୨୭ ହଜାର ୫୦ ଜଣ ହିତାଧୁକାରୀଙ୍କୁ ଶୁଖୁଲା ରାସନ୍ ବଣ୍ଟାଯାଇଛି । ଏହା ଦ୍ଵାରା ୬ ମାସରୁ ୩ ବର୍ଷ ବୟସର ୧୭ ଲକ୍ଷ ୯୩ ହଜାର ୮୯୬ ଜଣ ଶିଶୁ, ୩ରୁ ୬ ବର୍ଷ ବୟସର ୧୬ ଲକ୍ଷ ୧୩ ହଜାର ୭୭୫ ଜଣ ପ୍ରାକ୍ ବିଦ୍ୟାଳୟ ଶିଶୁ ଏବଂ ୭ ଲକ୍ଷ ୧୯ ହଜାର ୩୭୯ ଜଣ ଗର୍ଭବତୀ ଏବଂ ପ୍ରସୂତୀ ମହିଳା ଉପକୃତ ହୋଇଛନ୍ତି ।

ଏହି ବଣ୍ଟନ ବ୍ୟବସ୍ଥାକୁ ତଦାରଖ କରିବା ନିମନ୍ତେ ଜିଲ୍ଲା ଏବଂ ବ୍ଲକ୍ ସ୍ତରରେ ସ୍ଵତନ୍ତ୍ର ସ୍ନାଜ୍ ଗଠନ କରାଯାଇଛି । ଏହା ଦ୍ଵାରା ଠିକ୍ ସମୟରେ ଉତ୍ତମ ଗୁଣବତ୍ତାର ରାସନ୍ ବଣ୍ଟନକୁ ସୁନିଶ୍ଚିତ କରାଯାଇପାରିଛି । ରାଜ୍ୟକୁ ଫେରିଥିବା ପ୍ରବାସୀ ଶ୍ରମିକମାନଙ୍କର ୬ ବର୍ଷ ବୟସରୁ କମ୍ ପିଲାମାନଙ୍କୁ ଅଙ୍ଗନବାଡ଼ି କେନ୍ଦ୍ରରେ ତାଲିକାଭୁକ୍ତ କରିବା ସହ ଯୋଗ୍ୟ ହିତାଧୁକାରୀମାନଙ୍କୁ ଅତିରିକ୍ତ ପୁଷ୍ଟିସାଧନ ଯୋଗାଇଦେବାକୁ ବିଭାଗ ତରଫରୁ ନିର୍ଦ୍ଦେଶ ଦିଆଯାଇଛି ।

Tags

Post a Comment

[blogger][disqus][facebook][spotim]
Powered by Blogger.
Javascript DisablePlease Enable Javascript To See All Widget